ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଅଭିପ୍ସସା ପ୍ରିୟଦର୍ଶିନୀ
ବାଲେଶ୍ଵର,୦୭/୬/୨୪- ସାହିତ୍ୟ ସାଧନାରେ ଯେତିକି ଆନନ୍ଦ ଅଛି ସମାଜ ପରିବର୍ତ୍ତନର ବାର୍ତ୍ତା ନିମନ୍ତେ ସେତିକି ମଧ୍ୟ ଆବଶ୍ୟକତା ରହିଛି । ଦୁଃଖ ସମୟରେ ଗଦ୍ୟ କିମ୍ବା ପଦ୍ଯଟିଏ ଲେଖି ବସିଲେ କିଛି ସମୟ ପାଇଁ ମନର ଦୁଃଖ ଆପେ ଆପେ ଦୂରେଇ ଯାଇଥାଏ । ତେଣୁ ମନ ପରିବର୍ତ୍ତନ କିମ୍ବା ସମାଜ ପରିବର୍ତ୍ତନର ବାର୍ତ୍ତା ନିମନ୍ତେ ସାହିତ୍ୟ ସାଧନା ଜାରି ରଖିବା ନିହାତି ଜରୁରୀ । ସାହିତ୍ୟ ବଞ୍ଚିଲେ ଏ ସମାଜ ବଞ୍ଚିବ । ସମାଜରେ ନୂତନ ନୂତନ ସାହିତ୍ୟ ସାଧକ ସାଧିକା ମାନଙ୍କୁ ସୃଷ୍ଟି କରିବା ଆବଶ୍ୟକତା ଦେଖା ଦେଇଛି । ଏହି ସାହିତ୍ୟ ସାଧନାରୁ ଆମକୁ ଅନେକ କିଛି ଶିଖିବାକୁ ମିଳିଥାଏ । ଏଭଳି ଅନେକ ପ୍ରକାର ଚିନ୍ତାଧାରାକୁ ନେଇ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ୨୦୧୯ ମସିହାରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଗଠିତ ହୋଇଛି । ପ୍ରତ୍ୟେକ ରବିବାର ସାହିତ୍ୟର ଉନ୍ନତି ନିମନ୍ତେ ମୋ ଅନୁଷ୍ଠାନ ସର୍ବଦା ଉଦ୍ୟମ ଜାରି ରଖିଛି ପ୍ରତିଯୋଗିତା ମାଧ୍ୟମରେ । ଗଦ୍ଯ କିମ୍ବା ପଦ୍ଯକୁ ନେଇ ଅନଲାଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ହ୍ଵାଟ୍ସଆପ୍ ଗୃପରେ । ବେଳେବେଳେ ଓଡ଼ିଆ ମାନଙ୍କ ପର୍ବପର୍ବାଣିକୁ ନେଇ ପ୍ରତିଯୋଗିତା ହୋଇଥାଏ । ବିଭିନ୍ନ ସ୍ଥାନରୁ ଇଚ୍ଛୁକ ସାହିତ୍ୟ ବନ୍ଧୁମାନେ ଏହି ପ୍ରତିଯୋଗିତାରେ ମଧ୍ୟ ସ୍ବ ଇଚ୍ଛାରେ ଅଂଶ ଗ୍ରହଣ କରିଥାନ୍ତି । ସେହି ପରିପ୍ରେକ୍ଷୀରେ ତା ୦୬/୬/୨୪ ରିଖରେ ଗୁରୁବାର ପବିତ୍ର ସାବିତ୍ରୀ ଓଷା ବା ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ହ୍ବାର୍ଟସ୍ଅପ୍ ଗୃପ୍ ରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶୀର୍ଷକ ଥିଲା- ” ସାବିତ୍ରୀ ଓ ସତ୍ଯବାନ ” । ଯାହାର ଫଳାଫଳ ପ୍ରକାଶ ପାଇଛି ।
ଏଥିରେ (୧) ଦେବସ୍ମିତା ମହାନ୍ତି, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଭୁବନେଶ୍ୱର, ଖୋର୍ଦ୍ଧା (୨) ଗୋଲାପ କୁମାରୀ ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା (୩) ରାଧାରାଣୀ ପଟ୍ଟନାୟକ, ଚନ୍ଦନ ନଗର, ବରଗଡ (୪) ରାମଚନ୍ଦ୍ର ବେହେରା, ତେନ୍ତୁଳିପଦା, ଜଗତସିଂହପୁର (୫) ଯସ୍ମିତା ପ୍ରଧାନ, ରନ୍ତଲେଇ, ଅନୁଗୁଳ (୬) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୭) ପଦ୍ମାବତୀ ଆଚାର୍ଯ୍ୟ, କଣ୍ଟାମାଳ, ବୌଦ୍ଧ (୮) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୯) ଯମୁନା ମହାପାତ୍ର, ତରଭା, ସରଗଜ, ସୁବର୍ଣ୍ଣପୁର (୧୦) ଡ. ଚପଳା ପଣ୍ଡା, ଖୋର୍ଦ୍ଧା (୧୧) ଦିଲିପ୍ କୁମାର, ନାୟକ, କେନ୍ଦ୍ରାପଡା (୧୨) ପବିତ୍ରା ଧଳ, ଚାନ୍ଦକୁଡା, ଚାନ୍ଦବାଲି, ଭଦ୍ରକ (୧୩) ଶୋଭାମୟୀ ପତ୍ରୀ, କେନ୍ଦ୍ରାପଡା (୧୪) ଅଭିପ୍ସା ପ୍ରିୟଦର୍ଶିନୀ, ଜଟଣୀ, ପୁରୀ (୧୫) କ୍ଷଣପ୍ରଭା ମହାନ୍ତି, ନିଳାଦ୍ରି ନଗର, ଖଣ୍ଡଗିରି, ଭୁବନେଶ୍ୱର, ଖୋର୍ଦ୍ଧା (୧୬) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୧୭) ରଶ୍ମିତା ରାଉତ, କାବରା, ଢେଙ୍କାନାଳ (୧୮) ଅପରାଜିତା ରଥ, ଧୂଷୁରି, ଭଦ୍ରକ (୧୯) ଉତ୍ତରା ନାୟକ, କେନ୍ଦ୍ରାପଡା (୨୦) ମମତା ବେହେରା, କଟକ (୨୧) ଲିଳାମୟୀ ଦାଶ, ଧନିଆପଡା, କେନ୍ଦ୍ରାପଡା (୨୨) ଲତା ବେହେରା, ଜକା, ଢେଙ୍କାନାଳ (୨୩) ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ, ଆସିକା, ଗଞ୍ଜାମ (୨୪) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୨୫) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୨୬) ଉର୍ମିଳା ମହାପାତ୍ର, କୋଷାଗୁମୁଡା, ନବରଙ୍ଗପୁର (୨୭) କବିତା ସାହୁ, ଜୟପୁର, କୋରାପୁଟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ ସମୀକ୍ଷା କରିଥିଲେ କଳିଙ୍ଗନଗର, ଭୁବନେଶ୍ୱରର ସୁ-ସାହିତ୍ୟିକା ରଶ୍ମିରେଖା ସାହୁ । ତାଙ୍କ ସମୀକ୍ଷାରୁ ଅଭିପ୍ସା ପ୍ରିୟଦର୍ଶିନୀ ପ୍ରଥମ, ଯମୁନା ମହାପାତ୍ର ଦ୍ବିତୀୟ ଏବଂ ଅପରାଜିତା ରଥଙ୍କୁ ତୃତୀୟ ସ୍ଥାନ ମିଳିଛି । ଅନ୍ୟମାନେ ସମସ୍ତେ ଭଲ ଲେଖିଛନ୍ତି ତେଣୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ କରିଛି ମୋ ଅନୁଷ୍ଠାନ ପରିବାର । ୩ ଜଣଙ୍କୁ ଡିଜିଟାଲ ପ୍ରମାଣ ପତ୍ର ମିଳିବ । ଡିସେମ୍ବର ୨୭ ତାରିଖ ବାର୍ଷିକ ଉତ୍ସବକୁ ଆସିଲେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ । ମନେରଖନ୍ତୁ, ସ୍ଥାନ ମିଳିବା ନ ମିଳିବା ବଡ଼ କଥା ନୁହେଁ ସାହିତ୍ୟର ଉନ୍ନତି ପାଇଁ ଲେଖା ଜାରି ରଖନ୍ତୁ, ନିଶ୍ଚୟ ଦିନେ ନା ଦିନେ ଭଗବାନ ଉପଯୁକ୍ତ ସ୍ଥାନ ଦେବେ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହିତ ସାହିତ୍ୟ ଚଲାପଥ କୁସୁମିତ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ


