ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରା ଡ଼୍ୟାମକୁ ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ। ୨୫ ଫୁଟ ପାଣି ଭିତରୁ ମୃତ ଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ …

ବେହେରା ଡ଼୍ୟାମକୁ ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

୨୫ ଫୁଟ ପାଣି ଭିତରୁ ମୃତ ଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ …

କୋକସରା :କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଖଲିଗଡ ଗ୍ରାମର ଜଣେ ଯୁବକ ମାଛ ଧରିବାକୁ ଯାଇ ବେହେରା ଡ୍ୟାମ୍ ର ଗଭୀର ପାଣି ଭିତରେ ବୁଡ଼ି ଯାଇ ନିଖୋଜ ହୋଇଥିଲେ। ଆଜି ରବିବାର ଅଗ୍ନିଶମ ବାହିନୀ ଦିର୍ଘ ସମୟର ପରିଶ୍ରମ ପରେ ପାଣି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଖଲିଗଡର ୪୫ ବର୍ଷୀୟ ସାଧୁରାମ ବାଗ । ସୂଚନା ଅନୁସାରେ, ସାଧୁରାମ ଗତକାଲି ଅପରାହ୍ନରେ ଗାଁ ନିକଟସ୍ଥ ବେହେରା ଡ୍ୟାମ କୁ ମାଛ ଧରିବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ପରେ ମଧ୍ଯ ସାଧୁରାମ ଘରକୁ ଫେରି ନଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ଖୋଜିବାକୁ ଯାଇ ଡ୍ୟାମର ପାଣି ଭିତରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଲି ନ‌ଥିଲା।ଏନୀ ପତ୍ନୀ ଆମପାଣି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରବିବାର ଆମପାଣି ଥାନା ପୋଲିସ ଓ କୋକସରା ଅଗ୍ନିଶମ ବାହିନୀ ହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ବରେ ହାବିଲଦାର ସୁନୀଲ ରଞ୍ଜନ ବାରଳା କର୍ମଚାରୀ ସ୍ମୃତି ରଞ୍ଜନ ବିଶ୍ବାଳ, ଉମାଶଙ୍କର ନାଏକ, ରାଧେଶ୍ୟମ ପ୍ରଧାନୀ, ବିଶ୍ବଜିତ ଜେନା ପ୍ରମୁଖ ବୋଟ ଓ ଅଣ୍ଡର ୱାଟର ବିଏସେଟ ସହାୟତାରେ ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଦିନ ସାଢେ଼ ୧୧ଟା ବେଳେ ପ୍ରାୟ ୨୫ ଫୁଟ୍ ପାଣି ଭିତରୁ ସାଧୁରାମଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏହା ପରେ ଅଗ୍ନିଶମ ବାହିନୀ ପୋଲିସ କୁ ଶବ ହସ୍ତାନ୍ତର କରିଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ମେଡିକାଲ କୁ ନେଇ ତଦନ୍ତ ଜାରି ରଖିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

“ଜେକେବିକେ” ୯୪ ବ୍ୟାଚର ବନ୍ଧୁମିଳନ ପର୍ବ

masiha

ବାର୍ଷିକୋତ୍ସବ ଓ କଳାକାର ମହାସମାବେଶ ନେଇ ପ୍ରସ୍ତୁତି ବୈଠକ 

Sunil Chandra Nayak

ବର୍ଡ଼ର କଲେଜ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

masiha

Leave a Comment

error: Content is protected !!