ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ଦିନ ପରେ ହଠାତ” ଶୀତ ସରିଲା ବେଳକୁ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଙ୍କ କମ୍ବଳ ବଣ୍ଟା ଆରମ୍ଭ 

ଦୀର୍ଘ ଦିନ ପରେ ହଠାତ” ଶୀତ ସରିଲା ବେଳକୁ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଙ୍କ କମ୍ବଳ ବଣ୍ଟା ଆରମ୍ଭ 

ଯୋଡ଼ା–ରାଜ୍ୟ ତଥା ଖଣି ଅଞ୍ଚଳରେ ଶୀତର ପ୍ରକୋପ ସରିଲା ବେଳକୁ ପୂର୍ବତନ ବିଧାୟକ ଶ୍ରୀ ସନାତନ ମହାକୁଡ଼ଙ୍କ କମ୍ବଳ ବଣ୍ଟା ଆରମ୍ଭ ଦେଖିବାକୁ ମିଳେ।ତେବେ କେଉଁ ଦୃଷ୍ଟି କୋଣରୁ ଶ୍ରୀ ମହାକୁଡ଼ ଅକ୍ଟୋବର ଠାରୁ ଆରମ୍ଭ କରି ଜାନୁଆରୀ ମାସରେ ପଡୁଥିବା ହାଡ଼ଭଙ୍ଗା ଶୀତ ଦିନରେ ଗରିବଙ୍କୁ କମ୍ବଳ ନବାଣ୍ଟି,ଫେବୃଆରୀ ମାସର ଦ୍ୱତୀୟ ସପ୍ତାହ ବେଳକୁ ଖଣି ସହର ଯୋଡ଼ା ଅଞ୍ଚଳର ଗରିବଙ୍କୁ କମ୍ବଳ ବଣ୍ଟା ଆରମ୍ଭ କରିଥିବା ଦେଖିବାକୁ ମିଳେ।ତେବେ ଦେଖିବାକୁ ଗଲେ ଶ୍ରୀ ମହାକୁଡ଼ଙ୍କ ପୂର୍ଵ ସମାଜସେବୀ  କାର୍ଯ୍ୟ ଗତ କେଇ ବର୍ଷ ହେବ ପ୍ରାୟ ସମସ୍ତ କାର୍ଯ୍ୟ ସ୍ଥାଣୁ ପାଲଟିଥିବା ବେଳେ ହଠାତ ପୁଣି ଜାଗି ଉଠୀବାରୁ ସାଧାରଣରେ ଆଲୋଚନା ଶୁଣିବାକୁ ମିଳେ।ଏପରିକି ଶ୍ରୀ ମହାକୁଡ଼ଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ହଜାର ହଜାର ଗରିବଙ୍କ ନିମନ୍ତେ ମା ଜଗତ ଜନନୀ ସେବାସଂସ୍ଥା ମଧ୍ୟ ଦୀର୍ଘ ଦିନ ହେଲା ଚଳଚଞ୍ଚଳ ହୋଇ ପାରୁନଥିବାରୁ ସାଧାରଣରେ ଅସନ୍ତୋଷ ଶୁଣିବାକୁ ମିଳେ। କିନ୍ତୁ ଏବେ ଏପରି କଣ ଘଟିଲା ଯେ ଶୀତର ପ୍ରକୋପ ସରିଲା ବେଳକୁ ପୂର୍ବତନ ବିଧାୟକ ସନାତନଙ୍କ କମ୍ବଳ ବଣ୍ଟା ଯିବା ଦେଖିବାକୁ ମିଳେ? ତେବେ ଦେଖିବାକୁ ଗଲେ ଆଉ ଦିନ କେଇଟା ପରେ ନିର୍ବାଚନ ଘଡି ପାଖେଇ ଆସୁଥିବାରୁ ଶ୍ରୀ ମହାକୁଡ଼ ରାଜଧାନୀରୁ କୌଣସି ଶୁଭ ସଂକେତ ବୋଧ ହୁଏ ପାଇଥିବାରୁ ଖଣି ଅଞ୍ଚଳରେ ଏହି ସବୁ ଅଭିନଵ ପ୍ରୟାସ ତଥା ଚଳଚଞ୍ଚଳ ହୋଇ ପଡ଼ିଥିବା ଆଲୋଚନା ଶୁଣିବାକୁ ମିଳେ।ତେବେ ସଭିଏ ଜାଣିରଖିବା ଆବଶ୍ୟକ ଯେ ଶ୍ରୀ ମହାକୁଡ଼ ମଧ୍ୟ ଖଣିବାସୀ, ତେଣୁ ଅଞ୍ଚଳରେ କେବେ ଶୀତ ଏବଂ କେବେ ଗରମ ଅନୁଭବ ହୁଏ ତାଙ୍କୁ ବେସ ଜଣା, ତେଣୁ ଆଗାମୀ ଦିନରେ ଯଦି କମ୍ବଳ ବାଣ୍ଟିବାର ହୁଏ ତେବେ ଗରିବଙ୍କୁ ସଠିକ ସମୟରେ କମ୍ବଳ ବାଣ୍ଟିଲେ ବହୁ ଗରିବ ହାଡ଼ ଭାଙ୍ଗ ଶୀତ ଦାଉରୁ ନିଶ୍ଚୟ ତ୍ରାହି ପାଇବେ ବୋଲି ବିଶ୍ୱାସ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ରେ କୁବେର ସମାଜ ପକ୍ଷରୁ ରଜ ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଏନ୍.ସି.ସି ଉଚ୍ଛେଦକୁ ନେଇ ପୁରାତନ ଛାତ୍ରଙ୍କ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଏନ୍ ସି ସି ଅଧିକାରୀଙ୍କ ତଦନ୍ତ ଆରମ୍ଭ 

ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ୫୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

masiha

Leave a Comment

error: Content is protected !!