ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଦ୍ୱିତୀୟ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ 

ଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଦ୍ୱିତୀୟ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ 

ଭବାନୀପାଟଣା ତା ୬.୨.୨୦୨୪: ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ଯକ୍ଷତାରେ ଜିଲ୍ଲାରେ ନର୍ଲା ବ୍ଲକ୍ ଓ ଜୁନାଗଡ ଏନ୍ ଏ ସି ପାଇଁ ଆଗାମୀ ଫେବୃୟାରୀ ୧୦ ରୁ ଫେବୃଆରୀ ୧୯ ତାରିଖ ମଧ୍ୟରେ ହେବାକୁ ଥିବା ସାମୁହିକ ଔଷଧ ସେବନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ଡାକ୍ତର ସୁଚେତା ପାଣି ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଜିଲ୍ଲାର ଅନ୍ୟ ବିଭାଗୀୟ ଅଧିକାରୀ ଡି ପି ଏଚ ଓ ଡ ରାକେଶ ସାହୁ, ଏ ଡି ପି ଏଚ୍ ଓ ଡ ରଞ୍ଜନ ମିତ୍ର, ଡି ପି ଏମ ଏନ୍ ଏ ଚ ଏମ ଭବାନୀ ଶଙ୍କର ସାହୁ, ଡି ଇ ଓ ସୁଶାନ୍ତ ଚୋପଦାର,ଡି ଏସ ଡବ୍ଲୁ ଓ, ଡି ପି ସି , ମିଶନଶକ୍ତି, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତା,ନର୍ଲା ଓ ଜୁନାଗଡ ବ୍ଲକ୍ ର ସି ଡି ପି ଓ ତଥା ସ୍ବାସ୍ଥ୍ୟ ବିଭାଗ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । 

ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରେ ୨ ବର୍ଷରୁ କମ ଶିଶୁ, ଗର୍ଭବତୀ ମହିଳା ଓ ଅତ୍ୟନ୍ତ ରୋଗାକ୍ରାନ୍ତକୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ଡିଇସି ଟାବ୍ଲେଟ , ଆଇ ଭର୍ମଟିନ ଓ ଆଲବେଣ୍ଡାଯୋଲ ଔଷଧ ବଣ୍ଟନ କରାଯିବ । ୨୦୨୩-୨୪ ମସିହା ରେ ସର୍ଭେରେ ନର୍ଲା ବ୍ଲକ୍ ରେ ୯ ଓ ଜୁନାଗଡ ଏନ୍ ଏ ସି ରେ ୧୧ ଫାଇଲେରିଆ ରୋଗର ଲକ୍ଷଣ ଜଣାପଡିଥିଲା। ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଟିମ ଦ୍ବାରା ଆଇଭର୍ମଟିନ୍ ଟାବ୍ଲେଟ ଉଚ୍ଚତା ଅନୁସାରେ ଏବଂ ଆଲବେଣ୍ଡାଯୋଲ ବୟସ ଅନୁସାରେ ଘରକୁ ଘର ବୁଲି ଲୋକଙ୍କୁ ସେବନ କରାଯିବ । ମୋବାଇଲ ଟୀମ ମାଧ୍ୟମରେ ମଧ୍ୟ କାର୍ଯ୍ୟଳୟ ଅଫିସ , ହାଟ,ସ୍କୁଲ ଅଞ୍ଚଳରେ ବୁଲି ବୁଲି ଔଷଧ ସେବନ କରାଯିବ । ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରି କଳାହାଣ୍ଡି କୁ ଫାଇଲେରିଆ ମୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ ।

ମସିହା ନିୟୂଜ ସର୍ଭିସ୍ 

Related posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ମଧୁବାବୁ ମଣ୍ଡଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

Sunil Chandra Nayak

ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପନୟନ

Sunil Chandra Nayak

ରବି ମଣ୍ଡି ବନ୍ଦ: ଖୋଲା ଆକାଶ ତଳେ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ, ଚିନ୍ତାରେ ଚାଷୀ

Leave a Comment

error: Content is protected !!