ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜନ ସୂଚନା ଅଧିକାର ନିୟମ ସମ୍ପର୍କୀତ କର୍ମଶାଳା

ଭବାନୀପାଟଣା ଠାରେ ଜନ ସୂଚନା ଅଧିକାର ନିୟମ ସମ୍ପର୍କୀତ କର୍ମଶାଳା

ଭବାନୀପାଟଣା ତା: 06.02.2024 :- ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କାର୍ଯ୍ୟ।ଳୟ ପାଇଁ ନିୟୋଜିତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୂଚନା ଅଧିକାରିମାନଙ୍କ ପାଇଁ ଏକ ଜନ ସୂଚନା ଅଧିକାର ନିୟମ ସମ୍ପର୍କୀତ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରାଙ୍କ ସଂଯୋଜନାରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମୁଦାୟ 78 ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତା କରି ସମବେତ ସମସ୍ତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୁଚନା ଅଧିକାରୀଙ୍କୁ ସ୍ୱଚ୍ଛ, ଦକ୍ଷ ଓ ଉତ୍ତରଦାୟୀ ପ୍ରଶାସନ ପାଇଁ କିଭଳି ନିଜକୁ ପ୍ରସ୍ତୁତ କରିବା ଓ ଜନ ସୂଚନା ଅଧିକାର ନିୟମ ଅନୁଯାୟୀ ଉପଭୋକ୍ତାଙ୍କୁ ତଥ୍ଯ ପ୍ରଦାନ କରିବା ତା’ ଉପରେ ଗୁରୁତ୍ଵ ଦେବାକୁ କହିଥିଲେ । ଅନଲାଇନ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ରାଜ୍ୟ ତାଲିମଦାତା ହର୍ଷ ପରିଚ୍ଛା ସୂଚନା ଅଧିକାର ନିୟମର 17ଟି ପଏଣ୍ଟ ରେ ପ୍ରୋଏକ୍ଟିଭ ଡିସ୍କ୍ଲୋଜର ଓ ମ୍ୟାନେଜ ପ୍ରୋଫାଇଲରେ ଅପଡେଟ ସମ୍ବନ୍ଧରେ ସବିଶେଷ ତଥ୍ୟ ଦେଇ ବୁଝାଇଥିଲେ । ବିଶେଷତଃ ସୂଚନା ଅଧିକାର ନିୟମରେ “ଥାର୍ଡ ପାର୍ଟି ଅଡିଟ “ଉପରେ ପ୍ରଶିକ୍ଷାର୍ଥଙ୍କୁ ତାଲିମ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ପି.ଏ., ଆଇ.ଟି.ଡି.ଏ, ଉପଜିଲ୍ଲାପାଳ , ଭବାନୀପାଟଣା,ସି.ଡି.ଏମ.ଓ., ସି.ଏସ.ଓ, ଡି.ପି.ସି , ଏସ.ଏସ.ଏ, ଡି.ସି.ପି.ଓ, ଡି.ଏସ.ଡବ୍ଲୁ.ଓ, ଡି.ଇ.ଓ, ଏସ.ଇ. (ଏମ.ଆଇ.) , ସି.ଡି.ଭି.ଓ , ଡି.ଡି.ଏଚ , ଆର ଏଣ୍ଡ ବି , ଟି.ପି.ଡବ୍ଲୁ.ଓ.ଡି.ଏଲ. , ଡି.ଆର.ସି. ଏସ., ଜି.ଏମ ( ଡି.ଆଇ.ସି ), ଏସ.ଇ (ଜଳସେଚନ), ଡି.ଡି. ଡି.ପି.ଏମ.ୟୁ ,ଏସ.ଇ. (ଅପର ଇନ୍ଦ୍ରାବତୀ), କେ.କେ.ଡି.ଏ, ଲାଞ୍ଜିଗଡ, ଡି.ଡି. (ମତ୍ସ୍ୟ ବିଭାଗ) ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟ।ଳୟ , ସମସ୍ତ ବି.ଡି.ଓ ଓ ତହସିଲଦାର କାର୍ଯ୍ୟ।ଳୟର ଜନ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ ।

ମସିହା ନିୟୂଜ ସର୍ଭିସ୍

Related posts

୮ଦଫା ଦାବି ପୂରଣ ଦାବିରେ ପରଜଙ୍ଗ ବିଡ଼ିଓ ଙ୍କୁ ଅଙ୍ଗନବାଡି କର୍ମୀ ଙ୍କ ଦାବିପତ୍ର  

Sunil Chandra Nayak

ଚଢେଇ ପାହାଡି ନୂତନ ରାଜସ୍ୱ ନିରୀକ୍ଷକ

Sunil Chandra Nayak

ଆମେ ସ୍ବପ୍ନ ଦେଖିଥିଲେ ସ୍ବପ୍ନ ଦେଖାଇ ପାରିବା, ମା କୁ ଯିଏ ଭଲପାଏ ନାହିଁ ସେ କାହାର ହୋଇପାରେନା: କୁମରବର ଦାସ

Sunil Chandra Nayak

Leave a Comment

error: Content is protected !!