ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲେଜ ଛାତ୍ରୀଙ୍କ ଦ୍ବାରା ସ୍ବଚ୍ଛଭାରତ କାର୍ଯ୍ୟକ୍ରମ

ବାଲେଶ୍ଵର,୩୧/୧୨/୨୨- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପ୍ରିୟା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱେଚ୍ଛାସେବୀ ମାନେ ବାଲିଆପାଳ ଥାନା, ଜଗନ୍ନାଥ ମନ୍ଦିର,ବାଲିଆପାଳ ବ୍ଲକ, ଆଖଣ୍ଡଳୀମଣି ମନ୍ଦିର, ବସଷ୍ଟାଣ୍ଡ, ତହସିଲ କାର୍ଯ୍ୟାଳୟ ,ଷ୍ଟେଟ ବ୍ୟାଙ୍କ ପରିସର ସମେତ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ, ଥାନାଅଧିକାରୀ ସୁବ୍ରତ କୁମାର ବେହେରା, ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରୋଗ୍ରାମ ଅଫିସର ରମେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ୱବଧାନରେ ଚାଲିଥିବା ଏହି ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ସୁଦୀପ୍ତା ବିଶ୍ୱାଳଙ୍କ ସମେତ ସୁକାନ୍ତ କୁୁମାର ଜେନା ଓ ବିନୋଦ ବେହେରା ପ୍ରମୁୁଖ ପରିଚାଳନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

Distinguished Educationist Kailash Chandra Behera passed away. 

Sunil Chandra Nayak

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

Sunil Chandra Nayak

ଅଖିଳ ଭାରତୀୟ କବୀ ସମ୍ମିଳନୀରେ ଓଡ଼ିଶାର ପ୍ରଶଂସନୀୟ ପ୍ରତିନିଧିତ୍ଵ 

masiha

Leave a Comment

error: Content is protected !!