ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ପ୍ରଥମ ଓଡିଆ ବିଶ୍ଵ ଭାଷା ସମ୍ମିଳନୀ-୨୦୨୪ ଉଦ୍‌ଯାପିତ , ଜୀବନ ବ୍ୟାପି ସାଧନା ପାଇଁ କଳାହାଣ୍ଡିର ଜୟନ୍ତ କୁମାର ବେହେରା ସମ୍ବର୍ଦ୍ଧିତ

ରାଜ୍ୟସ୍ତରୀୟ ପ୍ରଥମ ଓଡିଆ ବିଶ୍ଵ ଭାଷା ସମ୍ମିଳନୀ-୨୦୨୪ ଉଦ୍‌ଯାପିତ ,

ଜୀବନ ବ୍ୟାପି ସାଧନା ପାଇଁ କଳାହାଣ୍ଡିର ଜୟନ୍ତ କୁମାର ବେହେରା ସମ୍ବର୍ଦ୍ଧିତ

ସମଗ୍ର ରାଜ୍ୟରେ ବିଶ୍ଵଓଡିଆ ଭାଷାସମ୍ମିଳନୀ-୨୦୨୪ ଆୟୋଜିତ ହୋଇ ସାରିଛି ।ଏହି ଅବସରରେ ସବୁ ସ୍ତରରେ ଗ୍ରାମପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ବ୍ଲକସ୍ତର,ଜିଲ୍ଲାସ୍ତର, ଶିକ୍ଷାନୁଷ୍ଠାନ ମାନଙ୍କରେ ଓଡିଆ ଭାଷାର ପ୍ରଚାର-ପ୍ରସାର ବିପୁଳ ଆୟୋଜନ କରାଯାଇଥିଲା ।

ଫେବୃଆରୀ ୩ ରୁ ୫ ତାରିଖ ତିନିଦିନ ବ୍ୟାପି ଭୂବନେଶ୍ଵର ସ୍ଥିତ ଜନତା ମଇଦାନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଶତାଧିକ କୃତିସନ୍ତାନ, ପଦ୍ମ ପୁରସ୍କାର ପ୍ରାପ୍ତଙ୍କୁ ଫଳକ ଓ ଉପଢୌକନ ଦେଇ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା।କଳାହାଣ୍ଡିର ତିନିଜଣ ପ୍ରତିଭା ଜୟନ୍ତ କୁମାର ବେହେରା, ପଦ୍ମଶ୍ରୀ ପଟ୍ଟାୟତ ସାହୁ ଏବଂ ଯୁବ ପ୍ରତିଭା ଧ୍ୟାନାନନ୍ଦ ପଣ୍ଡା ସମ୍ବର୍ଦ୍ଧିତ ହୋଇ କଳାହାଣ୍ଡିଙ୍କୁ ଗୌରବାନ୍ବିତ କରିଛନ୍ତି ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡିଶୀ ସଂଗୀତ ନାଟକ ଏକାଡେମୀ ଜରିଆରେ ଜୀବନବ୍ୟାପି କଳା ସଂସ୍କୃତି ସାଧନା ପାଇଁ ମୁଖ୍ୟ ଶାସନ ସଚିବ ମାନ୍ୟବର ପ୍ରଦୀପ କୁମାର ଜେନା ଙ୍କ ଦ୍ଵାରା ଶ୍ରୀ ଜୟନ୍ତ କୁମାର ବେହେରା ଙ୍କୁ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ ସଂବର୍ଦ୍ଧନା ପ୍ରଦାନରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଆଭାଷା,

ସାହିତ୍ୟ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ଫାଇପଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିୟାନ, କୃଷି ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢି, ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢି, ଓଡିଶା ସଂଗୀତ ନାଟକ ଏକାଡେମୀ ର ସଭାପତି ପଦ୍ମଶ୍ରୀ ଡ.ଅରୁଣା ମହାନ୍ତି, ଉପସଭାପତି ତଥା ବର୍ଷିୟାନ ଲୋକକଳା ଗବେଷକ ଶ୍ରୀ ମନ୍ମଥ ଶତପଥି, ଓଡିଆ ଭାଷା,ସାହିତ୍ୟ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା କଣ୍ଠଶିଳ୍ପୀ ନୀଳାଚଳ ପାନ, ସଂଗୀତା ରାଉତ, ନୃତ୍ୟଶିଳ୍ପୀ ସଦାନ୍ଧି ନାଏକ ଓ ତାଙ୍କର ସାଥିଗଣ ନୃତ୍ୟ-ସଂଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଶେଣ କରିଥିଲେ ।

ଏହାପରେ ସ୍ଥାନୀୟ ଟାଉନହଲ ଠାରେ ଭବାନୀପାଟଣା ପୌରପାଳିକା ୫ ତାରିଖ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଶ୍ରୀ ବେହେରାଙ୍କୁ ଅତିଥି ମାନଙ୍କ ଦ୍ବାରା ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଠାରୁ ଶ୍ରୀ ବେହେରା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମାନ ଆସୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶାସ୍ତ୍ରୀ ନଗର ରେ ଢୋଲ ବାଦ୍ୟ ମହୁରୀ ରେ ଦୁଲୁକିଲା ପୋଚାଲୁଣ୍ଡି ଦଣ୍ଡ ନାଚ:ଲୋକେ ଦେଖି ହେଲେ ବିଭୋର 

masiha

ଆସନ୍ତା ସେପ୍ଟେମ୍ବର ୩୦ରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ବୈଠକ….

Sunil Chandra Nayak

ରାୟଗଡାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ରେ ୧୭୬୦ ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୫୬୧୩୯୦୦ ଟଙ୍କା ଆଦାୟ ହୋଇଛି

masiha

Leave a Comment

error: Content is protected !!