ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

ପାପଡାହାଣ୍ଡି,16/3, ମନିସ —ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଶନିବାର ପାପଡାହାଣ୍ଡି ବ୍ଲକକୁ ଗସ୍ତ କରିଥିଲେ | ଏହି ସମୟରେ ସେ ତଣ୍ଡାଗୁଡା, ଡକରାଗୁଡା ଓ ମିରିଗୁଡା ଆଦି ଗ୍ରାମ ଯାଇ ଆମ ଓଡିଶା ନବୀନ ଓଡିଶା ଦ୍ୱାରା ଅନୁମୋଦିତ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ | ଗ୍ରାମବାସୀଙ୍କ ତରଫରୁ ବିଧାୟକଙ୍କୁ ଭଵ୍ୟ ସ୍ୱାଗତ କରାଯାଇଥିଲା | ବିଧାୟକଙ୍କ ସହ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ | ସେହିପରି ଦୁର୍ଗମ ସାନବାର୍ଲି ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ସରକାରଙ୍କ ଜନ ହିତକର ଯୋଜନା ଦ୍ୱାରା ଲୋକେ କିପରି ଉପକୃତ ହେଉଛନ୍ତି କହିଥିଲେ | ଲକ୍ଷ୍ମୀ ଯୋଜନା, ମମତା ଯୋଜନା, 5ଟି ରୂପାନ୍ତରିକରଣ ସହ ବହୁ ଯୋଜନା ସମ୍ପର୍କରେ ଆଲୋକପାତ କରି ଲୋକଙ୍କ ସମସ୍ୟା ବୁଝିଥିଲେ | ନିର୍ବାଚନ ବିଗୁଲ ବାଜି ଯାଇଥିବାରୁ ପୁଣି ବିଜେଡି ସରକାରଙ୍କୁ ଜିତାଇବା ଲାଗି କହିଥିଲେ | କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ବିଜେଡି ବ୍ଲକ ସଭାପତି ବିଦ୍ୟାଧର ମଳିକ, ସରୋଜ ଜାଲ ସହ ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂତନ ସରକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ ସ୍ୱାଗତ

masiha

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

masiha

ଶିମିଳିପାଳ କଲେଜ ଅଫ୍ ନର୍ସିଂ, ରାଇରଙ୍ଗପୁର, ମୟୂରଭଞ୍ଜ ଶାଖା ଆନୁକୁଲ୍ୟରେ ବିଶ୍ବ ଏଡ୍ସ ଦିବସ ପାଳିତ

masiha

Leave a Comment

error: Content is protected !!