ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

ପାପଡାହାଣ୍ଡି,16/3, ମନିସ —ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଶନିବାର ପାପଡାହାଣ୍ଡି ବ୍ଲକକୁ ଗସ୍ତ କରିଥିଲେ | ଏହି ସମୟରେ ସେ ତଣ୍ଡାଗୁଡା, ଡକରାଗୁଡା ଓ ମିରିଗୁଡା ଆଦି ଗ୍ରାମ ଯାଇ ଆମ ଓଡିଶା ନବୀନ ଓଡିଶା ଦ୍ୱାରା ଅନୁମୋଦିତ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ | ଗ୍ରାମବାସୀଙ୍କ ତରଫରୁ ବିଧାୟକଙ୍କୁ ଭଵ୍ୟ ସ୍ୱାଗତ କରାଯାଇଥିଲା | ବିଧାୟକଙ୍କ ସହ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ | ସେହିପରି ଦୁର୍ଗମ ସାନବାର୍ଲି ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ସରକାରଙ୍କ ଜନ ହିତକର ଯୋଜନା ଦ୍ୱାରା ଲୋକେ କିପରି ଉପକୃତ ହେଉଛନ୍ତି କହିଥିଲେ | ଲକ୍ଷ୍ମୀ ଯୋଜନା, ମମତା ଯୋଜନା, 5ଟି ରୂପାନ୍ତରିକରଣ ସହ ବହୁ ଯୋଜନା ସମ୍ପର୍କରେ ଆଲୋକପାତ କରି ଲୋକଙ୍କ ସମସ୍ୟା ବୁଝିଥିଲେ | ନିର୍ବାଚନ ବିଗୁଲ ବାଜି ଯାଇଥିବାରୁ ପୁଣି ବିଜେଡି ସରକାରଙ୍କୁ ଜିତାଇବା ଲାଗି କହିଥିଲେ | କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ବିଜେଡି ବ୍ଲକ ସଭାପତି ବିଦ୍ୟାଧର ମଳିକ, ସରୋଜ ଜାଲ ସହ ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଧାୟକ, ବିଡ଼ିଓ ଓ ଅନ୍ୟାନ୍ୟ କର୍ମଚାରୀ ମାନଂକୁ ଗିରଫ କରାଯିବା ନେଇ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର ବ୍ଲକ ଘେରାଉ ଓ ପ୍ରତିବାଦ ସଭା

Sunil Chandra Nayak

ବିଧାୟକଙ୍କ ଆପେଣ୍ଡିକ୍ସ ଅପେରସନ ସଫଳ 

masiha

ସାହିତ୍ୟ ହେଉଛି ମଣିଷ ମନର ଅନ୍ତସ୍ୱର – ରାଜୀବ ପାଣି  ନାରୀ ମନର ଅନ୍ତ ଚେତନାର ସ୍ୱର ହେଉଛି ସ୍ମୃତି ଓ ସାନ୍ତନା ସାହିତ୍ୟ ସଂସଦ – ସବିତା ରାଣି ବେହେରା 

Sunil Chandra Nayak

Leave a Comment

error: Content is protected !!