ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସାମାଜିକ ସମସ୍ୟା ନେଇ ପ୍ରେସ ମିଟ୍ 

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସାମାଜିକ ସମସ୍ୟା ନେଇ ପ୍ରେସ ମିଟ୍ 

ଜୁନାଗଡ଼,୧୬/୩(ମ ନି ସ) ଅଲ ଓଡିଶା ସିଡୁଲକାଷ୍ଟ ଫେଡରେସନ ତରଫରୁ ଜୁନାଗଡ ଓରିଅନ ହୋଟେଲ ଠାରେ ନିଜ ସମାଜର ବିଭିନ୍ନ ସମସ୍ୟା ନେଇ ପ୍ରେସ୍ ମିଟ୍ ଜରିଆରେ ସରକାରଙ୍କ ଠାରେ ଦାବି ରଖାଯାଇଛି। ଏଥିରେ ସମସ୍ତ ଜାତି ସମାଜ ପାଇଁ ଯେମିତି ସମାଜ ଭବନ ଭୁବନେଶ୍ଵରରେ ଜମି ସହ ଅର୍ଥ ରାଜକୋଷା ରୁ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି,,ସେହିଭଳି ଏସ୍ ସି ସମାଜ ଭବନ ଭବାନୀପାଟଣା ଓ ଭୁବନେଶ୍ଵରରେ ଯୋଗାଇ ଦେବା ପାଇଁ ଦାବୀ କରାଯାଇଛି।ସେହିପରି ଓଡିଶାରେ ୯୦ ଲକ୍ଷ୍ୟ ଏସ୍ ସି ଭୋଟର ଥିବା ସ୍ୱତଃ ଏସ୍ ସି ମାନଙ୍କୁ ରାଜନୀତି ରେ ଅଣଦେଖା, ,,ଏସ୍ ସି ସମାଜର ଅନେକ ଉଦୀୟମାନ ନେତା ମାନଙ୍କୁ ବିଭିନ୍ନ ମିଥ୍ୟା କେସରେ ଗିରଫ୍ କରି କୋର୍ଟ ଚାଲନ୍ ,,ଶିକ୍ଷା ସମାଜିକ କ୍ଷେତ୍ରରେ ସବୁ ସମାଜ ଭଲି ଏସ୍ ସି ମାନଙ୍କୁ ସମାନ ଅଧିକାର ଦେବା ପାଇଁ ଅନୁରୋଧ ଓ ଓଡିଶାର ବିଭିନ୍ନ ଥାନାରେ ଏସ୍ ସି ଭାଇ ମାନେ କିଛି ଅଭିଯୋଗ ଆଣିଲେ ପୋଲିସ ପ୍ରଶାସନ ରୁ ଉଚିତ୍ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।ଏଣୁ ଏହିସବୁ ସମସ୍ୟା ନେଇ ସରକାର ଯତ୍ନବାନ ହୋଇ ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଉକ୍ତ ପ୍ରେସ୍ ମିଟ୍ ରେ ସଂଗଠନ ର ସଭାପତି ଧନଞ୍ଜୟ ଦୀପ୍ ,ହରିଜନ କଲ୍ଯାଣ ସମିତି ର ସଭାପତି ସୁଗ୍ରୀବ ଦୀପ୍, ଜିଲ୍ଲା ଯୁବମୁଖ୍ୟ ତେଜରାଜ ବେହେରା, ଜିଲ୍ଲା ସମ୍ପାଦକ ଶ୍ରୀକାନ୍ତ ଛତ୍ରୀଆ, ଉପଦେଷ୍ଟା ଶତ୍ରୁଘ୍ନ ନାଏକ, ଡମ୍ବୁରୁଧର କରୁଆ, ଜୁନାଗଡ ବ୍ଳକ ଯୁବମୁଖ୍ୟ ସୁକାନ୍ତ , ଜୁନାଗଡ ଏନଏସି ସଭାପତି ଲଳିତ ବାଗ ପ୍ରମୁଖ ଉପସ୍ଥିତରହି ଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖୁତୀ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ପ୍ରଥମ କଳାହାଣ୍ଡି ଗ୍ରସ୍ତ। ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ…

masiha

ଆନ୍ତର୍ଜାତିକ ମହିଳା ଓ ବିଶ୍ବ ପଖାଳ ଦିବସ ପାଳନ 

masiha

କୋମନା ବସ୍ ଷ୍ଟାଣ୍ଡରେ ନାହିଁ ଛାଇ କି ପାଣି ବ୍ୟବସ୍ଥା ଚା ଦୋକାନ, ପାନ ଦୋକାନରେ ଯାତ୍ରୀ

Sunil Chandra Nayak

Leave a Comment

error: Content is protected !!