ଝରିଗାଁ ବନାଞ୍ଚଳରୁ ଛୋଟ ଅଜଗର ସାପ ଉଦ୍ଧାର
ଝରିଗାଁ –ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ଅଧୀନ କୁଟ୍ରିଛାପର ପଞ୍ଚାୟତର ଦିଶାରୀଗୁଡ଼ା ଗ୍ରାମରୁ ଏକ ଛୋଟ ଅଜଗର ସାପ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଗ୍ରାମର ମନହର ସାନ୍ତାଙ୍କ ଘର ନିକଟ ମକାବାଡ଼ିରେ କାମ କରୁଥିବା ସମୟରେ ଏକ ଛୋଟ ଅଜଗର ସାପକୁ ଦେଖିଥିଲେ। ପରେ ସେ ସାପଟିକୁ ସୁରକ୍ଷିତ ଭାବେ ଧରି ଘରକୁ ଆଣିଥିଲେ। ଏନେଇ ଝରିଗାଁ ବନ ବିଭାଗକୁ ସୂଚନା ଦିଆଯାଇଥିଲା।
ଖବର ପାଇ ଝରିଗାଁ ବନ ବିଭାଗ ଅଧିକାରୀ ସୁଶାନ୍ତ ସିଂଙ୍କ ନିର୍ଦ୍ଦେଶରେ ବନ ବିଭାଗର କର୍ମଚାରୀ ଓ ସହଯୋଗୀମାନେ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରି ନେଇଯାଇଥିଲେ।
ଉଦ୍ଧାର ସମୟରେ ସମାଜସେବୀ ଭଗବାନ ସାନ୍ତା, ମାଧବ ମାଝୀ, ଧନସିଂ ଗୌଡ଼, ଜଳଧର ହରିଜନ, ଗୋବିନ୍ଦ ସାନ୍ତା, ପୁସ୍ତମ ସାନ୍ତା ଓ ପୀତବାସ ସାନ୍ତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

