ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଳଶୈଳ,ବିଶ୍ଵ ଓଡ଼ିଆ ସମ୍ମିଳନୀ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦର ଆହ୍ବାନ କ୍ରମେ ଢେଙ୍କାନାଳ ଜିଲ୍ଲାରେ ବର୍ଣ୍ଣାଢ଼୍ୟ ଓଡ଼ିଆ “ସ୍ଵାକ୍ଷର ସଂକଳ୍ପ ଦିବସ” -୨୦୨୬ ପାଳିତ

ନୀଳଶୈଳ,ବିଶ୍ଵ ଓଡ଼ିଆ ସମ୍ମିଳନୀ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦର ଆହ୍ବାନ କ୍ରମେ ଢେଙ୍କାନାଳ ଜିଲ୍ଲାରେ ବର୍ଣ୍ଣାଢ଼୍ୟ ଓଡ଼ିଆ “ସ୍ଵାକ୍ଷର ସଂକଳ୍ପ ଦିବସ” -୨୦୨୬ ପାଳିତ

ଢେଙ୍କାନାଳ : ତା.୨୨.୦୯.୨୦୨୬ରିଖ : ( ମ ନି ସ) ନୀଳଶୈଳ,ବିଶ୍ଵ ଓଡ଼ିଆ ସମ୍ମିଳନୀ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦର ଆହ୍ବାନ କ୍ରମେ ସାରା ବିଶ୍ୱ ପାଳନ କରିଛି ସ୍ବାକ୍ଷର ସଂକଳ୍ପ ଦିବସ।ଏହି ଅବସରରେ ଢେଙ୍କାନାଳର ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପ୍ରାତଃ ୭ ଘଟିକା ସମୟରେ ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଳେଇ,ଲକ୍ଷ୍ମୀଧର ମ୍ୟୁନିସପାଲିଟି ହାଇସ୍କୁଲ୍,ଢେଙ୍କାନାଳର ପ୍ରଧାନ ଶିକ୍ଷକ ଇତିଶ୍ କୁମାର ବରାଳଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଓ ପ୍ରାକ୍ତନ ସହ ସମ୍ପାଦକ,କବିଭୂଷଣ ସ୍ମୃତି ସଂସଦର କାର୍ଯ୍ୟକାରୀ ସମ୍ପାଦକ,ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ସଂସଦର ସମ୍ପାଦକ,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ନୀଳଶୈଳ ଢେଙ୍କାନାଳ ଜିଲ୍ଲା ଶାଖାର ସଭାପତି ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱ,ବଳିଷ୍ଠ ନେତୃତ୍ବ ଓ ପୋରୋହିତ୍ୟରେ ପାଳନ ହୋଇଯାଇଛି ଢେଙ୍କାନାଳ ଜିଲ୍ଲାରେ ବର୍ଣ୍ଣାଢ଼୍ୟ ” ଓଡ଼ିଆ ସ୍ବାକ୍ଷର ସଂକଳ୍ପ ଦିବସ” -୨୦୨୬।ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନୀଳଶୈଳର ସାଧାରଣ ସମ୍ପାଦକ ବିଭୁପ୍ରସାଦ ନାୟକ (ଡଃ ଧର୍ମଛଡା),ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସୌମ୍ୟ ଶଙ୍କର ରାଜ,ନରେନ୍ଦ୍ର ରାଜ ସାମନ୍ତ,ରାହୁଲ କୁମାର ପ୍ରମୁଖ ପୁରୀ ଶ୍ରୀ ମନ୍ଦିରରୁ ଆଜ୍ଞା ମାଳ ଧରି ଆସି ଯୋଗଦାନ କରିଥିଲେ।ଡ଼ା.ଦେବୀ ପ୍ରସାଦ ମିଶ୍ର ଅତିଥି ପରିଚୟ,ସ୍ୱାଗତ ଭାଷଣ,କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରି ସ୍ଵୀୟ ବକ୍ତବ୍ୟରେ ନୀଳଶୈଳ ଏବଂ ବିଶ୍ବ ଓଡ଼ିଆ ସମ୍ମିଳନୀର ସଭାପତି ଡକ୍ଟର ମୁରଲୀ ମନୋହର ଶର୍ମା ଏବଂ ନୀଳଶୈଳର ସାଧାରଣ ସମ୍ପାଦକ ବିଭୁପ୍ରସାଦ ନାୟକ (ଡଃ ଧର୍ମଛଡା), ସୌମ୍ୟ ଶଙ୍କର ରାଜ,ନରେନ୍ଦ୍ର ରାଜ ସାମନ୍ତ,ରାହୁଲ କୁମାରଙ୍କ ଦୃଢ଼ ଆହ୍ବାନ କ୍ରମେ ଓଡ଼ିଶାର ପୁରାତନ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ”ନୀଳଶୈଳ” ପକ୍ଷରୁ ଆୟୋଜିତ ସ୍ବାକ୍ଷର ସଂକଳ୍ପ ଦିବସରେ ଆମେ ଭାଗ ନେଇ ଓଡ଼ିଆରେ ଦସ୍ତଖତ କରି ସେପ୍ଟେମ୍ବର ୨୨ ତାରିଖ “ସ୍ବାକ୍ଷର ସଂକଳ୍ପ ଦିବସ” -୨୦୨୬କୁ ଏକ ଗଣପର୍ବରେ ପରିଣତ କରିଥିବାରୁ ଓଡ଼ିଆ ଭାବେ ସମସ୍ତଙ୍କ ସହିତ ମୁଁ ଢେଙ୍କାନାଳ ଜିଲ୍ଲାରୁ ନୀଳଶୈଳ ଅନୁଷ୍ଠାନର ସଦସ୍ୟ ଭାବେ ତଥା ଢେଙ୍କାନାଳ ଜିଲ୍ଲା ଶାଖାର ସଭାପତି ଭାବେ ନିଜକୁ ଗର୍ବିତ ମନେ କରୁଛି।ଏଭଳି ଅଭିନବ କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ସ୍ଵୀୟ ଅଭିବ୍ୟକ୍ତିରେ ଡ଼ା.ମିଶ୍ର ଏହା ଯେ ଦେଶ ବିଦେଶରେ ଥିବା ପ୍ରତ୍ୟେକ ଓଡ଼ିଆ ଗୋଟିଏ ଦିନ ଆମ ନିଜର ମାତୃଭାଷା ଓଡ଼ିଆ ଲିପିରେ ନିଜେ ଦସ୍ତଖତ କରିବା ସହିତ ନିଜ ପିଲାମାନଙ୍କୁ ଓଡ଼ିଆ ଲିପିରେ ଦସ୍ତଖତ କରିବା ପାଇଁ ପ୍ରବର୍ତ୍ତାଇ ଓଡ଼ିଆ ଭାଷା ଆନ୍ଦୋଳନରେ ନିଜକୁ ସାମିଲ କରିବା ଆମ ସମସ୍ତ ଓଡ଼ିଆଙ୍କର ପରମ,ପବିତ୍ର କର୍ତ୍ତବ୍ୟ ବୋଲି ଦୃଢ଼ ଆହ୍ୱାନ ଜଣାଇ ଥିଲେ।ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମରୁ ୨୦୦ରୁ ଉର୍ଦ୍ଧ୍ବ ସମସ୍ତ ଛାତ୍ରୀଛାତ୍ରମାନେ,ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ମାନେ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମୀର କୁମାର ପରିଡ଼ା,ସମସ୍ତ ସଦସ୍ୟା,ସଦସ୍ୟଙ୍କ ସମେତ ବିଦ୍ୟାଳୟର ପ୍ରାକ୍ତନ କଳା ଶିକ୍ଷକ,କବିଭୂଷଣ ସ୍ମୃତି ସଂସଦର ସମ୍ପାଦକ,ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ସଂସଦର ସଭାପତି ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ୍ ଡ଼ଃ ନିର୍ମଳ ସୁନ୍ଦର ମିଶ୍ର,ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରୀଡ଼ା ଘୋଷକ ଅମୀୟ କୁମାର ଚାନ୍ଦଙ୍କ ସମେତ ବହୁ ପୂରାତନ ଛାତ୍ରୀ,ଛାତ୍ର,ବର୍ତ୍ତମାନର ୬୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ,ଛାତ୍ର, ସେମାନଙ୍କର ପିତା ମାତା,ଅଭିଭାବିକା,ଅଭିଭାବକ ମଧ୍ୟ ଯୋଗଦାନ କରି ମାତୃଭୂମି ଓ ମାତୃଭାଷାର ଟେକ ରଖିବା ନିମନ୍ତେ ଶପଥ ନେବା ସହିତ ଓଡ଼ିଆ ଲିପିରେ ଦସ୍ତଖତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼.ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର କୁମାର ସାମଲ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,ନଳିନୀ ବେହେରା, ଅନୁପମା ପଣ୍ଡା,ଜ୍ୟୋତି ରଞ୍ଜନ ନାୟକ,କିରଣମୟୀ ମହାଳିକ, କଲ୍ୟାଣୀ ବଡ଼ଜେନା,ଶୁଭସୁନ୍ଦର ବେହେରା,ରାକେଶ କୁମାର ସାହୁ,ଅପରାଜିତା ସାମଲ,ରାଜଶ୍ରୀ ପାତ୍ର,ସୁଚିସ୍ମିତା ମହାନ୍ତି, ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥି,କ୍ଷୀରାବଧିତନୟା ମହାପାତ୍ର,ସ୍ମିତିସୁଧା ଜେନା,ଅନିତା ସାହୁ,ସ୍ମିତା ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ବିଶ୍ବାଳ,ସୁଦର୍ଶନ ସାହୁ,ଅଜିତ କୁମାର ବାରିକ, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ।ପରିଶେଷରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼.ଅନୁପମା ମିଶ୍ର ଓ ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର କୁମାର ସାମଲଙ୍କ ମିଳିତ ମାର୍ଗଦର୍ଶନରେ ଉପସ୍ଥିତ ସମସ୍ତେ ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଓ ପ୍ରାକ୍ତନ ସହ ସମ୍ପାଦକ, କବିଭୂଷଣ ସ୍ମୃତି ସଂସଦର କାର୍ଯ୍ୟକାରୀ ସମ୍ପାଦକ,ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ସଂସଦର ସମ୍ପାଦକ, ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ନୀଳଶୈଳ ଢେଙ୍କାନାଳ ଜିଲ୍ଲା ଶାଖାର ସଭାପତି ଡ଼ା.ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଆଗେ ଥଇଥାନ ପଛେ ଉଛେଦ ଦାବିରେ ଗୋପାଳବନ୍ଧ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

ବାଇକକୁ ଧକା ଦେଲା ପିକପ 

masiha

Leave a Comment

error: Content is protected !!