ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ

ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ

ଯାଜପୁର, ୨୬|୧୧ (ମସିହା ନ୍ୟୁଜ ) ପ୍ରଦୀପ କୁମାର ମଲ୍ଲିକ : ଆଜି ପୂର୍ବାହ୍ନରେ ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ଅଧ୍ୟକ୍ଷା ଶ୍ରୀମତୀ ଜେନା ଉପସ୍ଥିତ ସାଂସଦ, ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ଗଣମାଧ୍ୟମ ପ୍ରତିନିଧି, ଅଧିକାରୀ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଏହି ବୈଠକରେ ମାନ୍ୟବର ସାଂସଦ, ଲୋକସଭା, ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, ସାଂସଦ ରାଜ୍ୟସଭା ଶ୍ରୀମତୀ ସୁଲତା ଦେଓ, ବିଧାୟକ, ବଡ଼ଚଣା ଶ୍ରୀ ଅମର ନାୟକ, ବିଧାୟିକା, ଯାଜପୁର ଶ୍ରୀମତୀ ସୁଜାତା ସାହୁ, ବିଧାୟକ, ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ, ବିଧାୟକ ବରୀ ଶ୍ରୀ ବିଶ୍ବରଂଜନ ମଲ୍ଲିକ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ମାନ୍ୟବର ମନ୍ତ୍ରୀ ସମବାୟ ହସ୍ତତନ୍ତ, ବୟନଶିଳ୍ପ ଙ୍କ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ପୂର୍ବ ବୈଠକର ବିବରଣୀକୁ ଦୃଢ଼ୀକରଣ କରାଯାଇଥିଲା। ଲୋକସଭା ସାଂସଦ ଡ଼ା. ବେହେରା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶ୍ରେଣୀ ଗୃହ ନିଅଣ୍ଟ ଥିବାରୁ ତାହାର ଚିଠା ପ୍ରସ୍ତୁତ କରି ସରକାରଙ୍କ ପାଖରେ ଦାଖଲ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ମହତାବ ଓ ଅହିୟାସ ହାଇସ୍କୁଲ ଭିତ୍ତିଭୂମି ଉନ୍ନତ କରିବାକୁ କହିଥିଲେ। ବଡ଼ଚଣା ବିଧାୟକ ଶ୍ରୀ ଅମର ନାୟକ ଯୋଗଦେଇ କହିଲେ ବଡ଼ଚଣା – ଦର୍ପଣୀ ରୋଡ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବା, କୃଷ୍ଣଦାସପୁର – ରତ୍ନଗିରି, ଲଳିତଗିରି – ରତ୍ନଗିରି ରୋଡ ଆଗାମୀ ଭବିଷ୍ୟତରେ ବ୍ୟସ୍ତବହୁଳ ହେବାକୁ ଥିବାରୁ ସମୟୋପଚିତ ପଦକ୍ଷେପ ଗ୍ରହଣ କରି ଡି.ପି.ଆର ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପାନୀୟ ଜଳ ଯୋଗାଣ ଏକ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ଖରାଦିନ ପୂର୍ବରୁ ସମସ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଅଧିକ୍ଷଣ ଯନ୍ତ୍ରୀ, ଜଳ ଯୋଗାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟିକା, ଯାଜପୁର ଶ୍ରୀମତୀ ସୁଜାତା ସାହୁ ଦଶରଥପୁର ବ୍ଲକ, ମଙ୍ଗଳପୁର ପାନୀୟ ଜଳ ପ୍ରକଳ୍ପ ଓ ନଳକୂପ ଖନନ ତୁରନ୍ତ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଓ ଆବଶ୍ୟକ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଧାୟକ, ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ, ବିଧାୟକ ବରୀ ଶ୍ରୀ ବିଶ୍ବରଂଜନ ମଲ୍ଲିକ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ଯୋଗଦେଇ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଜିଲ୍ଲା ପରିଷଦ ବୈଠକରେ କୃଷିକୁ ଗୁରୁତ୍ଵଦେଇ ସାର, ବିହନ ଯୋଗାଣ, ଶୀତଳ ଭଣ୍ଡାର ନିର୍ମାଣ ଆଦି ବିଷୟରେ ଆଲୋଚନା କରିବାକୁ ପ୍ରସ୍ତାବ ରଖିଥିଲେ। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜିଲ୍ଲାପରିଷଦର ବିଭିନ୍ନ କମିଟି ପୁନଃ ଗଠନ କରିବା, ବ୍ଲକୱାରୀ ନିଅଣ୍ଟ ଶ୍ରେଣୀ ଥିବା ସ୍କୁଲ ଗୁଡ଼ିକର ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ମାଣାଧୀନ ଥିବା ଗୃହ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଉକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ଯୋଗାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ଵାସ୍ଥ୍ୟ ବିଭାଗର ଜନନୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ, ଆୟୁଷ୍ମାନ ଯୋଜନା, ଅନ୍ଧତ୍ବ ଦୂରୀକରଣ, ଜାତୀୟ ଯକ୍ଷ୍ମା ନିରାକରଣ, କୁଷ୍ଠ ନିରାକରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଇଥିଲା। ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନାକୁ ଆଗେଇ ନେଇଥିଲେ। ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀ ଗଣେଶ୍ୱର ବରାଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Related posts

ଝୁଲନ୍ତା ଅବସ୍ଥାରେ ନିଖୋଜ ବ୍ଯକ୍ତିଙ୍କ ମୃତ ଦେହ ଉଦ୍ଧାର

masiha

ଦୀର୍ଘ ୧୭ ଦିନ ପରେ ସୁଡ଼ଙ୍ଗ ଭିତରୁ ଉଦ୍ଧାର ହେଲେ ଡାବୁଗାଁ ବ୍ଲକ ତାଳବେଢା ଗାଁ ର ଭଗବାନ ଭତ୍ରା, ପରିବାର ମଧ୍ୟରେ ଖୁସିର ଲହରୀ 

masiha

ଗୋଟିଏ ବି ଶିଶୁ ବିଦ୍ୟାଳୟ ବାହାରେ ରହିବେ ନାହିଁ, ସମସ୍ତ ବିଦ୍ୟାଳୟର ବାହାରେ ଥିବା ଶିଶୁଙ୍କୁ ଚିହ୍ନଟ କରି ନିୟମିତ କରାଯିବ

Sunil Chandra Nayak

Leave a Comment

error: Content is protected !!