ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରମ୍ବାର ଅଘୋଷିତ ବିଜୁଳିକାଟ ବିରୁଦ୍ଧରେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପ୍ରତିବାଦ 

ବରମ୍ବାର ଅଘୋଷିତ ବିଜୁଳିକାଟ ବିରୁଦ୍ଧରେ

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପ୍ରତିବାଦ 

ଜଳେଶ୍ବର,୨୨/୯(ମନିସ)- ରକ୍ଷଣାବେକ୍ଷଣ ନାମରେ ମନୋମୁଖୀ ଭାବେ ଟାଟା ପାୱାରର ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ଜଳେଶ୍ବରବାସୀଙ୍କୁ ଅତିଷ୍ଠ କଲାଣି। ଅନୁକୂଳ ପାଗ ସତ୍ତ୍ବେ ପ୍ରାୟ ପ୍ରତିଦିନ ଘନ ଘନ ବିଜୁଳିକାଟ ହେବା ଫଳରେ ରୋଗୀ ,ବରିଷ୍ଠ ନାଗରିକ ଓ ସାଧାରଣ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ଉଠୁଛି। ଏହାର ପ୍ରତିବାଦରେ ବରିଷ୍ଠ ନାଗରିକ ମଞ୍ଚର ଏକ ପ୍ରତିନିଧିଦଳ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଇଂ ରତିରଞ୍ଜନ ରାଉତଙ୍କୁ ଭେଟି ତୁରନ୍ତ ବିଜୁଳିକାଟର ସ୍ଥାୟୀ ପ୍ରତିକାର ନିମେନ୍ତ ଦାବୀପତ୍ର ପ୍ରଦାନ କରି ଅଛନ୍ତି।ଉକ୍ତ ପ୍ରତିନିଧି ଦଳରେ ମଞ୍ଚର ସଭାପତି ଡକ୍ଟର ରମାକାନ୍ତ ଭଞ୍ଜ,ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି, କାର୍ଯ୍ଯକାରୀ ସଭାପତି ଭାସ୍କର ଚନ୍ଦ୍ର ମିଶ୍ର, ବରିଷ୍ଠ ସଦସ୍ଯ ଦିଲ୍ଲୀପ କୁମାର ଗିରି,ସମାଜସେବୀ ସିତାଂଶୁ ସେନାପତି,ସହ ସମ୍ପାଦକ ଇଂ ଶ୍ରୀମନ୍ତ କୁମାର ଘୋଷ, ଶିକ୍ଷାବିତ ଖଗେନ୍ଦ୍ରନାଥ ସାହୁ,କପିଳେଶ୍ଵର ମହାନ୍ତିଙ୍କ ପ୍ରମୁଖ ଉପସ୍ଥିତ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା , ୪୦ ଦିନରେ ୬୦୦ କିମି ପାଇଁ ଚାଲିଛି ଯାତ୍ରା

Sunil Chandra Nayak

ବିଜ୍ଞାନ ଓ ଆଧ୍ୟାତ୍ମିକ ଶୀର୍ଷକ ଜାତୀୟ ସ୍ତରୀୟ ଦ୍ବିଦିବସୀୟ କର୍ମଶାଳା ଅନୁଷ୍ଠିତ

masiha

୫୪ ବର୍ଷରେ ଲଙ୍କେଶ୍ୱରୀ କ୍ଲବ ପୂଜା ମଣ୍ଡପ, ମନମୋହୁଛି ଅକ୍ଷରଧାମ ତୋରଣ,ଭିଡ ଜମୁଛି ବିଭିନ୍ନ ପୂଜା ମଣ୍ଡପରେ

masiha

Leave a Comment

error: Content is protected !!