ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମରା ସଂଘରେ ବର୍ଷା କବିତା ଆସର

ଧାମରା ସଂଘରେ ବର୍ଷା କବିତା ଆସର

ରାଉରକେଲା : ଧାମରା ସଂଘ ଦ୍ବାରା ଆୟୋଜିତ ବର୍ଷା କବିତା ଆସରରେ ,ବର୍ଷା ! ନିଜେ ଏକ କବିତା ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ଯବକ୍ତା ପବିତ୍ର ପାଣିଗ୍ରାହୀ କହିଥିଲେ ଯେ ବର୍ଷା ! ନିଜେ ଏକ କବିତା । ବର୍ଷା କବି ଙ୍କ ମନରେ ଆଶା ଓ ଆକାଂକ୍ଷା ଜଗାଏ ଓ କବିତା ଲେଖିବା ପାଇଁ ପ୍ରେରଣା ଯୋଗାଏ। ଏହା ସହ ସେ ବିଭିନ୍ନ କବିଙ୍କର କବିତା ସମ୍ପର୍କରେ ଆଲୋଚନା କରିଥିଲେ। ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ଆବାହକତ୍ୱ ଓ ସାହିତ୍ୟ ସମ୍ପାଦିକା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ବର୍ଷା କବିତା ଆସରରେ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ସାହିତ୍ଯ ଏକାଡେମୀର ପୂର୍ବତନ ସଦସ୍ଯ ଇଂ ଅଭୟ ସୂତାର ବର୍ଷା ପ୍ରକୃତି ଓ ପ୍ରେମ ଚେତନାକୁ କେନ୍ଦ୍ର କରି ଉଭୟ ପ୍ରାଚ୍ଯ ଓ ପାଶ୍ଚାତ୍ଯ କବିତା ପ୍ରେମମୟ ଓ ଜୀବନ୍ତ ବୋଲି ମତ ରଖିଥିଲେ । ସଂଘର ସାଧାରଣ ସଂପାଦକ ଶ୍ରୀ ରାଉତ ସଂପାଦକୀୟ ବିବରଣୀ ପାଠ କରିବା ସହ ଆଗକୁ ଏହିଭଳି କବିତା ଆସର ଆହୁରି କିପରି ଆକର୍ଷଣୀୟ ହୋଇ ପାରିବ ତାହା ପ୍ରକାଶ କରିଥିଲେ। ସହ ସାଧାରଣ ସଂପାଦକ ଅକ୍ଷୟ କୁମାର ଦାସ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଗୁରୁ ଜ୍ଯୋତିର୍ମୟ ଆଚାର୍ଯ୍ଯ ଓ ସାଥିମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ ହୋଇଥିଲା । ଏହି ଅବସରରେ ପବିତ୍ର ପାଣିଗ୍ରାହୀଙ୍କୁ ଧାମରା ସାରସ୍ବତ ସମ୍ମାନ ଓ ଭଦ୍ରକର ସ୍ବନାମ ଧନ୍ଯ ଚିତ୍ରଶିଳ୍ପୀ ନିରଞ୍ଜନ ନାୟକଙ୍କୁ ଧାମରା ଶିଳ୍ପୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଦ୍ବିତୀୟ ପର୍ଯ୍ଯାୟରେ ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଜାନକୀ ପାଢୀଙ୍କ ସଭାପତିତ୍ବ, ବିଶିଷ୍ଟ ସଂଗଠିକା ସଂଯୁକ୍ତା ବଳନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲାବେଳେ କବୀ କନକଲତା ମିଶ୍ର, ହରପ୍ରିୟା ସାମଲ, ସବିତା ପରିଡାଙ୍କ ସଂଯୋଜନାରେ ସହରର ବହୁ କବି ବର୍ଷା ଶୀର୍ଷକ କବିତା ପାଠ କରିଥିଲେ। ଶେଷରେ ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତର ରେ ଛାତ୍ରୀ ଙ୍କ ସଫଳତା 

masiha

ବଣକାଟି ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜାବ ଏଣ୍ଡ ସିନ୍ଦ୍ ବ୍ୟାଙ୍କ ଆଭାଷୀ ମାଧ୍ୟମରେ ଉଦଘାଟିତ

masiha

ଗୋଲାମୁଣ୍ଡାରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!