ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର ଦାବିରେ ୧୨ ଫେବୃୟାରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ସଫଳ କରିବା ପାଇଁ ସି ଆଇ ଟି ୟୁ ର ସାଧାରଣ ସଭା

ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର ଦାବିରେ ୧୨ ଫେବୃୟାରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ସଫଳ କରିବା ପାଇଁ ସି ଆଇ ଟି ୟୁ ର ସାଧାରଣ ସଭା

କେନ୍ଦ୍ର ମୋଦି ସରକାର ପୁଞ୍ଜିପତି ଓ କର୍ପୋରେଟ ମାଲିକ ମାନଙ୍କ ସ୍ଵାର୍ଥ ରକ୍ଷା କରିବା କୁ ଯାଇ ଦେଶର ଶ୍ରମିକ ଶ୍ରେଣୀ କୁ ଗୋଲାମୀ ମଧ୍ୟକୁ ଠେଲି ଦେଇ ସମସ୍ତ ଶ୍ରମ ଆଇନ ଗୁଡ଼ିକୁ ରଦ୍ଦ କରି କୋର୍ଡ କରିଛନ୍ତି ଯାହା ଫଳରେ ମାଲିକ୍ ନିକଟରେ ଶ୍ରମିକ ସଂପୂର୍ଣ୍ଣ କ୍ରିତ୍ତଦାସ ରେ ପରିଣତ ହେବେ।ଏହା ବିରୁଦ୍ଧରେ ଗତ ଜାନୁଆରୀ ୯ ତାରିଖ ଦିନ ଦିଲ୍ଲୀ ଠାରେ ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ଜାତୀୟ କର୍ମଚାରୀ ଫେଡେରେସନ ଦେଶ ବିରୋଧୀ ଓ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର ଦାବିରେ ଆଗାମୀ ଫେବୃଆରୀ ୧୨ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଓ ହରତାଳ ର ଆହ୍ୱାନ ଦେଇଛନ୍ତି। 

   ସେହି ପରିପ୍ରେକ୍ଷୀରେ ଆଜି ଷ୍ଟିଲ ଏମ୍ପୋଇଜ ଟ୍ରେଡ ୟୁନିୟନ, ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନ ଓ ଏନ୍ ଏସ ପି ସି ଏଲ ଓରକର୍ସ ୟୁନିୟନ,ସି ଆଇ ଟି ୟୁ ପକ୍ଷରୁ ଇସ୍ପାତ ଓ ଠିକା ଶ୍ରମିକ ମାନଙ୍କ ସାଧାରଣ ସଭା ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଅନୁଷ୍ଠିତ ହୋଇ ଧର୍ମଘଟ କୁ ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

    ଏହି ସଭାରେ ଉପରୋକ୍ତ ୟୁନିୟନର ସଭାପତି ତଥା ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ବକ୍ତବ୍ୟ ରଖି ଦେଶର ଶ୍ରମିକ, କର୍ମଚାରୀ ଓ ଟ୍ରେଡ ୟୁନିୟନ ମାନଙ୍କ ପ୍ରବଳ ବିରୋଧ ସତ୍ତ୍ଵେ ସରକାର ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ଦେଶରେ ଲାଗୁ କରିଛନ୍ତି। ଯାହା ଫଳରେ ଶ୍ରମିକ ମାନେ ସେମାନଙ୍କ ଅଧିକାର ରୁ ବଞ୍ଚିତ ହେବେ, ୟୁନିୟନ ଗଠନ କରିପାରିବେ ନାହିଁ, ଶ୍ରମିକ ନିଜର ଦାବି ହାସଲ ପାଇଁ ସାମୂହିକ ମୂଲଚାଲ ଓ ଧର୍ମଘଟ କରିବା ଉପରେ କଟକଣା ଲଗାଯାଇଛି। ପୁଣି ଏହି ନୂତନ କୋର୍ଡ ରେ ଶ୍ରମିକ ର ସଞା ପରିବର୍ତ୍ତନ କରିବା ସହିତ ୧୮ ହଜାର ଟଙ୍କା ରୁ ଅଧିକ ଦରମା ହେଲେ ସର୍ବନିମ୍ନ ମଜୁରୀ ପରିସର ବାହାରେ ରହିବେ। ଦୈନିକ କାର୍ଯ୍ୟ ଦିବସ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟାକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ଏହି ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ଦେଶରେ ଲାଗୁ କରିବା ପରେ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶ୍ରମିକ ମାନଙ୍କ ମଧ୍ୟରେ ବିଭ୍ରାନ୍ତିକର ପ୍ରଚାର କରି ଏହି ନୂତନ କୋର୍ଡ ଶ୍ରମିକ ଶ୍ରେଣୀ ସ୍ବାର୍ଥ ରକ୍ଷା କରିବ ବୋଲି ମିଥ୍ୟା ପ୍ରଚାର କରିବା ଏହା ଦେଶର ସମଗ୍ର ଶ୍ରେଣୀ ପ୍ରତି ସରକାରଙ୍କ ଉପହାସ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଶ୍ରୀ ମହାନ୍ତି କହିବା ସହିତ ଆଗାମୀ ଫେବୃଆରୀ ୧୨ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଓ ହରତାଳ କୁ ସୁନ୍ଦରଗଡ଼ ଜିଲ୍ଲାରେ ଓ ରାଉରକେଲା ରେ ସଫଳ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

   ଏହି ବୈଠକରେ ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନ ର ସାଧାରଣ ସମ୍ପାଦକ ବିମାନ ମାଇତି, ଷ୍ଟିଲ ଏମ୍ପୋଇଜ ଟ୍ରେଡ ୟୁନିୟନ ର ସାଧାରଣ ସମ୍ପାଦକ ବସନ୍ତ ନାୟକ, ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା, ସଂପାଦକ ବି ପି ମହାପାତ୍ର,ରାଜ କିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ଅଜୟ ଶର୍ମା,ହୃଦୟାନନ୍ଦ ଯାଦବ, ଯଜ୍ଞେଶ୍ଵର ସାହୁ,ଏନ୍ ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ପ୍ରଦୀପ ସେଠୀ, ଜୀବନ ବରିହା ପ୍ରମୁଖ ବକ୍ତବ୍ୟ ରଖି ସୁନ୍ଦରଗଡ଼ ଜିଲ୍ଲାରେ ଶ୍ରମିକ ଶ୍ରେଣୀ ର ସ୍ବାର୍ଥ ରକ୍ଷା ପାଇଁ ଫେବୃୟାରୀ ୧୨ ସାଧାରଣ ଧର୍ମଘଟ ଓ ହରତାଳ କୁ ସୁନ୍ଦରଗଡ଼ ଜିଲ୍ଲାରେ ଓ ରାଉରକେଲା ରେ ସଫଳ କରିବା ପାଇଁ, ଶ୍ରମିକ ଶ୍ରେଣୀ କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ସଭା ସମିତି କରିବା ସହିତ ବିଭିନ୍ନ ବସ୍ତି ଅଂଚଳରେ ବ୍ୟାପକ ସଭା ପ୍ରଚାର ପତ୍ର ବଣ୍ଟନ, ପଥପ୍ରାନ୍ତ ସଭା କରି ଶ୍ରମିକମାନଙ୍କୁ ସଂଗଠିତ କରିବା ସହିତ ସାଧାରଣ ଲୋକଙ୍କୁ ସାଧାରଣ ଧର୍ମଘଟ କୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କୁଳମଣି ରାଉତ, ବସନ୍ତ ପାଢ଼ୀ,ସୁରଜ ଦାସ, ସଚିନ୍ ରାୟ, ଅଜିତ୍ ରାୟ ହିତେଶ ମଲିକ୍, ଜୟନ୍ତୀ ମୋହିନୀ,କଞନୀ ଦେହୁରୀ, ଜଗବନ୍ଧୁ ରାଉତ,ବଛିରାମ ବେହେରା,ଶାନ୍ତା କୋଲେ,ବଣ୍ଟି ସିଂହ,ବ୍ରଜ ବେହୁରିଆ ପ୍ରମୁଖ ସଭା ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ଶିକ୍ଷା ବିଭାଗରେ ଚାଲିଛି ତଦନ୍ତ, କେବଳ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜି ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ବିଘ୍ନ ନାଶକ ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

Sunil Chandra Nayak

Leave a Comment

error: Content is protected !!