ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିକେରକୂପା ବନବିଭାଗ ରେ ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ

କାମ ନକରି ୨ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ , ଅଭିଯୋଗର ତେର ଦିନ ପରେ ମଧ୍ୟ କାର୍ଯାନୁଷ୍ଠାନ ତଦନ୍ତ ହେଉନି

ବିଶ୍ୱନାଥପୁର,04/05/23 ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହଳି ଓ ବେନଗାଁ ଗ୍ରାମପଞ୍ଚାୟତର ମନେରେଗା ଦୁର୍ନୀତି ନେଇଁ ଚର୍ଚ୍ଚା ହେଉ ଥିବା ବେଳେ ପୁଣି ମନରେଗା ଦୁର୍ନୀତି ଚିତ୍ର ସାମ୍ନାକୁ ଆସୁଛି l କେନ୍ଦ୍ର ସରକାର ଗରିବ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ନେଇଁ ମନରେଗା ଯୋଜନା ମାଧ୍ୟମରେ ଦାଦନ ଶ୍ରମିକ ରୋକିବା ମୂଳଲକ୍ଷ୍ୟ। କିନ୍ତୁ ଏହି ଯୋଜନା, ଯୋଜନା ରେ ହିଁ ସୀମିତ ରହିଯାଉଛି,କେବଳ ପ୍ରଚାର ପ୍ରସାରରେ  ଲୋକେ କାମ କରୁଛନ୍ତି କିନ୍ତୁ ପାରିଶ୍ରମିକ ପାଇବା ରେ ବଞ୍ଚିତ ହେଉଛନ୍ତି । କାମ କରୁଛି ଜଣେ ପାରିଶ୍ରମିକ ପାଉଛି ଆଉ ଜଣେ l ବର୍ତମାନ ଲାଞ୍ଜିଗଡ଼ ବ୍ଲକରେ ଦାଦନ ଦୁଃଖ ଦିନକୁ ଦିନ ବଢି ବାରେ ଲାଗିଛି। ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଗାଁ କୁ ଫେରୁଛନ୍ତି ଏମିତି ଅନେକ ଉଦାହରଣ ରହିଛି ଲାଞ୍ଜିଗଡ଼ ବ୍ଲକ ଠାରେ। ଏପଟେ କାମ ନ ହୋଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଛନ୍ତି ଦାୟିତ୍ଵ ରେ ଥିବା ସରକାରୀ କର୍ମଚାରୀ।ଏହାର ମଧ୍ୟ ଜ୍ଵଳନ୍ତ ଉଦାହରଣ ରହିଛି ଲାଞ୍ଜିଗଡ଼ ବ୍ଲକ ଠାରେ। ଏପଟେ ବ୍ଲକ ପ୍ରଶାସନ ପକ୍ଷରୁ ନିଜସ୍ଵ କାର୍ଯ୍ୟକ୍ରମ ମିଶନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲେ ସୁଦ୍ଧା ଏହାର ସୁଫଳ ମିଳି ପାରୁନାହିଁ। କାରଣ ଏହାର ସଠିକ ଭାବେ ପରିଚାଳନା ହେଉନଥିବା କୁହାଯାଉଛି । ଯାହା ଫଳରେ ଶ୍ରମିକ କାମକରି ମଧ୍ୟ୍ୟ ପାରିଶ୍ରମିକ ପାଇବାରେ ବଞ୍ଚିତ ହେଉଛନ୍ତି l ଏହି ଭଳି ଅଭିଯୋଗ ଆସୁଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ରେଞ୍ଜ ଅଧିନସ୍ଥ ଲାଞ୍ଜିଗଡ଼ରୋଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିକେରକୁପା ସେକସନ ର ଭିଏସଏସ ଠାରେ। ଏହି ଗାଁର ଭିଏସଏସ ଅଧିନରେ ଥିବା ମନରେଗା ଯୋଜନା ମାଧ୍ୟ୍ୟମରେ ୨୦ ଗୋଟି ଏଲବିସିଡି ପାଇଁ ଆସିଥିବା ଅଟକଳ ମୂଲ୍ୟ ୨ଲକ୍ଷ ୩୫ ହଜାର ୨୧୬ଟଙ୍କାର ଏକ ଫାଇଲ ଖୋଲି ବିନା ସୂଚନା ଫଳକରେ ସମସ୍ତ ଟଙ୍କା ଆତ୍ମସାତ କରିଥିବାର ଅଭିଯୋଗ ଆଣିଛନ୍ତି ସିକେରକୁପା ବନସୁରକ୍ଷା ସମିତି। ସୁଚନା ଅନୁସାରେ ଗତ ମାସ ୨୧ତାରିଖ ଦିନ ସିକେରକୁପା ବନସୁରକ୍ଷା ସମିତି ବିଶ୍ଵନାଥପୁର ରେଞ୍ଜର ପାଖରେ ସିକେରକୁପା ଭିଏସଏସ ଠାରେ କୌଣସି କାମ ନକରି ୨,୩୫,୨୧୬ ଟଙ୍କା ଆତ୍ମସାତ କରିଥିବା ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ବିଶ୍ଵନାଥ ପୁର ରେଞ୍ଜର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ରହିବା ଦୁର୍ଭାଗ୍ୟର କଥା। କାମ ନକରି ଟଙ୍କା ଆତ୍ମସାତ କରାଯାଇଛି,ତାହା ପୁଣି ଗୋଟିଏ ଦିନ ବି ପରିଶ୍ରମ କରି ନ ଥିବା ଲୋକଙ୍କ ବ୍ୟାଙ୍କ ଖାତାରେ ଅର୍ଥ ରାଶି ଜମା ହେଇଚି lଏନେଇ ସିକେରକୁପା ବିଟ୍ ର ଫରେଷ୍ଟ ଗାର୍ଡ ସହିତ ଯୋଗାଯୋଗ କରିଥିଲେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।ତେଣୁକରି ଏହାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାବୁ ବୁଦ୍ଧି ଯିବି ମହାଳରେ ଜୋର ଧରିଛି l

ବିଶ୍ୱନାଥପୁର ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ନବଯୁଗ ଜନକଲ୍ୟାଣ ପରିଷଦ ପକ୍ଷରୁ କନିକା ପ୍ରଜାଆନ୍ଦୋଳନର ଅନ୍ୟତମ ନେତା କୃଷ୍ଣଚନ୍ଦ୍ର ପରିଡା ଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ଅନ୍ତେବାସୀଙ୍କ ଦ୍ବାରା ଆହତ ବୁଲା ବାଛୁରୀର ସେବା ସୁଶ୍ରୁସା

masiha

Leave a Comment

error: Content is protected !!