ଜୁନାଗଡ଼,୪/୫(ମ ନି ସ) ଜୁନାଗଡ଼ ଉପକଣ୍ଠ ବଳଧିଆମାଲ ନିକଟରେ ଏକ ମଟର ସାଇକେଲ ଆରୋହୀ ଦୁର୍ଘଟଣା ର ଶିକାର ହୋଇଥିଲେ।ତାଙ୍କୁ ଜଣେ ସମାଜସେବୀ ଉଦ୍ଧାରକରୀ ଡାକ୍ତରଖାନାରେ ଭର୍ତିକରି ବଦାନ୍ୟତା ଦେଖାଇଛନ୍ତି। ସୂଚନାମତେ କୋକସରା ବ୍ଲକ ମିର୍ଜାପୁର ଗ୍ରାମର ଦିଗାମ୍ବର ସୁନାନୀ ଗୁରୁବାର ଦିନ କୌଣସି କାମ ପାଇଁ ଭବାନୀପାଟଣା ଯାଉଥିଲେ । ଯିବା ବାଟରେ ବଳଧିଆମାଲ ନିକଟରେ ଏକ ଗାଈ ହଠାତ ଦଉଡି ଆସିବାରୁ ସେ ଝିଟିକି ପଡି ଥିଲେ। ସମାଜସେବୀ ଢଗମାଳିଆ ନାଏକ ଠିକ ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରି ଜୁନାଗଡ଼ ଡାକ୍ତର ଖାନା କୁ ନେଇ ଚିକିତ୍ସା କରାଇ ପଠାଇଥିଲେ।ସମାଜସେବୀ ଶ୍ରୀ ନାଏକଙ୍କ ଏପରି କାର୍ଯ୍ୟକ୍ରମ ପାଇଁ ବୁଦ୍ଧିଜୀବୀ ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଛି।
previous post