ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡାରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କଲା ଜିଲ୍ଳା ପ୍ରଶାସନ

ରାୟଗଡା/୩୦/୧୨/୨୨: ଏଫ.ଆଇ.ଏଚ.ପୁରୁଷ ହକି ବିଶ୍ୱ କପର ଟ୍ରଫିକୁ ଆଜି ରାୟଗଡା ଜିଲ୍ଳା ସଦର ମହୁକମା ଠାରେ ମହା ସମାରୋହ ସହିତ ଭବ୍ୟ ସ୍ୱାଗତ କରିବା ପରେ ସହର ପରିକ୍ରମା କରାଯାଇଥିଲା । ପରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତକାଲି ଏହି ଟ୍ରଫି ଜିଲ୍ଳାର ଗୁଣପୁର ଠାରୁ ରାୟଗଡାକୁ ଆସିଥିଲା । ଆଜି ସକାଳ ୭ଟା ସମୟରେ ସ୍ଥାନୀୟ ସାର୍କିଟ ହାଉସ ଠାରୁ ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ଏକ ବିଶାଳ ଶୋଭାଯାତ୍ରାରେ ଟ୍ରଫିକୁ ପାରିମ୍ପରିକ ନାଚ,ସଙ୍ଗୀତ ଓ ବାଦ୍ୟର ତାଳେ ତାଳେ ସଭା ସ୍ଥଳକୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାଶ,ଜିଲ୍ଳାପାଳ ସ୍ୱଧାଦେବ ସିଂ,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ,ଧର୍ମାନନ୍ଦ ବେହେରା,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରବି ନାରାୟଣ ତ୍ରିପାଠୀ , ତହସିଲଦାର ତାପସ ରାଉତ,ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର,ଡିଆଇପିଆରଓ ବସନ୍ତ କୁମାର ପ୍ରଧାନ,ଟ୍ରଫି ପରିକ୍ରମା ଦାୟିତ୍ୱ ଅଧିକାରୀ ବାଦଲ ମହାନ୍ତିଙ୍କ ସମେତ ଜନ ପ୍ରତିନିଧି,କ୍ରୀଡା ପ୍ରେମୀ,କଲେଜ ଛାତ୍ରଛାତ୍ରୀ,ଏନସିସି କ୍ୟାଡେଟ୍‌ଙ୍କ ସହ ବିଭିନ୍ନ ଅନୁଷ୍ଠାନର ସଦସ୍ୟଙ୍କୁ ମିଶାଇ ଶତାଧିକ ଲୋକେ ସାମିଲ ହୋଇଥିଲେ । ଜିସିଡି ହାଇସ୍କୁଲ ପଡିଆ ଠାରେ ଦୀପ ପ୍ରଜ୍ୱଳନ ପୂର୍ବକ ହକି ବିଶ୍ୱ କପ୍ ଟ୍ରଫିକୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧିକ ମନୋରଂଜନ କରିବା ପାଇଁ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଗତ ୨୦୧୮ବର୍ଷରେ ଓଡିଶାରେ ସଫଳତା ପୂର୍ବକ ହକି ବିଶ୍ୱ କପ୍ ଅନୁଷ୍ଠିତ ହୋଇପାରିଥିବା ବେଳେ ଦ୍ୱିତୀୟ ଥର ପୁଣିଥରେ ରାଜ୍ୟର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ୱ କପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଟ୍ରଫି ପରିକ୍ରମା ଦ୍ୱାରା କ୍ରୀଡା ପ୍ରେମୀ,ଛାତ୍ରଛାତ୍ରୀ,ଖେଳାଳୀଙ୍କ ସହ ଯୁବଗୋଷ୍ଠୀ ଆକୃଷ୍ଠ ହେବେ ଏବଂ ହକି ପରି ଅନ୍ୟ ଖେଳକୁ ମଧ୍ୟ ସେମାନେ ଆଗକୁ ବଢାଇବା ପାଇଁ ଇଚ୍ଛା ପ୍ରକାଶ କରିବେ ବୋଲି ମୁଖ୍ୟ ଅତିଥି ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷ ପରେ ମା ମଝିଘରିଆଣୀ ମନ୍ଦିରକୁ ଟ୍ରଫିକୁ ନିଆଯିବା ପରେ ସେଠାରୁ ଟ୍ରଫି୍ ଟିମ୍ କୋରାପୁଟ ଅଭିମୁଖେ ବାହାରିଥିବା ଜିଲ୍ଳାପାଳ ସ୍ୱଧାଦେବ ସିଂ ପ୍ରକାଶ କରିଥିଲେ ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବିଶାଳ ଆଦିବାସୀ ସମାବେଶ ଯୋଗ ଦେଲେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି

Sunil Chandra Nayak

ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜାତୀୟ ରାଜପଥରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ପଥଚାରୀ

Sunil Chandra Nayak

Leave a Comment

error: Content is protected !!