ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁରେ ଡେଙ୍ଗୁ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ

କୋକସରା,୨୨/୦୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଲଡୁଗାଁ ହେଉଛି ଏକ ବ୍ୟସ୍ତ ବହୁଳ ସହର । ଏଠି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସହ ରହିଛି ଅନେକ ଶିଳ୍ପାନୁଷ୍ଠାନ।ବିଗତ କିଛି ବର୍ଷ ତଳେ ଲଡୁଗାଁରେ ଡେଙ୍ଗୁ ମହାମାରୀର ରୂପ ନେଇଥିବା ବେଳେ ଶତାଧିକ ସଂଖ୍ୟକ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ।ଏହାର ପୁନାରବୃତ୍ତି ନହେବା ପାଇଁ ଆଜି କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡେଙ୍ଗୁ ନିରାକରଣ ଓ ସଚେତନତା ପାଇଁ ଏକ ବୈଠକ ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ କେତନ ପାତ୍ରଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମ୍ୟାଲେରିଆ ପରାମର୍ଶ ଦାତା ସନ୍ତୋଷ କୁମାର ବାଗ, କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଲଡୁଗାଁ ସରପଞ୍ଚ ନକୁଳ ନାଏକ, ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ରଜତ ସୌମ୍ୟ ଅନୁରାଗ, ବିପିଏମ ସୁଜିତ ସିଂ କୁମାର, ଦୁଷ୍ମନ୍ତ କୁମାର ରାଉତ, ଫାର୍ମାସିଷ୍ଟ ଧୀରେନ୍ଦ୍ର ନାଏକ ଉପସ୍ଥିତ ରହି ଡେଙ୍ଗୁ ନିରାକରଣ ଉପରେ ସଚେତନ କରିବା ସହ ଲୋକଙ୍କୁ ଡେଙ୍ଗୁ ପ୍ରତିରୋଧ ପାଇଁ ସଚେତନ କରିଥିଲେ। ଏହି ଡେଙ୍ଗୁ ନିରାକରଣ କର୍ମଶାଳାରେ ଲଡୁଗାଁର ବିଭିନ୍ନ ବ୍ୟବସାୟିକ ଶିଳ୍ପାନୁଷ୍ଠାନର ମାଲିକ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ କର୍ମଚାରୀ ଶ୍ରବଣ କୁମାର ପାଢୀ, ମଳୟ ଠାକୂର ସହଯୋଗ କରିଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଭାରତମାଳା ରାସ୍ତା ରେ ନିୟୋଜିତ ଟିପର ଧକ୍କା ରେ ମହିଳା ମୃତ

Sunil Chandra Nayak

ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ଚାଲୁଥିବା ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନର ବହଳଦା ରୋଡ଼ ରେଳ ଷ୍ଟେସନରେ ଉଭୟ ଦିଗରେ (ଅପ୍ ଓ ଡାଉନ୍) ପୁନଃ ଠିଆ ହେବା ପାଇଁ  ରେଳମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଚକ୍ରଧରଧରପୁର ରେଳମଣ୍ଡଳ ପ୍ରଵନ୍ଧକଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ମୁଣ୍ଡରା ଗୁଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

Sunil Chandra Nayak

Leave a Comment

error: Content is protected !!