ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା-ସାରକୋଣା-ଫତେପୁର ରାସ୍ତାର ଅବସ୍ଥା ସୁଧୁରିବ କେବେ ?

ବାଲେଶ୍ଵର,୨୩/୭/୨୩- ସରକାର ରାସ୍ତା ନିର୍ମାଣ ଓ ମରାମତି ବାବଦରେ ବାର୍ଷିକ କୋଟି କୋଟି ଟଙ୍କା ବ୍ଯୟବରାଦ କରୁଛନ୍ତି, ହେଲେ ସୁଧିରୁ ନାହିଁ ରାସ୍ତାର ଅବସ୍ଥା । ଲୋକମାନେ ହେଉଛନ୍ତି ହଇରାଣ ଓ ହରକତ । ବିପଦ ପୂର୍ଣ୍ଣ ଅବସ୍ଥାରେ କରୁଛନ୍ତି ଯାତାୟାତ । କେତେବେଳେ ଯେ କାହାର ଜୀବନ ଯିବ ତାହା ହେବ ନାହିଁ କହି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରା-ସାରକୋଣା-ଫତେପୁର ଓ ମୟୂରଭଞ୍ଜକୁ ସଂଯୋଗ କରୁଥିବା ରାସ୍ତା କ୍ଷେତ୍ରରେ । ଖଇରା ଠାରୁ ଫତେପୁର ରାସ୍ତା ପ୍ରାୟ ୭ କିମି ହେଵ । ଦୈନିକ ଏହି ରାସ୍ତା ଦେଇ ମୟୂରଭଞ୍ଜ ଜିଲ୍ଲାକୁ ଯାତ୍ରୀବାହୀ ଗାଡି, ମାଲବାହୀ ଗାଡି, ବାଇକ୍ ଯାତାୟାତ କରିବା ସହିତ ପାଦରେ ଚାଲିଚାଲି ମଧ୍ୟ ବହୁତ ଲୋକ ଯାତାୟତ କରୁଛନ୍ତି ମୟୂରଭଞ୍ଜକୁ । କିନ୍ତୁ ଖଇରା ପଞ୍ଚାୟତ ଠାରୁ ମୁକ୍ତାବେଗୁନିଆ, ସାରକୋଣା, ବାଙ୍ଗୁରୁ, ମିଟୁଆଣି, ନୂଆଗାଁବଡ଼ ଦେଇ ମୟୂରଭଞ୍ଜ ଜିଲ୍ଲା ସୀମା ପର୍ଯ୍ୟନ୍ତ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି । ବିଭିନ୍ନ ପ୍ରକାର ଯାନବାହନ ସହିତ ପଥଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବାର ନଜରକୁ ଆସିଛି । ବର୍ଷ ବର୍ଷ ଧରି ଖାଲଖମା ହୋଇ ପାରୁନି ମରାମତି, ତାହେଲେ ରାସ୍ତା ନିର୍ମାଣ ଓ ମରାମତି ବାବଦରେ ଆସୁଥିବା ଅର୍ଥ ଯାଉଛି କୁଆଡେ ? ଅଥଚ ଆଳଦା-ଡୁଙ୍ଗୁରା ରାସ୍ତାର ପଳସା ଠାରେ ଭଲଥିବା କଂକ୍ରିଟ ଢଳେଇ ଉପରେ ଚାଲିଛି କଂକ୍ରିଟ ଢଳେଇ କାମ । ଏହା କ’ଣ ନବୀନ ସରକାରର ସ୍ବଚ୍ଛ ଶାସନର ନମୁନା ? ବାରମ୍ବାର ଖବରପ୍ରସାରଣ ପରେ ମଧ୍ୟ ସୁଧୁରୁ ନାହିଁ ଖଇରା ଓ ଔପଦା ବ୍ଲକର ରାସ୍ତା ଅବସ୍ଥା । ସତରେ ପ୍ରଶାସନ କେଡେ ନିର୍ଲଜ । ନିର୍ଲଜ ପ୍ରଶାସନ, ନେତା ଓ ବିଭାଗୀୟ ମନ୍ତ୍ରୀଙ୍କୁ ଲୋକେ କଲେଣି ଘୃଣା । ଯାହା ଆଗାମୀ ସାଧାରଣ ନିର୍ବାଚନରେ ଶାସକ ଦଳକୁ ମହଙ୍ଗା ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଲାଣି । ଏପରି ସ୍ଥଳେ ସ୍ଥାନୀୟ ନେତା ଓ ବିଧାୟକ ଗଲେ କୁଆଡେ ? ଜନମତରୁ ଜଣାଯାଏ ନିଜ ନିଜ ବ୍ଲକର ଭାଗ୍ୟ ବିଧାତା ବୋଲାଉ ଥିବା ଶାସକ ଦଳର ଲୋକ ପ୍ରତିନିଧି କ’ଣ ଶୋଇ ପଡିଲେଣି ? କାହିଁକି ଦେଉ ନାହାନ୍ତି ଉଭୟ ବ୍ଲକ ରାସ୍ତା ପ୍ରତି ଦୃଷ୍ଟି ? ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ମାନଙ୍କୁ ଭେଟିବାକୁ ଯିବେ ତ ? ପୁଣି ଦେବେ କେଉଁ ପ୍ରତିଶ୍ରୁତି ? ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି କ’ଣ ପାଣିରଗାର ହୋଇ ରହିଗଲା ? ବିଭିନ୍ନ ସମୟରେ ବିଭିନ୍ନ ମଞ୍ଚ ଓ ସ୍ବେଚ୍ଛାସେବୀ ସଙ୍ଗଠନ ମାନେ ବ୍ଲକର ବିଭିନ୍ନ ସମସ୍ୟା ବାବଦରେ ବିଭାଗୀୟ ପ୍ରଶାସନ, ନେତା ଓ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ଆସୁଅଛନ୍ତି, ହେଲେ ଏଥିପ୍ରତି କର୍ଣ୍ଣପାତ ନକରିବା ନିର୍ଲଜ ପଣିଆ ନୁହେଁ ତ ଆଉ କ’ଣ ? ଯଦି ରାସ୍ତା ପ୍ରତି ପ୍ରଶାସନ, ନେତା କି ବିଭାଗୀୟ ମନ୍ତ୍ରୀ ଧ୍ୟାନ ନ ଦିଅନ୍ତି, ଆଗାମୀ ଦିନରେ ଜନଆନ୍ଦୋଳନ ସୃଷ୍ଟି ହେବାର ଆଶଙ୍କା ନିଶ୍ଚୟ ରହିଛି, ସେଥିପାଇଁ ପ୍ରଶାସନ, ନେତା ଓ ବିଭାଗୀୟ ମନ୍ତ୍ରୀ ହିଁ ଦାୟୀ ରହିବେ ଵୋଲି ଜନସାଧାରଣଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡିଛି । ବିଶେଷକରି ଖଇରା ବ୍ଲକ ରାସ୍ତା ପ୍ରତି ଅଧିକ ଗୁରୁତ୍ଵ ଦେବା ଜରୁରୀ ହୋଇ ପଡିଛି । ତେଣୁ ବିଳମ୍ବ ନକରି ତୁରନ୍ତ ନିର୍ମାଣ ଓ ମରାମତି ପାଇଁ ସବୁ ମହଲକୁ ନିବେଦନ କରିଛନ୍ତି ଜନସାଧାରଣ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ନେଚରକ୍ୟାମ

Sunil Chandra Nayak

ପଣ୍ଡକୁଲ ଠାରେ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଉଦଘାଟିତ 

Sunil Chandra Nayak

ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!