ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣିପୁର ଘଟଣାକୁ ନେଇ ମହିଳା ସଂଗଠନର ପତିବାଦ

ଜୁନାଗଡ଼,୨୩/୭(ମ ନି ସ)ମଣିପୁର ରାଜ୍ୟରେ ଦୁଇ ମହିଳାଙ୍କ ଉପରେ ହୋଇଥିବା ବର୍ବରୋଚିତ ଅତ୍ୟାଚାର ଘଟଣା କୁ ନେଇ ଉତ୍କଳ ମହିଳା ସମିତି କଳାହାଣ୍ଡି ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା।ସମିତିର ଆବାହିକା ରାଣୀମତି ଛାତ୍ରୀଆ ଙ୍କ ନେତୃତ୍ୱରେ ସ୍ଥାନୀୟ ଓରିଅନ ହୋଟେଲ ଛକରୁ ବାହାରି ଥାନା ସମ୍ବୁଖ ରେ ଗଣ ପ୍ରତିବାଦ କରାଯାଇଥିଲା।ମଣିପୁର କାଙ୍ଗକୋପି ଜିଲ୍ଲାରେ ଦୁଇ ମହିଳାଙ୍କ ଉପରେ ହୋଇଥିବା ଘଟଣାକୁ ତୀବ୍ର ବିରୋଧ କରିବା ସହ ପିଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଥିଲା।ଏଥିରେ ସମିତିର ଯୁଗ୍ମଆବାହିକା ସଂଯୁକ୍ତା ଚନ୍ଦନ,ଜିଲ୍ଲା କମିଟି ସଭ୍ୟା ମନୋରମା ମହାଳିକ,ସୁକାନ୍ତି ଦାସ,ଲଳିତା ରଣା,ଅମ୍ବିକା ବାଗ,କଳ୍ପନା ବରାଡ଼,ମିନା ବାଗ,ସରୋଜିନୀ କାଣ୍ଡ ପ୍ରମୁଖ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଇନର ହୁଇଲ କ୍ଲବର ଆହାର କାର୍ଯ୍ୟକ୍ରମ 

Sunil Chandra Nayak

ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନାଚକ୍ର 

Sunil Chandra Nayak

ଖାଲିନା ଧାନ ମଣ୍ଡି ଉଦଘାଟିତ         

Leave a Comment

error: Content is protected !!