ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ର ନବମ ଦିବସ ରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ

ଓଡ଼ିଆ ପକ୍ଷ ପାଳନ ର ନବମ ଦିବସ ରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ

ସୁନ୍ଦରଗଡ଼, ୦୯/୦୪/୨୫ : ଓଡ଼ିଆ ପକ୍ଷ ପାଳନର ନବମ ଦିବସରେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ‘ଆସ ବହିଟିଏ କିଣିବା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିକାଶ ଭବନ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ସୁନ୍ଦରଗଡ଼ ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଯୋଗ ଦେଇ ବହି ଷ୍ଟଲ ଗୁଡ଼ିକ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ବିଜେପି ଜିଲ୍ଲା ସଭାପତି ଶ୍ରୀ ଗିରିଶ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

    ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥି ମାନେ , ଅଧିକାରୀ, ଛାତ୍ର ଛାତ୍ରୀ ଏବଂ ଜନସାଧାରଣ ନିଜ ନିଜ ପସନ୍ଦ ର ପୁସ୍ତକ କ୍ରୟ କରିଥିଲେ। ଏହି ଅବସରରେ ବିକାଶ ଭବନ ଠାରେ “ପୁସ୍ତକ ର ଉପାଦେୟତା” ଉପରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିଥିମାନେ ବହି ପଢାକୁ ସମସ୍ତେ ଏକ ଅଭ୍ୟାସରେ ପରିଣତ କରିବା ଆବଶ୍ୟକ ବୋଲି ମତ ଦେଇ ଥିଲେ ଏବଂ ବହି ପଢା ର ଲାଭ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ପୁସ୍ତକ ର ବିକଳ୍ପ ନାହିଁ। ଆମେ ଯେତେ ବହି ପଢ଼ିବା ଆମ ମସ୍ତିଷ୍କ ସେତେ ଉର୍ବର ହେବ। ମାତ୍ର ଆଜିକାଲି ବହି କମ ଆଉ ଇଲେକଟ୍ରୋନିକ୍ସ ସାମଗ୍ରୀ କୁ ବେଶୀ ବ୍ୟବହାର କରୁଛନ୍ତି। ମୋବାଇଲକୁ ଆମେ କମ ବ୍ୟବହାର କରିବା ଦ୍ଵାରା ଆମେ ଆମ ମାନସିକ ଅବସାଦ କୁ ମଧ୍ୟ ଦୂରେଇ ପାରିବା। ସେହିଭଳି ପୁସ୍ତକ ପଢ଼ିବା ଦ୍ଵାରା ଆମର ଭାଷା, ସାହିତ୍ୟ ମଧ୍ୟ ସୁଦୂର ପ୍ରସାରିତ ହେବ ବୋଲି ଅତିଥି ମାନେ ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ।

    କାର୍ଯ୍ୟକ୍ରମ ରେ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସ୍ନେହା ମିଞ୍ଜ ମଧ୍ୟ ବହି ପଢ଼ିବା ର ଲାଭ ସମ୍ପର୍କରେ ନିଜ ବକୃତା ରଖିଥିଲେ। ବହି ରୁ ଆମେ ନୀତି ଶିକ୍ଷା ପାଇ ଥାଉ, ବହି ପଢ଼ିବା ଦ୍ଵାରା ଆମ ଏକାଗ୍ରତା ବଢ଼ିଥାଏ ଆଦି ସେ କହିଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାରଙ୍ଗଧର ବରିହା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ , ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଉଦ୍ୟୋଗୀ ମେଳାରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ସୁଯୋଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ମିଶନ ଶକ୍ତି ପୁନର୍ଗଠନ ପ୍ରକ୍ରିୟା ବୃଦ୍ଧି ଦାବିରେ ରାଇରଙ୍ଗପୁର ବିଡ଼ିଓଙ୍କୁ ଦାବିପତ୍ର 

masiha

Leave a Comment

error: Content is protected !!