ନବରଙ୍ଗପୁର–(ମସିହା) ୧୯୩୬ ମସିହାରେ ଓଡିଶା ଉତ୍କଳ ପ୍ରଦେଶ ଭାବେ ନାମ ପାଇଥିଲା ।ତା ସହିତ ଓଡିଶା ପୋଲିସ ର ମଧ୍ୟ ପ୍ରତିଷ୍ଠା ହୋଇଥିଲା । ସେଥିପାଇଁ ଆଜି ନବରଙ୍ଗପୁର ପୋଲିସ ତାର ୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସବୁ ବର୍ଷ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ଓ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଏ । ଆଜି ନବରଙ୍ଗପୁର ରିଜର୍ଭ ପୋଲିସ ପଡିଆ ଠାରେ ପ୍ୟାରେଡ଼ କରିବା ସହ ଏହି ଦିବସ ପାଲନ କରାଯାଇଛି ।ଓଡିଶା ପୋଲିସର କର୍ତ୍ତବ୍ୟ ରହିଛି ଆଇନ ଶୃଙ୍ଖଳା, ନିଜର ,କର୍ତ୍ତବ୍ୟ କରିବା, ଜନସାଧାରଣ ଙ୍କ ରକ୍ଷା କରିବା ଓ ଦୁଷ୍କର୍ମ ଠାରୁ ଲୋକଙ୍କୁ ରକ୍ଷା କରିବା । ଯେଉଁ ପୋଲିସ ଭାଇମାନେ କାର୍ଯ୍ୟ କରିବା ସମୟରେ ସହିଦ ହୋଇଛନ୍ତି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଜନସାଧାରଣ ଙ୍କ ସହ ମିଶି ନିଜର କାର୍ଯ୍ୟ କରୁବାକୁ ଓଡିଶା ପୋଲିସ କୁ ପରାମର୍ଶ ଦେଇଥିଲେ।ନବରଙ୍ଗପୁର ଏସପି ଏସ ଶ୍ରୁଶ୍ରୀ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନେ ଯୋଗଦେବା ସହ ପୋଲିସ ମାନେ ଉପସ୍ଥିତ ରହିଥିଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍