ଅଯୋଧ୍ୟା ରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ:
କର ସେବକ ବଖାଣିଲେ ନିଜ ଅନୁଭୂତି
ମ,ରାମପୁର,୨୩/୧( ମସୀହା):- ଗତ କାଲି ଅଯୋଧ୍ୟା ରେ ଶ୍ରୀ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ହେଇଛି। ଏହି ପ୍ରତିଷ୍ଠା ଅବସର ରେ ପ୍ରତିଟି ଭାରତୀୟ ନିଜକୁ ସାମିଲ କରେଇ ଘରେ ଘରେ ମନେଇଛନ୍ତି ଉତ୍ସବ । ତେବେ ରାମ ମନ୍ଦିର ନିର୍ମାଣ ପାଇଁ କେତେ ଆନ୍ଦୋଳନ ହୋଇଛି l ଏଥିପାଇଁ ଶହ ଶହ ସାଧୁ ସନ୍ଥଙ୍କ ଜୀବନ ବି ଯାଇଛି l ସେହି ଆନ୍ଦୋଳନରେ ବିଶ୍ବହିନ୍ଦୁ ପରିଷଦ ତରଫରୁ କର ସେବକ ଭାବରେ ୧୯୯୦ ମସିହା ରେ କଳାହାଣ୍ଡି ଜିଲ୍ଲା ମ,ରାମପୁର ତଳସାଗର ପଡା ର ଦେବାର୍ଚ୍ଚନ ମହାଖୁଡ଼ ସାମିଲ ହେଇଥିଲେ। ସେ ସ୍ବର୍ଗତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ନେତୃତ୍ୱ ରେ ବାବ୍ରି ମସଜିଦ ଭାଙ୍ଗିବା ପାଇଁ ହୋଇଥିବା ଆନ୍ଦୋଳନରେ ନିଜକୁ ସାମିଲ କରେଇ ଥିଲେ । ଯାହାର ଅନୁଭୂତି ବଖାଣି ଆଜି ଭାବ ବିହ୍ବଳ ହୋଇ ପଡ଼ିଥିଲେ । ବହୁତ୍ ଶ୍ରମ ସ୍ବୀକାର କରି ଅଯୋଧ୍ୟା ରେ ପହଞ୍ଚି ଆନ୍ଦୋଳନ ରେ ସାମିଲ ହୋଇ ଲାଠି ମାଡ ଖାଇଥିଲେ । ଅଳ୍ପକେ ବର୍ତ୍ତି ଯାଇଥିଲେ ଗୁଳି ଖାଇବାରୁ । ଗୁଳି ମାଡ ତାଙ୍କୁ ବାଜି ନ ଥିଲା ସିନା ତାଙ୍କ ସହ ଥିବା ଆଉ ଜଣେ ସନ୍ନ୍ୟାସୀ ତାଙ୍କ ଆଖି ଆଗରେ ଟଳି ପଡିଲେ । ଏମିତି କେତେ ସନ୍ୟାସୀ ଙ୍କ ମୃତ୍ୟୁ ଆଖି ଆଗରେ ଦେଖିଥିବା ବେଳେ ଜଣେ ସନ୍ନ୍ୟାସୀ ଙ୍କୁ ଗୁଳି ବାଜିବା ଅବସ୍ଥା ରେ ଡ଼ାକ୍ତର ଖାନା ପହେଞ୍ଚେଇ ଜୀବନ ରକ୍ଷା କରି ପାରିଥିଲେ । ରଣ କ୍ଷେତ୍ର ପାଲଟି ଥିଲା ଅଯୋଧ୍ୟା । ତଥାପି ରାମ ଝଣ୍ଡା ଲଗାଇବାରେ ସଫଳ ହେଇଥିଲେ । ନିକଟସ୍ଥ ସରଜୁ ନଦୀ କୂଳ ରେ ଅସ୍ଥାୟୀ ତମ୍ବୁ ରେ ମାସାଧିକାଳ ରହି ଆନ୍ଦୋଳନ ରେ ସେ ସାମିଲ ହୋଇଥିବା କହିଛନ୍ତି । ଶ୍ରୀ ରାମ ଙ୍କ ପ୍ରାଣ ପ୍ରତିଷ୍ଠା ଦେଖି ସେ ନିଜକୁ ଧନ୍ୟ ମନେ କରିବା ସହ ଅତୀତ ର ସେହି ଲୋମହର୍ଷଣ କାରି ଦୃଶ୍ୟ ମନେ ପଡ଼ିଲେ ଏବେ ବି ତାଙ୍କରି ଲୋମ ଟାଙ୍କୁରି ଉଠୁଥିବା ଦେଖା ଯାଇଥିଲା । ଏହି ଅବସରରେ ଭାଗବତ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।