କଳାହାଣ୍ଡି ଭବାନୀପାଟଣା ମେଡିକାଲରେ ନିଆଁ।ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏମସିଏଚ ବିଲ୍ଡିଂରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ରୋଗୀ
କଳାହାଣ୍ଡି ଜିଲ୍ଳା ସହିଦ ରେଣ୍ଡୋ ମାଝୀ ଭେଷଜ୍ ମହାବିଦ୍ୟାଳୟ ପରିସରରେ ଥିବା ଏମସିଏଚ ର ଚତୁର୍ଥ ମହଲାରେ ଲାଗିଲା ନିଆଁ । ବିଳମ୍ବିତ ରାତିରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।
ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି I କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ । ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ୱାର୍ଡରେ ନିଆଁ।ରାତି ପ୍ରାୟ ୧୨ଟା ବେଳେ ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି ।
ସଦର ଏସଡିପିଓ ଓ ଟାଉନ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ୩୦ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚିି ନିଆଁକୁ ଆୟତ କରିଥିଲା । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଶିଶୁମାନଙ୍କୁ ତଳ ମହଲାରେ ରଖାଯାଇଛି । କଳାହାଣ୍ଡି ଏସପି ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।