ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ  

କନ୍ଧମାଳ,16/08/23:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ମହୋତ୍ସବ ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମ ଧୂନ ପରିବେଷଣ, ସକାଳ ୭ ଟା ରେ ଉପଖଣ୍ଡ ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ପରେ ପରେ ସ୍ଥାନୀୟ ଏନଏସି ଏବଂ ବିଭିନ୍ନ ଅନୁଷ୍ଠାନ ତଥା ବୁଦ୍ଧିଜୀବୀ ଙ୍କ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଜବାହର ଲାଲ ନେହେରୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ଆୟୋଜିତ ପ୍ୟାରେଡ ଉତ୍ସବ ରେ ସ୍ଥାନୀୟ ଉପଜିଲ୍ଲାପାଳ ଏମ.ଏସ. ମଧୁମିତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରି ସ୍ୱାଧୀନତାର ପରିଭାଷା ଭିନ୍ନ ଭିନ୍ନ ହୋଇଥାଏ ଯାହାକି, ସ୍ବାଧିନତା ପାଇବା ବହୁତ କଷ୍ଟକର କିନ୍ତୁ ସ୍ବାଧିନତାକୁ ସାଇତି ରଖିବା, ସ୍ବାଧିନତାକୁ ସୁରକ୍ଷିତ ରଖିବା ଏବଂ କିଛି ଦିନ ପରେ ସ୍ବାଧୀନତାକୁ ଆଉ କାହାକୁ ଦେବା ଅଧିକ କଷ୍ଟକର ବୋଲି ଉପଜିଲ୍ଲାପାଳ ନିଜ ବକ୍ତବ୍ୟ ରେ କହିଥିଲେ ।ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ୟସ ପ୍ରତାପ ଶ୍ରୀମଲଙ୍କ ସମେତ ସହରର ବିଶିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସାମୁହିକ ପ୍ୟାରେଡ଼ରେ ତିରିଶ ଗୋଟି ବିଦ୍ୟାଳୟର ପ୍ୟାରେଡ ଦଳ ଭାଗ ନେଇଥିବା ବେଳେ ବାଲିଗୁଡା ଉପଖଣ୍ଡରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ତଥା ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ମଧ୍ୟାହ୍ନ ରେ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଓ ସ୍ଥାନୀୟ କାରାଗାର ର ଅନ୍ତେବାସୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଫଳ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା l ଅପରାହ୍ନରେ ଏକ ଭଳିବଲ ମ୍ୟାଚର ଫାଇନାଲ ଖେଳ ଆୟୋଜିତ ହୋଇଥିଲା l ସନ୍ଧ୍ୟାରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମରେ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସ୍ଲା ପରିଚାଳନା କରିଥିଲେ ଏବଂ ସହକାରୀ କର୍ମଚାରୀ ଅଭିମନ୍ୟୁ ପ୍ରଧାନ, ରଶ୍ମୀରଞ୍ଜନ ମହାରଣା, ତୀର୍ଥବାସୀ ଘଡାଇ, ବ୍ରଜବନ୍ଧୁ ସାହାଣି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

Sunil Chandra Nayak

ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ୩୯ତମ ଖ୍ରୀଷ୍ଟମାସ ମିଳନ ପାଳିତ

Sunil Chandra Nayak

ଧରାକୋଟ ରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!