ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଦୁଇ ଦିବସୀୟ ଜାତୀୟ ହୋ ଲେଖକ ଓ କବି ସମ୍ମିଳନୀ- ୨୦୨୩ 

ମୟୂରଭଞ୍ଜ – ୨୨/୪ (ମସିହା) ରାଇରଙ୍ଗପୁରସ୍ଥ ପିସିଏମ୍ କଲ୍ୟାଣ ମଣ୍ଡପ ପରିସରରେ ଜାତୀୟ ହୋ ଲେଖକ ଓ କବି ସମ୍ମିଳନୀ ୨୦୨୩ ଅନୁଷ୍ଠିତ ହୋଇଯାଇଛି |ଏଚ୍ଏଲ୍ଇସି ଉପଦେଷ୍ଟା କାଇରା ସିଂ ବାନ୍ଦିଆ ଅତିଥିମାନଙ୍କୁ ସ୍ବାଗତ କରିଥିିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଜାନୁମ ସିଂ ସୟ,ମୁଖ୍ୟ ବକ୍ତା ହୋ ସାହିତ୍ୟକାର ହିରଲା ଡବରା ବିରୁଲି,ସମ୍ମାନିତ ଅତିଥି କେଉଁଝର ମହିଳା କଲେଜ ପ୍ରଧ୍ୟାପକ ଡଃ ଧରମବୀର ଏମ୍ ସିଂ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ପ୍ରମୁଖ ଉପସ୍ଥିତଥିଲେ |ଏଚ୍ ଏଲ୍ ଇ ସି ଅଧକ୍ଷ ହିରଲା ଦିବାକର ସୟ ସଭା ପରିଚାଳନା କରିଥିବା ବେଳେ WCHBMC ରାଇରଙ୍ଗପୁର ସଭାପତି ହିରଲା ଦୁସୁରୁ ଜେରାଇ ଧନ୍ୟବାଦ ଅର୍ପଣ କରିଥିଲେ |ହୋ ଭାଷା ଓ ସାହିତ୍ୟର କବି ଓ ଲେଖକମାନେ ସ୍ବରଚିତ କବିତା ପାଠ କରିଥିଲେ ତଥା ହୋ ଭାଷାଭାଷୀ କବି ଓ ଲେଖକମାନଙ୍କୁ ସମ୍ମାନିତ କରାଯାଇଥିଲା |ଏହି ଅବସରରେ ହୋ ଭାଷୀ ତରଫରୁ ନାଟକ ମଞ୍ଚସ୍ତ ହୋଇଥିଲା | ଏଥିରେ ଓଡିଶା,ଝାଡଖଣ୍ଡ,ବଙ୍ଗଳାଦେଶ, ଆସାମ ତଥା ଆଦିସ୍ଥାନରୁ ହୋ ସଂପ୍ରଦାୟର ଲୋକେ ଏକତ୍ରିତ ହୋଇଥିଲେ |ଏହି କାର୍ଯ୍ୟକ୍ରମକୁ ହୋ ସଂପ୍ରଦାୟର ଧନୀ ଗଇପାଇ,ରଙ୍ଗଲାଲ ପୂର୍ତ୍ତୀ,ବିଜୟ ପ୍ରକାଶ ପିଙ୍ଗୁଆ,ଇଂ ଶଙ୍କର ମେଲଗାଣ୍ଡି,ଉପଦେଷ୍ଟା ରାମଚନ୍ଦ୍ର ଗଡସରା,ଚନ୍ଦ୍ରମୋହନ ତିରିଆ,ଦେବରଂଜନ ମେଲଗାଣ୍ଡି ଓ ଜୟରାମ ମେଲଗାଣ୍ଡି ପ୍ରମୁଖ ସହଯୋଗ କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗଛପଡି ରାସ୍ତା ବନ୍ଦ ହୋଇଥିବା ସେକ୍ଟର-୧ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

ନେହେରୁ ଯୁବାକେନ୍ଦ୍ରର ମିଳିତ ଅଭିଯାନ, ଡୋକରୀଚଞ୍ଚରାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଇଚିଣ୍ଡା ଆଦିବାସୀ ଭଵନରେ ବିଶ୍ବ ଆଦିବାସୀ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!