ମୟୂରଭଞ୍ଜ – ୨୨/୪ (ମସିହା) ରାଇରଙ୍ଗପୁରସ୍ଥ ପିସିଏମ୍ କଲ୍ୟାଣ ମଣ୍ଡପ ପରିସରରେ ଜାତୀୟ ହୋ ଲେଖକ ଓ କବି ସମ୍ମିଳନୀ ୨୦୨୩ ଅନୁଷ୍ଠିତ ହୋଇଯାଇଛି |ଏଚ୍ଏଲ୍ଇସି ଉପଦେଷ୍ଟା କାଇରା ସିଂ ବାନ୍ଦିଆ ଅତିଥିମାନଙ୍କୁ ସ୍ବାଗତ କରିଥିିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଜାନୁମ ସିଂ ସୟ,ମୁଖ୍ୟ ବକ୍ତା ହୋ ସାହିତ୍ୟକାର ହିରଲା ଡବରା ବିରୁଲି,ସମ୍ମାନିତ ଅତିଥି କେଉଁଝର ମହିଳା କଲେଜ ପ୍ରଧ୍ୟାପକ ଡଃ ଧରମବୀର ଏମ୍ ସିଂ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ପ୍ରମୁଖ ଉପସ୍ଥିତଥିଲେ |ଏଚ୍ ଏଲ୍ ଇ ସି ଅଧକ୍ଷ ହିରଲା ଦିବାକର ସୟ ସଭା ପରିଚାଳନା କରିଥିବା ବେଳେ WCHBMC ରାଇରଙ୍ଗପୁର ସଭାପତି ହିରଲା ଦୁସୁରୁ ଜେରାଇ ଧନ୍ୟବାଦ ଅର୍ପଣ କରିଥିଲେ |ହୋ ଭାଷା ଓ ସାହିତ୍ୟର କବି ଓ ଲେଖକମାନେ ସ୍ବରଚିତ କବିତା ପାଠ କରିଥିଲେ ତଥା ହୋ ଭାଷାଭାଷୀ କବି ଓ ଲେଖକମାନଙ୍କୁ ସମ୍ମାନିତ କରାଯାଇଥିଲା |ଏହି ଅବସରରେ ହୋ ଭାଷୀ ତରଫରୁ ନାଟକ ମଞ୍ଚସ୍ତ ହୋଇଥିଲା | ଏଥିରେ ଓଡିଶା,ଝାଡଖଣ୍ଡ,ବଙ୍ଗଳାଦେଶ, ଆସାମ ତଥା ଆଦିସ୍ଥାନରୁ ହୋ ସଂପ୍ରଦାୟର ଲୋକେ ଏକତ୍ରିତ ହୋଇଥିଲେ |ଏହି କାର୍ଯ୍ୟକ୍ରମକୁ ହୋ ସଂପ୍ରଦାୟର ଧନୀ ଗଇପାଇ,ରଙ୍ଗଲାଲ ପୂର୍ତ୍ତୀ,ବିଜୟ ପ୍ରକାଶ ପିଙ୍ଗୁଆ,ଇଂ ଶଙ୍କର ମେଲଗାଣ୍ଡି,ଉପଦେଷ୍ଟା ରାମଚନ୍ଦ୍ର ଗଡସରା,ଚନ୍ଦ୍ରମୋହନ ତିରିଆ,ଦେବରଂଜନ ମେଲଗାଣ୍ଡି ଓ ଜୟରାମ ମେଲଗାଣ୍ଡି ପ୍ରମୁଖ ସହଯୋଗ କରିଥିଲେ |
next post