ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସଂଗୀତଜ୍ଞ ଝୁମକଲାଲ ବର୍ମା ଙ୍କ ବିୟୋଗ ରେ ଶୋକ ସଭା

ବିଶିଷ୍ଟ ସଂଗୀତଜ୍ଞ ଝୁମକଲାଲ ବର୍ମା ଙ୍କ ବିୟୋଗ ରେ ଶୋକ ସଭା

ନୂଆପଡା ଜିଲ୍ଲା ଖଡ଼ିଆଳ ଅଞ୍ଚଳ ର ବିଶିଷ୍ଟ ସଙ୍ଗୀତଜ୍ଞ ତଥା ଅବସରପ୍ରାପ୍ତ ସିଲେଇ ଏବଂ ସଂଗୀତ ଶିକ୍ଷକ ଝୁମକଲାଲ ବର୍ମା ଙ୍କ ବିୟୋଗ ରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପରିସର ରେ ଅନୁଷ୍ଠାନ ପକ୍ଷ ରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଶୋକ ସଭା ରେ ପ୍ରଥମେ ସ୍ବର୍ଗତ ଝୁମକଲାଲ ବର୍ମା ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଳା ପରେ ଅମର ଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ଧରି ନୀରବ ପ୍ରାର୍ଥନା କରାଯାଇଥିଲା l ଏଥି ସହ ସ୍ବର୍ଗତ ବର୍ମା ଜୀବନୀ ଏବଂ କୃତିତ୍ୱ ଉପରେ ସ୍ମୃତି ଚାରଣ କରିବା ସହ ତାଙ୍କରି ବିୟୋଗ ଖଡ଼ିଆଳ ମାଟି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା l ସ୍ବର୍ଗତ ବର୍ମା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ରେ ସିଲେଇ ଶିକ୍ଷକ ଭାବେ କାର୍ଯ୍ୟକରି ଅବସର ନେଇଥିବା ବେଳେ ଖଡ଼ିଆଳ ଅଞ୍ଚଳ ର କଳା କ୍ଷେତ୍ରରେ ବହୁ ଅବଦାନ ଥିଲା ସେ ସଂଗୀତ ହାରମନି, ତାବଳା ବଜାଇବାରେ ବେଶ ସୁନାମ ଅର୍ଜନ କରିଥିବା ବେଳେ ଅଞ୍ଚଳ ରେ ନାଟକ କ୍ଷେତ୍ର ମଧ୍ୟ ବହୁ ଅବଦାନ ଥିଲା l ସେ ଚାକିରୀ ରୁ ଅବସର ନେଲା ପରେ ଭବାନୀପାଟଣା ଲେଖ କଳା ପରିଷଦ ର ସଂଗୀତ ଶିକ୍ଷକ ଭାବେ ଦୀର୍ଘ ବର୍ଷ ହେଲା କାମ କରିବା ପରେ ଗତ ୩ ବର୍ଷ ତଳେ ନିଜ ଜନ୍ମ ମାଟି ଖଡ଼ିଆଳ କୁ ଫେରିଥିଲେ ଏବଂ ତାଙ୍କରି ବିୟୋଗ ଖଡ଼ିଆଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ନିଜ ନିଜ ବକ୍ତ୍ୟବ୍ୟ ରେ ମତ ପ୍ରକାଶ ପାଇଥିଲା l ଉକ୍ତ ଶୋକ ସଭା ରେ ଅନ୍ୟ ମାନଙ୍କ ମଧ୍ୟ ରେ ଅନୁଷ୍ଠାନ ର ପବିତ୍ର ପ୍ରଧାନ, ସୋମନାଥ ଜଗତ, ଅବକାଶ ପଣ୍ଡା, ଛବି ସାଗର, ଗଙ୍ଗାଧର ମହାଉତି, ଅଶୋକ ବାରିକ, ବିଭୁତି ବିଶି, ଅମୁଲ୍ୟ ବାରିକ, ଶାନ୍ତନୁ ପଣ୍ଡା ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଲୋକକଳାକlର ଦ୍ୱାରା ସରକାରୀ ଯୋଜନା ପ୍ରଚାର ପ୍ରସ୍ତୁତି ବୈଠକ

masiha

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ  

masiha

Leave a Comment

error: Content is protected !!