ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବହେଳିତ ସମାଜ ଏବଂ ଓଡ଼ିଆ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ର

ଅବହେଳିତ ସମାଜ ଏବଂ ଓଡ଼ିଆ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ର

 କେନ୍ଦ୍ର ସାହିତ୍ୟ ଅକାଦେମୀ ଓ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକଦିବସୀୟ ଆଲୋଚନାଚକ୍ର 

ରାଉରକେଲା: କେନ୍ଦ୍ର ସାହିତ୍ୟ ଅକାଦେମୀ ଓ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକଦିବସୀୟ ସାହିତ୍ୟ ଆଲୋଚନା ଚକ୍ର ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ‘ଅବହେଳିତ ସମାଜ ଏବଂ ଓଡ଼ିଆ ସାହିତ୍ୟ’ ଶୀର୍ଷକ ଆଲୋଚନା ଚକ୍ରର ଉଦ୍‌ଘାଟନୀ ସଭାରେ ସଭାମୁଖ୍ୟଭାବେ ସାହିତ୍ୟ ଅକାଦେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଅବହେଳିତମାନଙ୍କ ସମ୍ପର୍କରେ ହୋଇଥିବା ବିଭିନ୍ନ ଲେଖା ସମ୍ପର୍କରେ ଉଦାହରଣ ଦେଇଥିଲେ। ରାଉରକେଲା ଭଳି ଏକ ଉପାନ୍ତ ସହରରେ ସାହିତ୍ୟ ଅକାଦେମୀ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ସମ୍ପର୍କରେ ଶ୍ରୀ ଦାସ ବାର୍ତ୍ତା ଦେଇଥିଲେ। ବଳରାମ ଦାସଙ୍କ ଲକ୍ଷ୍ମୀ ପୂରାଣ ଓ ଭୀମ ଭୋଇଙ୍କ ସ୍ତୁତି ଚିନ୍ତାମଣି ସମ୍ପର୍କରେ ଉଦାହରଣ ଦେଇ ଓଡ଼ିଆ ସାହିତ୍ୟରେ ଅବହେଳିତ ସମ୍ପର୍କରେ ଅବତାରଣା କଥା ସମ୍ପର୍କରେ ଶ୍ରୀ ଦାସ କହିଥିଲେ। ପ୍ରାରମ୍ଭରେ ସାହିତ୍ୟ ଅକାଦେମୀ, କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ସମ୍ପାଦକ କ୍ଷେତ୍ରବାସୀ ନାୟକ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟାପିକା ରଜନୀ କିସାନଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା ବଳରାମ ଦାସଙ୍କ ଶ୍ରୀୟା ଚଣ୍ଡାଳୁଣି ଉପାଖ୍ୟାନ ଓ ଜଗନ୍ନାଥ ସଂସ୍କୃତିର ଉଦାହରଣ ଦେଇ ଡ ବେହେରା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆଲୋଚ୍ୟ ବିଷୟ ସମ୍ପର୍କରେ ବିଶିଷ୍ଟ ଗବେଷକ ତଥା ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଅବହେଳିତ ମାନଙ୍କ ସମସ୍ୟା ସମ୍ପର୍କରେ ସାହିତ୍ୟିକ ମାନଙ୍କ ସମେତ ସମାଜଶାସ୍ତ୍ରୀ ମାନେ ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଥିଲେ। ସାମାଜିକ ଚିତ୍ରରୁ ସାମାଜିକ ଚେତନା ଆଡ଼କୁ ଯିବା ଏବଂ ସମାଜ ବିକାଶରେ ସାହିତ୍ୟିକମାନଙ୍କର ଗୁରୁ ଦାୟିତ୍ୱ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଆଲୋଚନା କରିଥିଲେ। ଉଦ୍‌ଘାଟନୀ ସଭାର ଶେଷରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ ସୁଷମା ମୋଦି ଧନ୍ୟବାଦ ଦେଇଥିଲେ। 

ଏହାପରେ ଅନୁଷ୍ଠିତ ପ୍ରଥମ ଆଲୋଚନା ସମ୍ପାନରେ ବିଶିଷ୍ଟ ଦଳିତ ସାହିତ୍ୟିକ ପିତାମ୍ବର ତରାଇ ଓଡ଼ିଆ କବିତାରେ ଦଳିତ ସାହିତ୍ୟ ସମ୍ପର୍କରେ ଆଲୋଚନା କରି କବିତାରେ ମଣିଷ ହେଉ ଇଶ୍ୱର ଙ୍କର ବନ୍ଦନା କରୁ, ତାହା କାବ୍ୟ କୌଶଳ ବୋଲି କହିଥିଲେ। ନିଜର ଅନୁଭୁତି ସହିତ ସ୍ଥାନ ଓ କାଳ ଭିତ୍ତିରେ ଅବହେଳିତ ସଜ୍ଞାର ପରିବର୍ତ୍ତନ ସମ୍ପର୍କରେ ଶ୍ରୀ ତରାଇ ବିଶେଷ ଆଲୋଚନା କରିଥିଲେ। ରାଉରକେଲା କଲେଜର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅନ୍ୟତମ ଆଲୋଚକଭାବେ ଯୋଗଦେଇ ପୂରାଣ ଯୁଗର ବର୍ଣ୍ଣ ଓ ଜାତିବାଦ ସମ୍ପର୍କରେ ଆଲୋଚନା କରିବା ସହ ଚର୍ଜ୍ୟାପଦରୁ ନେଇ ଆଧୁନିକ ଓଡ଼ିଆ ସାହିତ୍ୟରେ ଦଳିତ ଚେତନା ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପିକା ସୁଷମା ମୋଦି ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଦଳିତ ଚେତନା ସମ୍ପର୍କରେ କହିଥିଲେ। ଏହି ଅଧିବେଶନରେ ସଭାମୁଖ୍ୟ ଭାବେ ବିଶିଷ୍ଟ ସାହିତ୍ୟିକ ବାସୁଦେବ ସୁନାନୀ ଯୋଗଦେଇ ଆମ ସମାଜରେ ଦଳିତମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ସମ୍ପର୍କରେ ଦେଖିବା ନିମନ୍ତେ ହୃଦୟର ଆବଶ୍ୟକତା ରହିଛି, ଯାହା ସାହିତ୍ୟିକ ନିକଟରେ ଥାଏ ବୋଲି କହିଥିଲେ। ସାମାଜିକ ପ୍ରାଣୀଭାବେ ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି, ତେଣୁ କରୁଣା ଥିବା ବ୍ୟକ୍ତି ହିଁ ମଣିଷ ପଦବାଚ୍ୟ ବୋଲି ଶ୍ରୀ ସୁନାନୀ କହିଥିଲେ। 

ଦ୍ୱିତୀୟ ଅଧିବେଶନରେ ସାହିତ୍ୟିକ ଗୋପିନାଥ ବାଗ୍‌ଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମ୍ପାନରେ ଆଲୋଚକଭାବେ ଡ ସଞ୍ଜୟ ବାଗ୍‌, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ ରଞ୍ଜନ ସେଠୀ, ସ୍ୱୟଂଶାସିତ ମହାବିଦ୍ୟାଳୟର ରଜନୀ କିସାନ ଏବଂ ଡ ସୁଚିତ୍ରା ମହାନ୍ତି ପ୍ରମୁଖ ଅବହେଳିତ ସମାଜ ଓ ଓଡ଼ିଆ ସାହିତ୍ୟର ଭିନ୍ନ ଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଶେଷ ପର୍ଯ୍ୟାୟରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ କବିତା ପାଠ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁବୁଲାବେଡା( ଵିକାଶନଗର)ରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା

masiha

କିକିଆ ଉଚ୍ଚ ବିଦ୍ୟାଳୟ ରେ ଭେଷଜ ରୋଗର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ରାଜ୍ୟ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ଶ୍ରେଷ୍ଠ ପାଣି ପଞ୍ଚାୟତ ରୂପେ ଖଡ଼ିଆଳ ବ୍ଲକ ଡୁମେରଜୋର୍ ପାଣି ପଞ୍ଚାୟତ ସମ୍ମାନିତ

masiha

Leave a Comment

error: Content is protected !!