ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣିଷ ବଦଳରେ ମେସିନ କରୁଛି କାମ

ନୂଆପଡା,//  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କୃଷି ସିଁଚାଇ ଯୋଜନା ଅନ୍ତର୍ଗତ ଚହଲା ନିର୍ମାଣ କାର୍ଯ୍ୟରେ ମଣିଷ ବଦଳରେ ମେସିନ ଲଗାଇ କାର୍ଯ୍ୟ ହେଉଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି । ଅଭିଯୋଗ ଅନୁଯାୟୀ ଜଳ ବିଭାଜିକା ପ୍ରକଳ୍ପ ଖଡ଼ିଆଳ ପକ୍ଷରୁ ପଲମା, ଚଚରାଭଟା, ଖାସବାହାଲ ଗ୍ରାମଠାରେ ପ୍ରଧାନମନ୍ତ୍ରୀ କୃଷି ସିଁଚାଇ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ଚାଷୀଙ୍କ ନିଜ ଜମିରେ ପୋଖରୀ (ଚହଲା) ନିର୍ମାଣ କାର୍ଯ୍ୟ ହେଉଛି । ଏହାଦ୍ବାରା ସ୍ଥାନୀୟ ଚାଷୀ ଉପକୃତ ହେବା ସହ ସ୍ଥାନୀୟ ଗରିବ ଲୋକଙ୍କୁ ରୋଜଗାର ମିଳିବ ବୋଲି ଚାଷୀଙ୍କ ଧାରଣ ଥିଲା । ସମସ୍ତ ଚହଲା ନିର୍ମାଣ କାମରେ ମଣିଷ ବଦଳରେ ମେସିନ ବ୍ୟବହୃତ ହେଉଥିବା ହେଉଛି । ଫଳରେ ସ୍ଥାନୀୟ ଲୋକ, କାମନ ପାଇ ରାଜ୍ୟ ବାହାରକୁ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ସମସ୍ତ ଖନନ କାର୍ଯ୍ୟ ରାଜସ୍ଥାନୀ ଟ୍ରାକ୍ଟର ଲଗାଇ କରାଯାଉଛି, ଯେଉଁମାନଙ୍କ ଏହି ସ୍ଥାନର ଲୋକଙ୍କ ସହ କୌଣସି ସମ୍ପର୍କ ନାହିଁ । ଯେଉଁ ଟଙ୍କା ମଣିଷ ପାଇବା କଥା ତାହା ମେସିନ କାର୍ଯ୍ୟ କରି ବାହାର ରାଜ୍ୟକୁ ଯାଉଛି ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗ୍ରାମବାସୀ ଏପରି କାମ ଆସିଥିବା କଥା ଜାଣି ନଥିବା କହିଛନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ଏ ବିଷୟରେ ପଚାରିବାରୁ ସେ ଓଲଟି କହିଲେ ଯେ ଏହା ମନରେଗା କାମ ନୁହେଁ ଯେ ମଣିଷ ଏହି କାମ କରିବ ବୋଲି ଯୁକ୍ତି କଲେ। କିନ୍ତୁ ସେ ଯେତେବେଳେ କାର୍ଯ୍ୟର ନିର୍ଦ୍ଦେଶାବଳୀ ଦେଖାଇବାକୁ ତାଙ୍କୁ କୁହାଗଲା ସେ ତାହା ଦେଖାଇବାରେ ଅସମର୍ଥ ହେଲେ । ସରକାରୀ ନିୟମ ଅନୁଯାୟୀ କାର୍ୟ୍ଯ ଆରମ୍ଭ ସାତ ଦିନ ପୂର୍ବରୁ ଗ୍ରାମରେ ଲୋକଙ୍କୁ ସୂଚିତ କରିବା କଥା । ଏହାଦ୍ବାରା କାର୍ଯ୍ୟ ଆବଶ୍ୟକ କରୁଥିବା ଲୋକେ କାମ ପାଇଁ ସମ୍ପୃକ୍ତ ବିଭାଗ ବା ଅଧିକାରୀଙ୍କୁ ଯୋଗାଯୋଗ କରି ପାରିବେ । ମାତ୍ର ଏହି କାମ ଆରମ୍ଭ ପୂର୍ବରୁ ଏପରି କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏହା ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ ଅଟେ । ଦ୍ୱିତୀୟତଃ, କାର୍ଯ୍ୟ ବିଷୟରେ କୌଣସି ସୂଚନାଫଳକ ନ ଲଗାଇ କାର୍ଯ୍ୟ ଚାଲିଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ହେଉଛି ହେଲେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରୁନାହାନ୍ତି । କାର୍ଯ୍ୟ କରିବା ପାଇଁ କିଛି ଟ୍ରାକ୍ଟର ବା ମେସିନ ଦରକାର ପଡ଼ିଲା, ତେବେ ସେଥିପାଇଁ ସ୍ଥାନୀୟ ଟ୍ରାକ୍ଟର ମାଲିକ ବା ସେହିପରି ଲୋକଙ୍କୁ ଯୋଗାଯୋଗ କରାଗଲା ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ରାଜସ୍ଥାନୀ ଟ୍ରାକ୍ଟର ମଗାଇ ସେମାନଙ୍କୁ କାର୍ଯ୍ୟରେ ଲଗାଇବା କେତେ ଦୂର ବୁଦ୍ଧିମତାର କାର୍ଯ୍ୟ ବୋଲି ଲିଖିତ ଅଭିଯୋଗ କରିଛନ୍ତି । ଆସନ୍ତା ୩ ଦିନ ମଧ୍ୟରେ ମେସିନରେ ଚାଲି ଥିବା କାର୍ଯ୍ୟ ବନ୍ଦ କରି ଲୋକଙ୍କୁ କାମ ଯୋଗାଇ ନ ଦେଲେ ଚାରି ଦିନ ମଧ୍ୟରେ ଜଳବିଭଜିକା କାର୍ଯ୍ୟାଳୟ ଘେରାଉ କରିବ ଦଳିତ ରାଜ୍ୟ ସଭାପତି ଶ୍ରୀ ତାଣ୍ଡିଙ୍କ ସମେତ ସିନାପାଲି ବ୍ଲକ ସଭାପତି ପଦ୍ମନାଭ ଜଗତ, ବୋଡେ଼ନ ବ୍ଲକ ସଭାପତି ଲିଙ୍ଗରାଜ ଜାଲ ଓ ସୁବାଷ ବଘେଲ ପ୍ରମୁଖ ଏ ପି ଡି ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାସନ୍ତୀ ପାଠାଗାରରେ “ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

Sunil Chandra Nayak

ପରିବେଶ ସୁରକ୍ଷା ଓ ଦ୍ଵାଦଶ ଜ୍ୟୋର୍ତି ଲିଙ୍ଗ ଦର୍ଶନ ପାଇଁ ଅଜୟ ଙ୍କ ସାଇକେଲ ରେ ଭାରତ ଯାତ୍ରା

masiha

ଓଡ଼ିଶା ସୀମାନ୍ତରେ ଡ୍ରାଇଭର ମହାସଂଘର ଧର୍ମଘଟ 

Sunil Chandra Nayak

Leave a Comment

error: Content is protected !!