ଧର୍ମଗଡ:୧୨/୧/୨୩: ଜାତୀୟ ସେବା ଯୋଜନା (ଏନ୍ ଏସ୍ ଏସ୍) ର ଶୀତକାଳୀନ ଶିବିର ବଗାଡ଼ ଗ୍ରାମଠାରେ ଉଦଯାପିତ ହୋଇଯାଇଛି । ଏହି ଶିବିରକୁ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜଗନ୍ନାଥ ରାଓ ଉଦଘାଟନ କରିଥିଲେ । ଉଦଘାଟନୀ ସଭାରେ ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା, ଭାର୍ଗବ କୁମାର ସାହୁ, ଲିଙ୍ଗରାଜ ପାତ୍ର, ଅଧ୍ୟାପିକା ଅଲକା ବେହେରା, ରୋଜାଲିନୀ ମୁଣ୍ଡ ଉପସ୍ଥିତ ରହି ସମାଜର ସେବା ଦ୍ୱାରା ବ୍ୟକ୍ତିତ୍ୱର ବିକାଶ ହୋଇପାରିବ ବୋଲି ମତ ରଖିଥିଲେ । ଜାନୁଆରୀ ୫ ରୁ ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ସାତଦିନ ଚାଲିଥିବା ଏହି ଶିବରରେ ୫୦ ଜଣ ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ଗ୍ରାମ ସଫେଇ, ମହାବିଦ୍ୟାଳୟ ପରିସର ସଫେଇ, ମାଦକ ଦ୍ରବ୍ୟ ବର୍ଜନ, ସ୍ୱାସ୍ଥ୍ୟ ସର୍ଭେ ଓ ବିଭିନ୍ନ ବିଷୟରେ ସଚେତନ କାର୍ଯ୍ୟ କରିଥିଲେ । ଏହି ଶିବିରର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ବଗାଡ଼ ସରପଞ୍ଚ ଶ୍ରୀମତୀ ବିନୋଦିନୀ ଗଉଡ଼ ଓ ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ଜଗନ୍ନାଥ ରାଓ ଉପସ୍ଥିତ ରହି ଶିବିରାର୍ଥୀ ସ୍ୱେଚ୍ଛାସେବୀ ମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଶିବାହାଲ ସିଆରସିସି ରାଜେନ୍ଦ୍ର କୁମାର ଦୁରିଆ, ଟିକେଶ୍ୱର ନାଏକ, ଅଧ୍ୟାପକ ଦେବ ରାଜଗଣ୍ଡ, ମାନସ ରଞ୍ଜନ ନାଏକ, ଅଭୟ କୁମାର ବାଗ, ସ୍ଥାନୀୟ ବିଦ୍ୟାଳୟ ଶିକ୍ଷକ ବଟକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପଞ୍ଚାୟତ ମହାବିଦ୍ୟାଳୟ ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ନିଷ୍ପାଦକ ଅଧ୍ୟାପକ ଗଣପତି ବାଗ ଓ ଅଧ୍ୟାପିକା ଅଲକା ବେହେରା ଏହି ସପ୍ତ ଦିବସୀୟ ଶିବିରର ନେତୃତ୍ବ ନେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
previous post