ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ ଦିବସ ଉପଲକ୍ଷେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଦୁଇ ମିନିଟର ନୀରବ ପ୍ରାର୍ଥନା ଅନୁଷ୍ଠିତ 

ସହିଦ ଦିବସ ଉପଲକ୍ଷେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଦୁଇ ମିନିଟର ନୀରବ ପ୍ରାର୍ଥନା ଅନୁଷ୍ଠିତ 

ଭବାନୀପାଟଣା(ବିଷ୍ଣୁ ଚରଣ ସ୍ୱାଇଁ):ଗତ ୩୦ ତାରିଖ ଦିନ ସମଗ୍ର ଦେଶରେ ପାଳିତ ହେଉଥିବା ଗାନ୍ଧୀଜି ଙ୍କ ସହିଦ ଦିବସ ଉପଲକ୍ଷେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଦୁଇ ମିନିଟର ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସରସ୍ଵତୀ +୩ ବିଜ୍ଞାନ ବିଭାଗ ଅଧ୍ୟକ୍ଷ ଡ଼. ଆଦିତ୍ୟ ପଟ୍ଟନାୟକ ,ସରସ୍ଵତୀ +୩ ବିଜ୍ଞାନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ନତମସ୍ତକ ହୋଇ ଦେଶର ମୁକ୍ତି ଆନ୍ଦୋଳନରେ ଝାସ ଦେଇ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ସମସ୍ତ ଦିବଂଗତ ସଂଗ୍ରାମୀ ମାନଙ୍କୁ ସଶ୍ରଦ୍ଧ ସମ୍ମାନ ପ୍ରଦର୍ଶନ କରିଥିଲେ । ଡିଗ୍ରୀ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ନୀରବ ପାର୍ଥନା ସଭାରେ ସରସ୍ଵତୀ +୩ ବିଜ୍ଞାନ ବିଭାଗ ଅଧ୍ୟକ୍ଷ ଡ଼. ଆଦିତ୍ୟ ପଟ୍ଟନାୟକ ,ଅଭିଜିତ ପଟଯୋଶୀ,ଲିପିକା ନାଏକ, ସୋଫିଆ ବେଗମ,ଶେଫାଳୀ ଯୋଶୀ,ଆୟୁଶୀ ଭୋଇ,ସଂକଳ୍ପ ସାଗର ତାଣ୍ଡି,ସୋଭସିନୀ ମେହେର,ତନ୍ମୟୀ ଖାଡଙ୍ଗା, ମଣ୍ଟୁ ଦିଶ୍ରୀ ସମସ୍ତ ବିଭାଗରୁ ଉପସ୍ଥିତ ଥିବା ବେଳେ ଏନ୍‌ଏସ୍ଏସ୍ ସ୍ବେଚ୍ଛାସେବୀ ଏବଂ ତୃତୀୟ ଓ ଦ୍ଵିତୀୟ ବର୍ଷର +୩ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ରାମ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ।

Related posts

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ( ଆର୍ମି), ବାରାକପୁର, କୋଲକତାରେ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କର ଉଦବୋଧନ 

Sunil Chandra Nayak

ବାସନ୍ତୀ ପାଠାଗାରର ୩୭ତମ ବାର୍ଷିକୋତ୍ସବ ସଂପନ୍ନ

Sunil Chandra Nayak

ବିଜାତଳା ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠାନ

masiha

Leave a Comment

error: Content is protected !!