ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଶା ମୁକ୍ତ ଭାରତ ଅଭିଯାନ

ନଶା ମୁକ୍ତ ଭାରତ ଅଭିଯାନ

ରାୟଗଡ଼ା ତା- ୧୨-୦୮-୨୦୨୪ ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ “ନଶା ମୁକ୍ତ ଭାରତ ଅଭିଯାନ” ଶୀର୍ଷକ ଉପରେ ଏକ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ପ୍ରଶାସନିକ କୋଠା ସମ୍ମୁଖରେ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ସ୍ରଫ ଅଧ୍ୟକ୍ଷ୍ୟତା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଡ୍ରଗ୍ ଅପବ୍ୟବହାର ବିରୁଦ୍ଧରେ ସଚେତନ କରି କିପରି ଡ୍ରଗ୍ କୁ ଜୀବନରୁ ଦୂରେଇବା ସମ୍ପର୍କରେ ଆଲୋକପାତ କରାଇଥିଲେ । ଡ୍ରଗ ଅପବ୍ୟବହାର କୁ ନେଇ ଏକ ଶପଥ ପାଠ କରାଯାଇଥିଲା ଏବଂ ଛାତ୍ରଛାତ୍ରୀ ମାନେ ନିଶା ନିବାରଣ କୁ ନେଇ ଏକ ନାଟକ ଅଭିନୀତ କରିଥିଲେ l ଗଣିତ ବିଭାଗର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କା୍ଯ୍ୟକ୍ରମରେ ଅଧ୍ୟାପକ ଏ. ଶ୍ରୀନିବାସ , ୟାଈ ଭି ସାଇ ମାଧବ,ଡଃ ଭଗବାନ ବିଶ୍ଵାଳ, ଡଃ ସରସ୍ଵତୀ ରାୟ,ସୁବ୍ରତ କୁମାର ପ୍ରଧାନ, ଉଦୟ ନାୟକ,ତୃପ୍ତିମୟୀ ଭୋଇ, କେ.କେ ଜାନୀ ଆଦି ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ବାଣିଜ୍ୟ ବିଭାଗର ଅଧ୍ୟାପିକା ମୋନାଲିସା ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

masiha

ଧରାକୋଟ ରେ ପଞ୍ଚୁଦଣ୍ଡ ମହାମିଳନ 

Sunil Chandra Nayak

ଟ୍ରେନ ଧକ୍କାରେ ସିକେରକୁପାର ଯୁବକଙ୍କ ଗୋଡ଼ କଟିଲା : ଗୁରୁତର ଭାବେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କଲା ରେଳ ସୁରକ୍ଷା ବଳ     

masiha

Leave a Comment

error: Content is protected !!