ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ରାଉରକେଲା:ଦେଶର ୭୮ତମ ସ୍ୱାଧୀନତା ଦିବସ ପାଲନ ଉପଲକ୍ଷେ ଉଭୟେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆୟୋଜିତ ହେଉଛି ତ୍ରିରଙ୍ଗା ଯାତ୍ରା। ଏହି କ୍ରମରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବୁଧବାର ଆୟୋଜିତ ହୋଇଛି ତ୍ରିରଙ୍ଗା ଯାତ୍ରା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଯାତ୍ରାରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀମାନେ ଆଗ୍ରହ ଓ ଉତ୍ସାହରର ସହିତ ଜାତୀୟ ପତାକା ଧରି ଭାରତ ମାତା କି ଜୟ ସ୍ଳୋଗାନ ମାଧ୍ୟମରେ ମହାବିଦ୍ୟାଳୟ ସମ୍ମୁଖରେ ଥିବା ରାସ୍ତାରେ ଶୋଭାଯାତ୍ରା ମାଧ୍ୟମରେ ପରିକ୍ରମା କରିଥିଲେ। ଶୋଭାଯାତ୍ରାକାରୀମାନେ ପାନପୋଷ ଗାନ୍ଧୀଛକଠାରେ କିଛି ସମୟ ରହିବା ସହିତ ତ୍ରିରଙ୍ଗା ଯାତ୍ରା ସମ୍ପର୍କରେ ସଚେତନ ବାର୍ତ୍ତା ଦେଇଥିଲେ। ଏଥିରେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ମହାବିଦ୍ୟାଳୟର ପୂରାତନ ଛାତ୍ରସଂଘର ସମ୍ପାଦକ ରୋସନ ସାହୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉତ୍ସାହର ସହିତ ଯୋଗଦେଇଥିଲେ। ଏହି ଯାତ୍ରା ମାଧ୍ୟମରେ ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଶର କଷ୍ଟଲବ୍ଧ ସ୍ୱାଧୀନତା ସମ୍ପର୍କରେ ବାର୍ତ୍ତା ଦିଆଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରିସା ଗ୍ରାମରେ ହାତୀ ଆତଙ୍କ

masiha

୫୪ ବର୍ଷରେ ଲଙ୍କେଶ୍ୱରୀ କ୍ଲବ ପୂଜା ମଣ୍ଡପ, ମନମୋହୁଛି ଅକ୍ଷରଧାମ ତୋରଣ,ଭିଡ ଜମୁଛି ବିଭିନ୍ନ ପୂଜା ମଣ୍ଡପରେ

masiha

ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!