ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ସମ୍ମିଳନୀ ଯୋଗଦେଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି

ବନ୍ଧପଡା ପଞ୍ଚାୟତ ଘାଟୁଲ ଗାଁ ରେ ଆଦିବାସୀ ଙ୍କ ପାରମ୍ପରିକ ଶୋଭାଯାତ୍ରା, ସୁଲିଆ ବୁଢ଼ା ପୀଠ ରେ ପୂଜାର୍ଚନା ପରେ ଗାଁ ରେ ଆଦିବାସୀ ସମ୍ମିଳନୀ. ଯୋଗଦେଇଥିଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି. ଡିଜିଟାଲ ଇଣ୍ଡିଆ ଯୁଗରେ ନେଟୱାର୍କ ସମସ୍ୟା କୁ ନେଇ ଉଦବେଗ ପ୍ରକାଶ କଲେ ମାନ୍ୟବର ସାଂସଦ ଶ୍ରୀ ବିଶି.ଆଜିକାଲି ସରକାରୀ କାର୍ଯ୍ୟ,ଛାତ୍ରଛାତ୍ରୀ ଙ୍କ ପାଠପଢା, ମୋବାଇଲ ଇଣ୍ଟରନେଟ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେଉଥିବା ରୁ ଅଞ୍ଚଳବାସୀ ଙ୍କ ନେଟୱାର୍କ ସୁବିଧା ପାଇଁ ତୁରନ୍ତ କେନ୍ଦ୍ର ସରକାର ମୋବାଇଲ ଟାୱାର ପ୍ରତିଷ୍ଠା କରିବାକୁ ଦାବୀ କରିଥିଲେ l ଏହା ସହିତ ଘାଟୁଲ ଶୂଳିଆ ବୁଢ଼ା ପୀଠ ର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିବା ପାଇଁ ପ୍ରକାଶ କରିଥିଲେ l ଓଡିଶା ସରକାର ଙ୍କ ଲୋକ ହିତକର ଯୋଜନା ବିଷୟରେ ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମ ରେ ପlଳେଶ୍ୱର ଭୋଇ, ବିରଞ୍ଚି କୁଅଁର, ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ଅଶୋକ ଭୋଇ, ବିଂଝାଲ ସମାଜର ସଭାପତି ମଦନ ବରିହା, ଘlଟୁଲ ଗୌନ୍ତିଆ ଦୟାନିଧି ଝାଙ୍କର ପ୍ରମୁଖ ଉଦବୋଧନ ଦେଇଥିଲେ l ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଦେଓଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ ସଭା ପରିଚାଳନା କରିଥିଲେ l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଗରିମା ପରିବାରର ଉତ୍କଳ ଦିବସ ଆସନ୍ତା ଏପ୍ରିଲ ୨ ରେ

Sunil Chandra Nayak

ରାଷ୍ଟ୍ରପତିଙ୍କୁ ରମେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଜନ୍ମଦିନର ଉପହାର

Sunil Chandra Nayak

ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ଗାଧେଇବାକୁ ଯାଇ ଯୁବକଙ୍କ ମୁତ୍ୟୁ

masiha

Leave a Comment

error: Content is protected !!