ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଜିତୁ ପଟ୍ଟନାୟକଙ୍କ ଦ୍ଵାଦଶ ପୂଣ୍ୟତିଥି ଅବସରରେ ଅସହାୟ ଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଲା ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଜିତୁ ପଟ୍ଟନାୟକଙ୍କ ଦ୍ଵାଦଶ ପୂଣ୍ୟତିଥି ଅବସରରେ ଅସହାୟ ଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଲା ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ 

ମୟୂରଭଞ୍ଜ- ୧୪/୦୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଲୌହଖଣି ଅଂଚଳ ତଥା ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଯୁବ ସମାଜସେବୀ ସ୍ବର୍ଗତ ଜିତୁ ପଟନାୟକଙ୍କର ଆଜି ଦ୍ଵାଦଶ ପୂଣ୍ୟତିଥି ।ସେ ମଧ୍ୟ ଯାମଦା ବ୍ଳକର ଶହୀଦ ବୀର୍ସା ମୁଣ୍ଡା ଯୁକ୍ତ ଦୁଇ କଲେଜର ପ୍ରତିଷ୍ଠାତା ସଦସ୍ୟ ଓ ଅଧ୍ୟାପକ ଥିବା ସହିତ ଵାମନଘାଟୀ ଉପଖଣ୍ଡର ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ବିଶେଷତଃ ଗୋରୁମହିଷାଣୀ ଅଂଚଳର ଗରୀବ,ଖଟିଖିଆ,ଲୌହଖଣି ଶ୍ରମିକ ମାନଙ୍କର ଦରଦି ଵଂଧୁଥିଲେ ।ଅସହାୟ ଙ୍କ ସହାୟକ ଥିଲେ ।ଯାହାର କେହି ସାହା ନ ଥିଲେ ଜିତୁ ଭାଇ ତାଙ୍କର ସାହାଥିଲେ । ସେ ଜଣେ ପରୋପକାରୀ, ସମାଜସେବୀ, ମିଷ୍ଟଭାଷୀ,ମେଳାପି , ହୃଦୟବାନ ଯୁବକ ଥିଲେ ।ତାଙ୍କର ୧୨ ତମ ପୂଣ୍ଯତିଥି ଅବସରରେ ଗୋରୁମହିଷାଣୀ ଅଂଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ” ତରଫରୁ ଆଠ ଜଣ ଅସହାୟ ଙ୍କୁ ସମୁଦାୟ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ସେମାନେ ହେଲେ ୧- ଗୋରୁମହିଷାଣୀ ଅଂଚଳର ରକ୍ତ କର୍କଟ ରେ ପିଡିତା ୧୩ ବର୍ଷୀୟା ନାବାଳିକା ରଗ୍ଯାନସ୍ମିତା ମହାକୁଡ଼,୨- ବଡମୌଦା ଗ୍ରାମର ଦୁର୍ଘଟଣାରେ ଏକମାତ୍ର ପୁତ୍ର କୁ ହରାଇ ଅସହାୟ ହୋଇପଡିଥିବା ବନମାଳୀ ବେହେରା,୩- ଶୁଣ୍ଢଳ ଗ୍ରାମର ପକ୍ଷଘାତରେ ଶଯ୍ୟାଶାୟୀ କୁମୁଦିନୀ ଧୀର,୪- ସାନମୌଦା ଗ୍ରାମର ସମସ୍ତଙ୍କୁ ହରାଇ ଏକାକିନୀ ଵୃଦ୍ଧା ସୁମିତ୍ରା ପାତ୍ର ,୫-ସୁଦର୍ଶନପୁର ଗ୍ରାମର ଦୁର୍ଘଟଣାରେ ପୁତ୍ରକୁ ହରାଇ ବୋହୂ ଏବଂ ନାତୁଣୀ ସହ ଜୀବନ କାଟୁଥିବା ଅସହାୟ ସୁରୁ ହାଁସଦା,୬- ସୁଦୂର ଯଶିପୁର ରୁ ୨୫ ଵର୍ଷ ଧରି ରାଇରଙ୍ଗପୁର ମେଡିକାଲ ଛକରେ ୭୫ ଵର୍ଷୀୟ ପରିବା ବିକି ପରିବାର ପ୍ରତିପୋଷଣ କରୁଥିବା ଅହଲ୍ୟା ମାଉସୀ,୭- ରାଇରଙ୍ଗପୁର ସହରରେ ଦିର୍ଘ ୫୦ ବର୍ଷ ଧରି ଛତା ମରାମତି କରି ପରିବାର ପ୍ରତିପୋଷଣ କରୁଥିବା ସଂଖ୍ୟା ଲଘୁ ଗୁଲାମ୍ ମକସୁଦ୍ ଏବଂ ୮-ଜନୈକ ଜୋତା ମରାମତି କରୁଥିବା ଅସହାୟ ଙ୍କୁ ଆର୍ଥିକ ସହାୟତା କରାଯାଇଥିଲା ।ମାନବ ସେବା ମାଧବ ସେବା ।ମାନବ ହିଁ ଭଗବାନ ।ଏହି ମହତ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ସ୍ବର୍ଗତ ଜିତୁ ପଟନାୟକଙ୍କ ଦୁଇ ସୁପୁତ୍ର ପ୍ରତିଷ୍ଠାତା ଅଭିଷେକ ପଟ୍ଟନାୟକ, ସଂଯୋଜକ ଅଭିଳାଷ ପଟ୍ଟନାୟକଙ୍କ ସମେତ ବରିଷ୍ଠ ସଦସ୍ୟ ଦୁର୍ଗା ହାଁସଦା,ଟୁଲୁ ପଟ୍ଟନାୟକ,ସୌମିକ ଦାସ କାନୁନଗୋ, ସଞ୍ଜୟ ଟୁଟି,ରଶ୍ମିତ ମହାନ୍ତି, ଚିନ୍ତାମଣି,ଗିରି,ରମେଶ ରଣା, ଗୁରୁ ପ୍ରସନ୍ନ ଦାସ,ଦେବୁ ପାତ୍ର,ସାଗର ସେଠି,ବିଦ୍ୟାପତି ମହାକୁଡ଼ ଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ ।ଜିତୁପଟନାୟକ ମେମୋରିଆଲ ଟ୍ରଷ୍ଟ ସଦସ୍ୟଙ୍କ ଏଭଳି ମହତ ସାମାଜିକ କାର୍ଯ୍ୟକୁ ସାଧାରଣରେ ଭୁରି ଭୁରି ପ୍ରଶଂସା କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ଗାଳ୍ପିକ ସୁରେନ୍ଦ୍ର ନାଥ ଜେନା ଙ୍କର ପ୍ରଥମ ଗଳ୍ପ ସଙ୍କଳନ ଉନ୍ମୋଚିତ

Sunil Chandra Nayak

ଓଡିଆ ନଦିୟା ସଂକୀର୍ତ୍ତନ ଉନ୍ମୋଚନ ଉତ୍ସବ … ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ …

Sunil Chandra Nayak

Leave a Comment

error: Content is protected !!