ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କେଡ଼ର) ପକ୍ଷରୁ ବିଭିନ୍ନ ଦାବି ସମାଧାନ ନେଇ ବିଇଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କେଡ଼ର) ପକ୍ଷରୁ ବିଭିନ୍ନ ଦାବି ସମାଧାନ ନେଇ ବିଇଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କେଡର) ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବି ନେଇ ଏକ ଦାବିପତ୍ର କୋକସରା ବିଇଓ ସୁଶ୍ରୀ ରଶ୍ମିତା ନେତମ ଙ୍କ ଅନୁପସ୍ଥିତ ଥିବାରୁ ମୁଖ୍ୟ କିରାଣୀ ବିଜୟ କୁମାର ବେହେରା ଙ୍କୁ ପ୍ରଦାନ କରିବା ସହ ଶୀଘ୍ର ଶିକ୍ଷକ ସଂଘ ର ସମସ୍ୟା କୁ ସମାଧାନ କରିବା ପାଇଁ ସଙ୍ଘ କର୍ମକର୍ତ୍ତା ଦାବି କରିଛନ୍ତି। ଶିକ୍ଷକ ସଂଘ ର ପ୍ରମୁଖ ଦାବି ମଧ୍ୟରେ ମାସିକ ଦରମା ଠିକ ସମୟରେ ମିଳୁନଥିବା ବେଳେ ନିୟମିତ ଶିକ୍ଷକ ଙ୍କୁ ପ୍ରତିମାସ ମାସ ଶେଷ ସମୟରେ ନିୟମିତ ମିଳୁଥିବା ବେଳେ ଏକ୍ସ କେଡର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଏନପିଏସ ଅନୁଦାନ,ଏଲଆଇସି,ଡି.ଏ ଏରୀୟର ମଧ୍ୟ ଠିକ ସମୟରେ ଜମା ହୋଇ ପାରୁନଥିବା ନେଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗତ ୨୯/୦୧/୨୫ ରୁ ଜିଲ୍ଲା ସର୍ବ ଶିକ୍ଷା ଅଭିଯାନର ଏସ.ଏସ ଏକାଉଣ୍ଟଟେଣ୍ଟ କୋଡ଼ିନେଟର ମାନେ ସେମାନଙ୍କ ଦାବି ସମୂହ କୁ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ରେ ରହିଥିବା କାରଣରୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ ରେ ବାଧାପ୍ରାପ୍ତ ହୋଇଛି।ଏଣୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି କୁ ଜିଲ୍ଲା ଶିକ୍ଷା ବିଭାଗ ଯଥାଶୀଘ୍ର ସମାଧାନ କରିବାକୁ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କେଡର) ଉପ ସଭାନେତ୍ରୀ ସୁଜାତା ଜାଲ , ସମ୍ପାଦକ ଦେବୀସିଂ ମାଝୀ, କୋଷାଧ୍ୟକ୍ଷ ଈଶ୍ୱରୀ ପ୍ରସାଦ ଅଗସ୍ତି, ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ସପ୍ତମ ଦିନ ସମ୍ପର୍କ ର ନାଟକ ଜନ୍ମମାଟି ମଞ୍ଚସ୍ଥ

masiha

ମୃତକଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର ଚେକ୍

Sunil Chandra Nayak

ଆଇନଜୀବୀ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!