ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ସୁନ୍ଦରଗଡ଼କୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର,୧୭/୫/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା,ବାଲେଶ୍ଵର ହ୍ବାର୍ଟସପ୍ ଗୃପରେ ତା ୧୪/୫/୨୩ ରିଖ ଦିନ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ” ଶେଷ ବସନ୍ତର ଚିଠି ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୯ ଜଣ ସାହିତ୍ୟ ବନ୍ଧୁ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଦ୍ରୌପଦୀ ମହାପାତ୍ର, ତିଖିରି, କେନ୍ଦ୍ରାପଡା, ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା, ଅରୁଣ କୁମାର ମହାପାତ୍ର, ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ, ଆନନ୍ଦିନୀ ମିଶ୍ର, ଝାରସୁଗୁଡ଼ା, ବନ୍ଦନା ମହାପାତ୍ର, ବ୍ରହ୍ମପୁର, ଗଞ୍ଜାମ ଓ ତ୍ରିନାଥ ପଟ୍ଟନାୟକ, କୋରାପୁଟ । ସମସ୍ତ କବିତା ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ଦକ୍ଷ ସମୀକ୍ଷିକା ତଥା ଯାଜପୁର ଜିଲ୍ଲାର କବୟତ୍ରୀ ସରସ୍ୱତୀ ପଣ୍ଡା । ଯେଉଁଥିରେ ରଞ୍ଜୁଲତା ପାଢ଼ୀ ପ୍ରଥମ ସ୍ଥାନ, ଦ୍ରୌପଦୀ ମହାପାତ୍ର ଦ୍ବିତୀୟ ସ୍ଥାନ ଓ ବନ୍ଦନା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଲେଖା ଜାରି ରଖନ୍ତୁ, ଅନୁଷ୍ଠାନର ପ୍ରତ୍ୟେକ ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ଦିନେ ଦିନେ ଭଗବାନ ସ୍ଥାନ ଦେବାରେ ଅବହେଳା କରିବେ ନାହିଁ ବୋଲି ଭରସା ଓ ବିଶ୍ୱାସ ରହିଛି ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ପ୍ରତିଯୋଗୀଙ୍କୁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତୃତୀୟ ବସନ୍ତ ମଲ୍ଲିକ ମେମୋରିଆଲ ରିଭର ଟ୍ରେକିଂ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ

Sunil Chandra Nayak

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ; ମ.ରାମପୁର ପଞ୍ଚାୟତ ସମିତି

masiha

ଶତାୟୁ ପୁରୁଷ ମହେନ୍ଦ୍ର ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ

Leave a Comment

error: Content is protected !!