ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ଗସ୍ତରେ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢ଼ୀ 

କାମାକ୍ଷାନଗର(ମ ନି ସ)17/5/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗସ୍ତରେ ରାଜ୍ୟ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢ଼ୀ l ସଚିବ ପ୍ରଥମେ ଜନ୍ତାରିବୋଲ ଠାରେ ନିର୍ମାଣ ହୋଇଥିବା ମଡେଲ ଇଞ୍ଜିନିୟରିଙ୍ଗ କଲେଜକୁ ପରିଦର୍ଶନରେ ଯାଇ ସେଠାରେ ଭିତ୍ତିଭୂମିର ଅନୁଧ୍ୟାନ କରିବା ସହ ଏହାକୁ କିପରି ଆହୁରି ଉନ୍ନତି କରାଯାଇ ପାଠପଢା ଆରମ୍ଭ ହୋଇପାରିବ ସେଦିଗରେ ଆଲୋଚନା କରିଥିଲେ।ଚଳିତ ଶିକ୍ଷା ବର୍ଷରୁ ଏଠାରେ ପାଠପଢା ଆରମ୍ଭ କରିବାକୁ ପ୍ରୟାସ କରାଯିବା ନେଇ କହିଥିଲେ।ପରେ ପରେ କାନପୂରା କେନାଲ କୂଳରେ ନିର୍ମାଣ ହେଉଥିବା ଏକ ଅତ୍ୟାଧୁନିକ ଗ୍ରାମାଞ୍ଚଳ ପାର୍କକୁ ବୁଲି ଦେଖିଥିଲେ।ଏହାକୁ ଦେଖି ଖୁସି ବ୍ୟକ୍ତ କରିଥିଲେ। ବିରାଶାଳଠାରେ ଥିବା ଏୟାରଷ୍ଟ୍ରିପକୁ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଏୟାରଷ୍ଟ୍ରିପକୁ ବିଶ୍ବସ୍ତରୀୟ ଟ୍ରେନିଂ ସେଣ୍ଟର କରାଯିବା ପାଇିଁ ଘୋଷଣା ହେବା ପରେ ଏଠାରେ ଥିବା ଭିତ୍ତିଭୂମିକୁ ଅନୁଧ୍ୟାନ କରିଥିଲେ।ପୂର୍ତ୍ତ ବିଭାଗ ତରଫରୁ କରାଯାଉଥିବା ବିଭିନ୍ନ କାମର ସମୀକ୍ଷା ମଧ୍ୟ କରିଥିଲେ।ଶେଷରେ ସୋଗରଠାରେ ଥିବା ଔଷଧିୟ ଅରଣ୍ୟକୁ ବୁଲି ଦେଖିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସମାଜସେବୀ ଙ୍କ ସାମାଜିକ କାର୍ଯ୍ୟକ୍ରମ 

masiha

ସମାଜସେବୀ ସ୍ବର୍ଗତ ଚକ୍ରଧର ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ଶ୍ରଦ୍ଧାଞ୍ଜଳୀ ସଭା

masiha

ନର୍ଲା ଇନଡୋର ଷ୍ଟାଡିୟମ ଉଦଘାଟନ ସହ ନର୍ଲାରୁ ଭୁବନେଶ୍ୱର ଯାଏଁ ବସସେବାର ଶୁଭାରମ୍ଭ

masiha

Leave a Comment

error: Content is protected !!