ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସଵ ପାଇଁ ଶ୍ରୀରାମ ନାମରେ ଗୁଞ୍ଜରିତ ଗାଁ ଠୁ ସହର, କୋକସରାରେ ବାଇକ ରେଲି କଲେ ଶ୍ରୀରାମ ସେନା

ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସଵ ପାଇଁ ଶ୍ରୀରାମ ନାମରେ ଗୁଞ୍ଜରିତ ଗାଁ ଠୁ ସହର, କୋକସରାରେ ବାଇକ ରେଲି କଲେ ଶ୍ରୀରାମ ସେନା

କୋକସରା,୨୩/୧ // ଶ୍ରୀରାମଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସଵ ଅଯୋଧ୍ୟାରେ ମହା ସମାରୋହରେ ପାଳିତ ହେଉଥିବା ବେଳେ ଦେଶରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। କୋକସରା ବ୍ଲକ ସଦର ମହକୁମା ଠାରୁ ଏକ ବାଇକ ଶୋଭାଯାତ୍ରାରେ ଶତାଧିକ ଶ୍ରୀରାମ ସେନାର ଯୁବକ ମାନେ ଡୋକାରିଚଞ୍ଚରା ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଜୟ ଶ୍ରୀ ରାମ ଧ୍ୱନି ଦେଇ ପହଞ୍ଚି ଦୀପଦାନ ସହ ଭଜନ କୀର୍ତ୍ତନ କରିଥିଲେ ।ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ସନ୍ଧ୍ୟାରେ କୋକସରା ହନୁମାନ ବଟିକାରେ ସମବେତ ଦୀପ ପ୍ରଜ୍ଜ୍ୱଳନ କରି ଦୀପ ଦାନ କରି ଶ୍ରୀରାମ ପ୍ରାଣ ପ୍ରତିଷ୍ଠା ଉତ୍ସଵ ପାଳନ ପୂର୍ବକ ବାଣ ଫୁଟାଇ ଖୁସି ମନାଇଥିଲେ। ପରେ ପ୍ରସାଦ ସେବନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ବ୍ଲକର ଲଡୁଗାଁ ସହରରେ ମଧ୍ୟ ଶ୍ରୀରାମ ଧ୍ୱନିରେ ଓ ଗେରୁଆ ପତାକାରେ ଭବ୍ୟ ପରିବେଶ ସୃଷ୍ଟି ହୋଇଥିଲା। ହନୁମାନ ମନ୍ଦିରରେ ମଧ୍ୟ ଭବ୍ୟ ଉତ୍ସଵ ଓ ଶ୍ରୀରାମ ନାମ କଥାମୃତରେ ଶହ ଶହ ସଂଖ୍ୟକ ଶ୍ରୀରାମ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ମସିହା ନିୟୁଜ ସର୍ଭିସ୍ 

Related posts

ସହର ସେବା ସମିତିର ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ପାଳିତ

masiha

ଜବାହର ନବୋଦୟ ବିଦ୍ୟାଳୟରେ ଏକାଡେମୀକ୍ ଏଚିଭମେଣ୍ଟ ଏଓ୍ଵାର୍ଡ ସମାରୋହ

Sunil Chandra Nayak

୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!