ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟ ରେ ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର

ଗୋଳାମୁଣ୍ଡା/୨/୪/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟ ରେ ଆମ ଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରଟିକୁ ଦୈନିକ ଖବରକାଗଜ ସମ୍ବାଦ ଓ ଗୋଲାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକ ସଂଘ ଏବଂ ସୋସିଆଲ ଏକ୍ଟିଭିଟି ଅଫ୍ କଲାହାଣ୍ଡି ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିର ରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଏବଂ ଗୋଲାମୁଣ୍ଡା ତହସିଲଦାର ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକ ଯୋଗଦେଇଥିଲେ । ଶ୍ରୀଯୁକ୍ତ ରବିନସନ ସେନାପତି ଏବଂ ଶ୍ରୀଯୁକ୍ତ ଲବଜି ପଟେଲ ସମ୍ବାଦ ଖବରକାଗଜ ପ୍ରତିନିଧି ଙ୍କ ସହିତ ଶ୍ରୀଯୁକ୍ତ ରାଜେଶ ଅଗ୍ରୱାଲ ରକ୍ତଦାନ ଶିବିର ସମସ୍ତ ବ୍ୟବସ୍ଥା ବୁଝିଥିଲେ । ମୋଟ୍ ରେ ୧୬ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ 

Sunil Chandra Nayak

ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ଯାରମ୍ଭ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଦାବିପତ୍ର 

କୋକସରା ଠାରେ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ୱାଗତ ଓ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!