ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ପୋଲିସ ମହାନିର୍ଦେଶକଙ୍କ ଦ୍ଵାରା କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ କନେଷ୍ଟବଳଙ୍କୁ ପୁରସ୍କୃତ 

ଢେ଼ଙ୍କାନାଳ/କଟକ_(ମ ସୀ ହା) କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେଙ୍କୁ ପୁରସ୍କୃତ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ । ଆଜି କଟକଠାରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଓଡିଶା ପୋଲିସ ଦିବସ ରେ ଏହି ଦୁଇ ଜଣଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ସୂଚନା ଅନୁସାରେ ଗତ କିଛି ଦିନ ତଳେ ମହାବିରୋଡ଼ ଥାନା ଅଞ୍ଚଳ ରେ ଏକ ସୁନାଚୋରି ଗ୍ୟାଙ୍ଗକୁ ସଫଳତାର ସହ ଖୁବଶୀଘ୍ର ଧରି ଏହାର ପ୍ରକୃତ ସତ୍ୟତା ଖୁବ ଶୀଘ୍ର ଉନ୍ମୋଚନ କରିଥିଲେ । ତତ ସହିତ ଏଥିରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ଧରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣ ର ସୁନା ଓ ଟଙ୍କା ଉଦ୍ଧାର କରିଥିଲେ l ଏହା ସହିତ କାମାକ୍ଷାନଗର ଉପଖଣ୍ଡ ରେ ଆଇନ ଶୃଙ୍ଖଳା ଓ ଚୋରି, ରାହାଜାନି, ବ୍ରାଉନସୁଗାର, କୁ କିପରି ଆଗାମୀ ଦିନ ରେ ରୋକା ଯାଇ ପାରିବ ସେ ଦିଗରେ ଶ୍ରୀ ଦେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି l ଏହି ପୁରସ୍କାର ପାଇଁ କାମାକ୍ଷାନଗର ଉପଖଣ୍ଡବାସୀ ଶ୍ରୀ ରଞ୍ଜନ କୁମାର ଦେ ଙ୍କୁ ଅନେକ ଅନେକ ପ୍ରଶଂସା ଜଣାଇ ବା ସହ ଆଗାମୀ ଦିନରେ କାମାକ୍ଷାନଗର ଉପଖଣ୍ଡ କୁ ଏକ ଶାନ୍ତିପ୍ରିୟ ଅଞ୍ଚଳରେ ପରିଗଣିତ କରିବା ପାଇଁ ପୋଲିସ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି ।

ଏହାସହିତ କାମାକ୍ଷାନଗର ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ର କନେଷ୍ଟବଳ ଚନ୍ଦ୍ରଶେଖର ସାହୁ ଙ୍କୁ ମଧ୍ୟ ମହାବିରୋଡ଼ କେସ ରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୋଲିସ ମହା ନିର୍ଦେଶକଙ୍କ ତରଫରୁ ମେଡାଲ ଓ ମାନପତ୍ର ପୁରସ୍କୃତ କରାଯାଇଛି।

କାମାକ୍ଷନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ସ୍କାଉଟ ଗାଇଡ୍ କବବୁଲବୁଲ ର ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର 

masiha

ରାଇରଙ୍ଗପୁରରେ ବାମନଘାଟୀ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬,୧୭,୧୮ ତାରିଖ ବିଶ୍ଵଶାନ୍ତି ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ

masiha

Senior Journalist Bulei Behera awarded

masiha

Leave a Comment

error: Content is protected !!