ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ସର୍ଭେ ନେଇ ପ୍ରଚାର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ସର୍ଭେ ନେଇ ପ୍ରଚାର

ଡାବୁଗାଁ, ୧/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ସର୍ଭେ ନେଇ ପ୍ରଚାର କାର୍ଯ୍ୟକ୍ରମ ରବିବାର କରାଯାଇଛି | ସୋମବାର ଡାବୁଗାଁ ବ୍ଲକ ର ସମସ୍ତ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ପାଇଁ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ସର୍ଭେ ଡିଜିଟାଲ ଆପ ମାଧ୍ୟମରେ ଆରମ୍ଭ କରାଯିବ | ବ୍ଲକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀମାନେ ପଞ୍ଚାୟତରେ ଲୋକ ମାନଙ୍କୁ ଏହି ଆପ ଉପରେ ତାଲିମ ଦେବେ | ଯୋଗ୍ୟ ହିତାଧିକାରୀ ମାନେ ଏହି ଆପ ମାଧ୍ୟମରେ ଗୃହ ପାଇଁ ଆବେଦନ କରିପାରିବେ ଏବଂ ଅଧିକାରୀ ମାନେ ମଧ୍ୟ ପ୍ରତି ଗ୍ରାମ, ସାହିକୁ ଯାଇ ଏହି ଆପ ମାଧ୍ୟମରେ ସର୍ଭେ କରି ଯୋଗ୍ୟ ହିତଧିକାରୀଙ୍କ ନାମ ପଞ୍ଜୀକୃତ କରିବେ | ଏନେଇ ଆଜି ଡାକବାଜି ଯନ୍ତ୍ର ମାଧ୍ୟମରେ ବ୍ଲକ ର ବିଭିନ୍ନ ଗ୍ରାମରେ ସୂଚନା ଦିଆଯାଇଛି | ଏହି ପ୍ରଚାର ଗାଡିକୁ ବ୍ଲକ କାର୍ଯ୍ୟ|ଳୟରେ ଉଦଘାଟନ କରାଯାଇଛି | ଏହି ସମୟରେ ବିଡିଓ ଶରତ ମାଝି, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବିପିସି ଯୋଗେନ୍ଦ୍ର ମାଝି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉପାନ୍ତ ଅଞ୍ଚଳରେ ମିଳିଲା ପିଡ଼ିଏସ ସାମଗ୍ରୀ, ହିତାଧିକାରୀଙ୍କ ମଧ୍ୟରେ ଖୁସି

Sunil Chandra Nayak

National Maritime Day was observed by the Institution of Engineers (India)

Sunil Chandra Nayak

ଦାବି ପୂରଣ ପାଇଁ ଅମଲାମାନଙ୍କ ଆଜିଠାରୁ କଳା ଵ୍ଯାଜ୍ ପରିଧାନ

Leave a Comment

error: Content is protected !!