ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ 

ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ 

କୋରାପୁଟ : କୋରାପୁଟ ଜିଲ୍ଲା ପ୍ରଶାସନ ତରଫ ରୁ ପରବ ଉପଲକ୍ଷେ ଜିଲ୍ଲା ଚେସ ଆସୋସିଏସନ, କୋରାପୁଟ ସହିତ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ନଭେମ୍ବର 28 ତାରିଖ ଦିନ ପୂଜାରୀପୁଟ, କୋରାପୁଟ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି । ଏହି ଚାମ୍ପିୟନସିପ ର ଉଦଘାଟନ ସଭାରେ ଉପ ଜିଲ୍ଲା ପାଳ ଶ୍ରୀଯୁକ୍ତ ବେଣୁଧର ଶବର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ପ୍ରୀତିସୁଧା ଜେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ଜ୍ଞାନଜିତ ତ୍ରିପାଠୀ, ବ୍ଲକ ଉନ୍ନୟନ ଅଧିକାରୀ, କୋରାପୁଟ ଶ୍ରୀଯୁକ୍ତ ଦେବାଶିଷ ଗୌଡ଼,କୋରାପୁଟ ଜିଲ୍ଲା ଚେସ ଆସୋସିଏସନ କୋରାପୁଟ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି, ଅନ୍ତର୍ଜାତୀୟ ଅରବିଟର ଶ୍ରୀଯୁକ୍ତ ଭବେଶ ମହାନ୍ତି ପ୍ରଭୃତି ଉପସ୍ଥିତ ଥିଲେ। ଏଥିରେ ଉଭୟ ପୁରୁଷ ଓ ମହିଳା ବିଭାଗରୁ ୧୫୭ ଜଣ ଅଂଶ ଗ୍ରହଣ କରିଥିଲେ ଏଥି ମଧ୍ୟରୁ ୧୧୬ ଜଣ ପୁରୁଷ ଓ ୪୧ ଜଣ ମହିଳା ପ୍ରତିଯୋଗୀ ଥିଲେ। ପ୍ରଥମଥର ପାଇଁ କୋରାପୁଟ ରେ ପରବ ଉପଲକ୍ଷେ ଚେସ ପ୍ରତିଯୋଗିତା ହେବା ନେଇ ସମସ୍ତ ଖେଳାଳି ଉତ୍ସାହିତ ଥିଲେ। ଏହି ପ୍ରତିଯୋଗିତା ଦାଇତ୍ୱ ର ସହିତ କୋରାପୁଟ ଜିଲ୍ଲା ଚେସ ଆସୋସିଏସନ ର ସଦସ୍ୟ, ଅରବିଟର ଏବଂ ପି ଇ ଟି ଶିକ୍ଷକ ଉପସ୍ଥିତ ରହିପ୍ରତିଯୋଗିତା କୁ ପରିଚାଳନା କରିଥିଲେ । ପୁରୁଷ ବର୍ଗରେ ୧୨ ବର୍ଷ ରୁ କମ ବିଭାଗ ରେ ପ୍ରଥମ ଲୋହିତ ସେନାପତି, ଦ୍ୱିତୀୟ ସାଗନିକ ରାୟ ତୃତୀୟ ରନ୍ତେ ସାଇ ରେଡ୍ଡୀ, ୧୬ ବର୍ଷ ରୁ କମ ବିଭାଗ ରେ ଯତୀନ ସେନାପତି ପ୍ରଥମ ଦ୍ୱିତୀୟ- ଓମ ପ୍ରକାଶ ସାହୁ, ତୃତୀୟ-ସାଇ ପ୍ରସାଦ ପାଣିଗ୍ରାହୀ, ୫୦ ବର୍ଷ ରୁ କମ ବିଭାଗ ରେ ପ୍ରଥମ – ପୂର୍ଣ୍ଣ ଖିଲ , ଦ୍ୱିତୀୟ -ବାବୁଲା ଭୋଇ ତୃତୀୟ -ଲେଲି ଜାକକା ୫୦ ବର୍ଷ ରୁ ଉର୍ଦ୍ଧ ବିଭାଗରେ ପ୍ରଥମ – ସିଏଚ ଭେଙ୍କଟ ରାଓ ଦ୍ୱିତୀୟ – ସନ୍ତୋଷ ଡାକୁଆ ତୃତୀୟ – ଅସିତ କୁମାର କଅଁର ଏବଂ ମହିଳା ବର୍ଗ ରେ ୧୨ବର୍ଷ ରୁ କମ ବିଭାଗରେ ପ୍ରଥମ – ସନବି ପଟନାୟକ ଦ୍ୱିତୀୟ – ସୌମ୍ୟା ମେହେର ତୃତୀୟ- ତପସ୍ୱିନୀ ଯାନୀ, ୧୬ବର୍ଷ ରୁ କମ ବିଭାଗ ରେ ପ୍ରଥମ -ସୋନାଲି ପରଜା ଦ୍ୱିତୀୟ – ଡଲି ମୁଦୁଲି ତୃତୀୟ – କବିତା ଦାସ, ୫୦ ବର୍ଷ ରୁ କମ ବିଭାଗରେ ପ୍ରଥମ – ଭାନୁ ମୁଦୁଲି, ଦ୍ୱିତୀୟ – ଗୀତା ଯାନୀ, ତୃତୀୟ -ବବିତା ଯାନୀ ସ୍ଥାନ ଆଦିକାର କରିଥିଲେ । ପ୍ରତିଯୋଗିତା ର ପରିଶେଷରେ ରେ କୋରାପୁଟ ଜିଲ୍ଲା ଚେସ ଆସୋସିଏସନ ର ସଭାପତି ଶ୍ରୀଯୁକ୍ତ ଲଲାଟେନ୍ଦୁ ପ୍ରତାପ ଦେଓ ଏବଂ ଓ ଏସ ଡି, କୋରାପୁଟ କ୍ରୀଡ଼ାବିଭାଗ ଶ୍ରୀଯୁକ୍ତ ପ୍ରକାଶ କୁମାର ସାମଲ ଉପସ୍ଥିତ ରହି ପ୍ରତିଯୋଗିତା ରେ ସମସ୍ତ ବିଭାଗରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ବିଜେତା ଙ୍କୁ ୧୪ ଡିସେମ୍ବର ରୁ ଆରମ୍ଭ ହେବାକୁ ଥିବା ପରବ ସମାରୋହ ରେ ପୁରସ୍କୃତ କରାଯିବ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭିଜି ଟ୍ରଫିରେ ଇଷ୍ଟ୍ ଜୋନ୍ ଟିମ୍‌ରୁ ଖେଳିବେ କେନ୍ଦୁଝରର ସାର୍ଥକ ସ୍ୱୟଂପ୍ରକାଶ

Sunil Chandra Nayak

ଜିଲ୍ଲାସ୍ତରୀୟ ଵାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ

Sunil Chandra Nayak

ଆନ୍ତଃ ରାଜ୍ୟ ଡିକେଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିତୀୟ ସେମିଫାଇନାଲ ଖେଳରେ ସମ୍ବଲପୁରକୁ ହରାଇ ଵିଳାଶପୁର ଦିତୀୟ ଫାଇନାଲକୁ ଉନ୍ନିତ 

masiha

Leave a Comment

error: Content is protected !!