ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା ୩ ଯୁବକ ଗୁରୁତ୍ତର

ମୋଟର ସାଇକେଲ ଦୁର୍ଘଟଣା ୩ ଯୁବକ ଗୁରୁତ୍ତର 

ଡାବୁଗାଁ, ୧/୧୨ (ମ.ନି.ସ.) ନବରଙ୍ଗପୁର ଜିଲା ବ୍ଲକ ଅଧୀନ ଚିକିଲି ଛକ ନିକଟରେ ରବିବାର ଅପରାହ୍ନରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୩ ଜଣ ଗୁରୁତ୍ତର | ଆଜି ଅପରାହ୍ନରେ ୩ ଜଣ ଯୁବକ ନିଜ ମୋଟର ସାଇକେଲ ରେ ଡାବୁଗାଁ ଠାରୁ ନିଜ ଗ୍ରାମ କକଡାଗୁଡା ଯାଉଥିବା ସମୟରେ ଚିକିଲି ଗ୍ରାମ ଛକ ନିକଟରେ ଥିବା ନଦୀରେ ପୋଲ ପୂର୍ବରୁ ଗାର୍ଡ ପୋଷ୍ଟରେ ଭାରସାମ୍ୟ ହରାଇ ପିଟି ହୋଇଥିଲେ | ଫଳରେ ମୋଟର ସାଇକେଲ ରେ ଥିବା ତିନିଜଣ ଯୁବକ ଆହତ ହୋଇଥିଲେ | ତିନିଜଣ ଯୁବକଙ୍କ ର ଗୋଡକ ଭାଙ୍ଗି ଯାଇଛି। ଯୁବକ ମାନେ ହେଲେ କକଡାଗୁଡା ଗ୍ରାମର ମଧୁ ଗୌଡ଼, ଈଶ୍ୱର ଗୌଡ଼ ଓ ରାଜଶ ଗୌଡ଼ । ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ୩ ଜଣ ଙ୍କର ଅବସ୍ଥା ଗୁରୁତ୍ୱର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଏନେଇ ଡାବୁଗାଁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡାଇରିଆ ଆତଙ୍କ, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ, ମେଡ଼ିକାଲ ଟିମର ଚିକିତ୍ସା ଜାରି

masiha

ଗୋଳାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଭିସଲାନ୍ସ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଭତରା ସମାଜ ଲଡୁକରିଆ ବଂଶୀୟ ଙ୍କ ନୂଆଁଖାଇ ଭେଟଘାଟ। ସମ୍ପର୍କ କୁ ସୁଦୃଢ଼ କରୁଛି ନୂଆଁଖାଇ ଭେଟଘାଟ ର ଆୟୋଜନ.

masiha

Leave a Comment

error: Content is protected !!