ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଏଡ଼ସ୍ ଦିବସ” ପାଳିତ

ବିଶ୍ଵ ଏଡ଼ସ୍ ଦିବସ” ପାଳିତ

ରାୟଗଡ଼ା ସ୍ଵୟଂଶାସିତ ମହବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ କକ୍ଷରେ ଯୁବ ରେଡ୍ କ୍ରସ ତରଫରୁ “ ବିଶ୍ଵ ଏଡ଼ସ୍ ଦିବସ” ପାଳିତ ହୋଇଯାଇଛି। ରାୟଗଡା ଯୁବ ରେଡ କ୍ରସ, ଏନ୍.ସି.ସି, ଏନ୍.ଏସ.ଏସ ସ୍ୱେଚ୍ଛାସେବୀ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଏଡ଼ସ୍ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡଃ. ଆନନ୍ଦ ପାଢ଼ୀ ଓ ଡଃ. ଭେଙ୍କଟରମଣ ଯୋଗଦେଇଥିଲେ । ପ୍ରଥମେ ଭଗବାନଙ୍କ ଠାରେ ଦୀପ ପ୍ରଜ୍ଵଳନ କରାଯାଇ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଏହା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ବବିଲତା ସରାଫ ଅଭିଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ମାନେ ଏଡ଼ସ ରୋଗରୁ କେମିତି ସଚେତନ ହେବା ଓ ସୁସ୍ଥ ରହିବା ବିଷୟରେ ଅବଗତ କରାଇଥିଲେ । ୩୦-୧୧-୨୦୨୪ ତାରିଖ ରେ ଏଡ଼ସ୍ ଦିବସ ଉପଲକ୍ଷେ ଚିତ୍ରାଙ୍କନ, ରଙ୍ଗୋଲୀ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଜେତାମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ରେଡ କ୍ରସ ର କାଉନସିଲର ଶ୍ରୀ ପ୍ରଶାନ୍ତ କୁମାର ସାହୁ ,ତୃପ୍ତିମୟୀ ଭୋଇ, ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ମୋନାଲିସା ପାଣିଗ୍ରାହୀ, ଏନ.ସି.ସି ଅଫିସର ଲେଫ୍ଟନାନ୍ଟ ଉଦୟ ନାଏକ, ଡଃ. ସରସ୍ଵତୀ ରାୟ ଓ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ସହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୈଷ୍ଣବ ସାହୁ

Sunil Chandra Nayak

କେରେଡି ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୩ ପାଳିତ

Sunil Chandra Nayak

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଧାରଣା 

masiha

Leave a Comment

error: Content is protected !!