ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘର ବୈଠକ 

ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘର ବୈଠକ 

କନ୍ଧମାଳ,ତା, ୨୮/୦୪: (ମନିସ): ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘ କନ୍ଧମାଳ ଜିଲ୍ଲା ଶାଖାର କାର୍ଯ୍ୟ ନିର୍ବାହୀ ସମିତି ବୈଠକ ବାଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି l ସଂଘ ର ସଭାପତି ସୁରଥ ଚନ୍ଦ୍ର ମୁନି ଶ୍ରୀ ଗଣେଶଙ୍କ ଫୋଟୋ ଚିତ୍ର ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ବରିଷ୍ଠ ଶିକ୍ଷକ ଉମେଶ ଚନ୍ଦ୍ର ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ l ପ୍ରଥମେ ଦିବଂଗତ ଶିକ୍ଷକ ମାନଙ୍କ ଆତ୍ମ ର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l ଜିଲ୍ଲା ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ତୀର୍ଥବାସୀ ଘଡ଼ାଇ ଗତ ବୈଠକର ବିବରଣୀ ପାଠ କରିଥିଲେ l ବୈଠକ ରେ ଦରମା ଠିକ ସମୟରେ ନହେବା, ଶିକ୍ଷକ ମାନଙ୍କର ବହୁ ସମସ୍ୟା ବାରମ୍ବାର ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟ ନହେବା, MACP ଓ RACP ନହେବା, ଇପିଏଫ ସମସ୍ୟା ସମାଧାନ ନହେବା,ଜିଲ୍ଲା କାର୍ଯ୍ୟାଳୟ ରେ ଅଫିସ ଅlସିଷ୍ଟାଣ୍ଟ ଙ୍କ ଶିକ୍ଷକ ମାନଙ୍କ ପ୍ରତି ବ୍ୟବହାର ସନ୍ତୋଷ ଜନକ ନୁହେଁ, ହେଡ଼ ସେବକ ପଦୋନ୍ନତି, MCT ଗ୍ରେଡ଼ସନ, ବି.ଏ ବି ଇ ଡି ଏବଂ ବି ଏସି ବି ଇଡି ଗ୍ରେଡ଼ସନ, ଆଗାମୀ ସାଧାରଣ ସଭା, ଶିକ୍ଷକ ମାନଙ୍କର ଅବସର ସମ୍ବର୍ଦ୍ଧନା ସଭା, ଦିବଂ ଗତ ଶିକ୍ଷକ ମାନଙ୍କ ପାଖରେ ସଂଘ ଠିଆହେବା, ଘରଭଡା ଇତ୍ୟାଦି ଆଲୋଚନା ହୋଇଥିଲା l ଏ ବିଷୟରେ ଜିଲ୍ଲା ମଙ୍ଗଳ ଅଧିକାରୀ, କନ୍ଧମାଳ ଓ ଜିଲ୍ଲାପାଳ କନ୍ଧମାଳ ଙ୍କୁ ଅବଗତ କରାଇ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରାଯିବ, ଯଦି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନ ହୁଏ ତେବେ ଓଡିଶା ସରକାର ଙ୍କୁ ଦରଖାସ୍ତ ଦେବା ସହିତ ଏକ ବିଶାଳ ଶିକ୍ଷକ ସମାବେଶ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କରିବା ପାଇଁ ଆଲୋଚନା ହୋଇଥିଲା l ଏଥିରେ ସମସ୍ତ କାର୍ଯ୍ୟ ନିର୍ବାହୀ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ l ସଭା ଶେଷରେ ସଂଘ ର ମୁଖ୍ୟ ଉପଦେଷ୍ଟା ମାନ୍ୟବର ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଓ ଆଇନ ପରମର୍ଶଦାତା ବିଜୟକୃଷ୍ଣ ପଟ୍ଟନାୟକ ଙ୍କୁ ଅବଗତ କରାଯାଇଥିଲା l ଶେଷରେ ସଂଘ ର ଉପସଭାପତି ରଂଜିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l 

କନ୍ଧମାଳ ରୁ ସଞ୍ଜୟ କୁମାର ପାଣିଗ୍ରାହି ଙ୍କ ରିପୋର୍ଟ୍ 

Related posts

କୋଇଡା ଅଞ୍ଚଳରେ ଦନ୍ତା ଆକ୍ରମଣରେ ଵୃଦ୍ଧ ମୃତ

Sunil Chandra Nayak

ମେଲକୁନ୍ଦେଲ ଗ୍ରାମ ଠାରେ ଜିଓ ଟାଓ୍ବାର ଉଦଘାଟନ

Sunil Chandra Nayak

୨ୟ ଅବିଭକ୍ତ ଜିଲ୍ଲା ପାୱାରଲିଫ୍ଟିଙ୍ଗ ଚାମ୍ପିଅନସିପ 

Sunil Chandra Nayak

Leave a Comment

error: Content is protected !!