ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘର ବୈଠକ 

ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘର ବୈଠକ 

କନ୍ଧମାଳ,ତା, ୨୮/୦୪: (ମନିସ): ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘ କନ୍ଧମାଳ ଜିଲ୍ଲା ଶାଖାର କାର୍ଯ୍ୟ ନିର୍ବାହୀ ସମିତି ବୈଠକ ବାଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି l ସଂଘ ର ସଭାପତି ସୁରଥ ଚନ୍ଦ୍ର ମୁନି ଶ୍ରୀ ଗଣେଶଙ୍କ ଫୋଟୋ ଚିତ୍ର ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ବରିଷ୍ଠ ଶିକ୍ଷକ ଉମେଶ ଚନ୍ଦ୍ର ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ l ପ୍ରଥମେ ଦିବଂଗତ ଶିକ୍ଷକ ମାନଙ୍କ ଆତ୍ମ ର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l ଜିଲ୍ଲା ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ତୀର୍ଥବାସୀ ଘଡ଼ାଇ ଗତ ବୈଠକର ବିବରଣୀ ପାଠ କରିଥିଲେ l ବୈଠକ ରେ ଦରମା ଠିକ ସମୟରେ ନହେବା, ଶିକ୍ଷକ ମାନଙ୍କର ବହୁ ସମସ୍ୟା ବାରମ୍ବାର ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟ ନହେବା, MACP ଓ RACP ନହେବା, ଇପିଏଫ ସମସ୍ୟା ସମାଧାନ ନହେବା,ଜିଲ୍ଲା କାର୍ଯ୍ୟାଳୟ ରେ ଅଫିସ ଅlସିଷ୍ଟାଣ୍ଟ ଙ୍କ ଶିକ୍ଷକ ମାନଙ୍କ ପ୍ରତି ବ୍ୟବହାର ସନ୍ତୋଷ ଜନକ ନୁହେଁ, ହେଡ଼ ସେବକ ପଦୋନ୍ନତି, MCT ଗ୍ରେଡ଼ସନ, ବି.ଏ ବି ଇ ଡି ଏବଂ ବି ଏସି ବି ଇଡି ଗ୍ରେଡ଼ସନ, ଆଗାମୀ ସାଧାରଣ ସଭା, ଶିକ୍ଷକ ମାନଙ୍କର ଅବସର ସମ୍ବର୍ଦ୍ଧନା ସଭା, ଦିବଂ ଗତ ଶିକ୍ଷକ ମାନଙ୍କ ପାଖରେ ସଂଘ ଠିଆହେବା, ଘରଭଡା ଇତ୍ୟାଦି ଆଲୋଚନା ହୋଇଥିଲା l ଏ ବିଷୟରେ ଜିଲ୍ଲା ମଙ୍ଗଳ ଅଧିକାରୀ, କନ୍ଧମାଳ ଓ ଜିଲ୍ଲାପାଳ କନ୍ଧମାଳ ଙ୍କୁ ଅବଗତ କରାଇ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରାଯିବ, ଯଦି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନ ହୁଏ ତେବେ ଓଡିଶା ସରକାର ଙ୍କୁ ଦରଖାସ୍ତ ଦେବା ସହିତ ଏକ ବିଶାଳ ଶିକ୍ଷକ ସମାବେଶ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କରିବା ପାଇଁ ଆଲୋଚନା ହୋଇଥିଲା l ଏଥିରେ ସମସ୍ତ କାର୍ଯ୍ୟ ନିର୍ବାହୀ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ l ସଭା ଶେଷରେ ସଂଘ ର ମୁଖ୍ୟ ଉପଦେଷ୍ଟା ମାନ୍ୟବର ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଓ ଆଇନ ପରମର୍ଶଦାତା ବିଜୟକୃଷ୍ଣ ପଟ୍ଟନାୟକ ଙ୍କୁ ଅବଗତ କରାଯାଇଥିଲା l ଶେଷରେ ସଂଘ ର ଉପସଭାପତି ରଂଜିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l 

କନ୍ଧମାଳ ରୁ ସଞ୍ଜୟ କୁମାର ପାଣିଗ୍ରାହି ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀ ଙ୍କୁ ମିଳିଲା ଦୁଇ ଲକ୍ଷ ଟଙ୍କା

masiha

ବନ ମହୋସବ ପାଳିତ

masiha

୧- ଶ୍ରୀ ଶ୍ରୀ ଶ୍ରୀ ମା କଟା ଦୁର୍ଗା ଭବାନି ମନ୍ଦିର ପ୍ରତିଷ୍ଠା କୁ ନେଇ ଚାଲିଚି ରଙ୍ଗିନ ଭାବରେ ସଜାସଜି ,୨- ମା ମାଝୀ ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!