ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟପ୍ ଟେନ୍ ତାଲିକାରେ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଛାତ୍ରୀ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟପ୍ ଟେନ୍ ତାଲିକାରେ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଛାତ୍ରୀ

ନବରଙ୍ଗପୁର:(୨୮|୪)(ରବି ନାରାୟଣ ମହାନ୍ତି)ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷାରେ ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ଶ୍ରେଷ୍ଠ ଦଶ ଜଣ ପରୀକ୍ଷାର୍ଥୀଙ୍କ ନାମ ତାଲିକା ପ୍ରକାଶ ପାଇଛି । ଉକ୍ତ ତାଲିକାରେ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ ସୁଶ୍ରୀ ଇପ୍ସିତା ଦାଶ ୧୪୦୦ ମାର୍କରୁ ୧୨୫୭ ମାର୍କ ହାସଲ କରି ଶ୍ରେଷ୍ଠ ଦଶରେ ସ୍ଥାନ ପାଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଅଧ୍ୟାପକ ଅଧ୍ୟାପିକା, ଅଭିଭାବକ, ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀ ଙ୍କ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ଏହି ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀ ଡି. ଗୋବିନ୍ଦା ରାଓ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରେୟ ଦେବା ସହ ଭବିଷ୍ୟତରେ ଏହି ଧାରା ବଜାୟ ରଖିବା ନିମନ୍ତେ ଆଶା ପ୍ରକଟ କରିଛନ୍ତି।ଇପ୍ସିତା ନବରଙ୍ଗପୁରର ମାଝିଗୁଡ଼ା ଅଞ୍ଚଳର ଶଙ୍କର ପ୍ରସାଦ ବେହେରା ଏବଂ ରତ୍ନପ୍ରଭା ଦାଶଙ୍କ ସୁକନ୍ୟା ଘରେ ରହି ଜୀବ ବିଜ୍ଞାନ ବିଭଗୀୟ ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ଭାନୁମତୀ ସାହୁକାର ଏବଂ ଅଧ୍ୟାପିକା ସୁନୟନା ସମାସିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନବରଙ୍ଗପୁର ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଏହି ସଫଳତାର ଶ୍ରେୟ ଇପ୍ସିତା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଗୁରୁଜନମାନଙ୍କୁ ଦେଇଛନ୍ତି ।ଭବିଷ୍ୟତରେ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ କରିବା ସହ ଓପିଏସି ପରୀକ୍ଷା ଦେଇ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନୀରବ ସେବା ସଂଗଠନ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ 

masiha

ରାଇରଙ୍ଗପୁରରେ ‘ମାନାପୁରମ୍ ଗୋଲ୍ଡ ଲୋନ’ଅଫିସରେ ୫ ଦୁବୃର୍ତ୍ତଙ୍କ ଲୁଟ୍ ଉଦ୍ୟମ ବିଫଳ ; ସାଇରନ୍ ବାଜିବା ଯୋଗୁଁ ଲୁଟ୍ ଉଦ୍ୟମ ଫସର ଫାଟିଗଲା

masiha

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଠାରେ “ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ” , “ବିଶ୍ୱ ଟେଲି ଯୋଗାଯୋଗ ଏବଂ ସୂଚନା ସମାଜ ଦିବସ” ପାଳନ

masiha

Leave a Comment

error: Content is protected !!