ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଜୀବୀ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳିତ 

ଆଇନଜୀବୀ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳିତ 

ନବରଙ୍ଗପୁର:(୨୮|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଦୌରା ଜଜ ଅଦାଲତ ପରିସରରେ ନବରଙ୍ଗପୁର ଆଇନଜୀବୀ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ୧୭୭ ତମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ଆଇନଜୀବୀ ସିରାଜୁଦ୍ଦିନ ଅହମ୍ମଦଙ୍କ ସଭାପତିତ୍ୱରେ ଅନୁଷ୍ଠୀତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ମାନ୍ୟବର ଶ୍ରୀଯୁକ୍ତ ନ୍ୟାୟମୂର୍ତ୍ତୀ ଶିବ ଶଙ୍କର ମିଶ୍ର ନ୍ୟାୟଧିଶ ଓଡିଶା ଉଚ୍ଚ ନ୍ୟାୟାଳୟ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ରୂପେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ରମେଶ ପାତ୍ର ଓ ନିଖିଳ ଓଡିଶା ଆଇନଜୀବୀ ପରିଷଦ ରାଜ୍ୟ ଉପସଭାପତି ନରସିଂହ ତ୍ରିପାଠୀ, ମୂଖ୍ୟ ବକ୍ତା ଭାବେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ଯୋଗ ଦେଇଥିଲେ । ମୂଖ୍ୟ ଅତିଥି ପ୍ରଥମେ ଅଦାଲତ ପରିସରରେ ଥିବା ମଧୂବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ବୈଠକରେ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଆଇନଜୀବୀ ଶତାବ୍ଦି ପାଳ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ । ଏହି ଅବସରରେ ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡାଙ୍ଗାଙ୍କ ସମେତ ମହିଳା ଆଇନଜୀବୀ ମାନେ ଅତିଥି ମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରଦ୍ୱୀପ ପ୍ରଜ୍ୱଳନ ପରେ ବନ୍ଦେ ଉତ୍କଳ ସଙ୍ଗୀତ ଗାନ କରାଯାଇଥିଲା । ସଂଘର ସମ୍ପାଦକ ତପନ ସିଂ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୂଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ମଧୂ ବାବୁଙ୍କ ଜୀବନୀ ଓ ତାଙ୍କ ଅବଦାନ ସଂମ୍ପର୍କରେ ବିସୃତ ଆଲୋଚନା କରିଥିଲେ । ମହିଳା ମାନଙ୍କୁ ନ୍ୟାୟପାଳିକା କ୍ଷେତ୍ରରେ ସୂଯୋଗ ଦେବାରେ ତାଙ୍କର ଅବଦାନ ଚୀର ସ୍ମରଣୀୟ ବୋଲି କହିଥିଲେ । ବକ୍ତା ଭାବେ ଯୋଗ ଦେଇ ଶ୍ରୀ ପଣ୍ଡା ମଧୁବାବୁଙ୍କ ସମାଜ ପ୍ରତି ରହିଥିବା ଉଲ୍ଲେଖନୀୟ ସେବା ମନଭାବକୁ ଅବତାରଣା କରି ତାଙ୍କ ଆଦର୍ଶରେ ଆଇନଜୀବୀ ମାନଙ୍କୁ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଦୌରା ଜଜ୍ ଶ୍ରୀ ସୁବ୍ରତ ମହାନ୍ତି ନିଜ ଅଭିଭାଷଣରେ ମଧୁବାବୁଙ୍କ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ମଧୁବାବୁ ଙ୍କ ଜୀବନୀ ସମ୍ପର୍କରେ ଅଧିକ ଜ୍ଞାନ ଆରୋହଣ କରିବା ପାଇଁ ପ୍ରତ୍ୟେକ ବାର ଲାଇବ୍ରେରୀରେ ମଧୁବାବୁଙ୍କ ଜୀବନୀ ସମ୍ବନ୍ଧୀୟ ପୁସ୍ତକ ଗଛିତ ରଖିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ସଂଘ ପକ୍ଷରୁ ଅତିଥି ମାନଙ୍କୁ ଉତ୍ତୋରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଶେଷରେ ସଂଘର ଉପସଭାପତି ସଦାଶିବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାରେଗାମାପା ଗ୍ରୁପ୍ ତରଫରୁ ମେଲୋଡି ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଅଦାଲତର ବିଚାରପତି ମାନଙ୍କ ସମେତ କୋଷାଧ୍ୟକ୍ଷ ବାବା ଆଲିସା, କାର୍ଯ୍ୟକାରିଣୀ ସଦସ୍ୟ ଗଜେନ୍ଦ୍ର ଦାଶ, ନବରଙ୍ଗପୁର ତହସିଲଦାର କୈଳାଶ ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ତଥା ଜି ପି ଉମା ଶଙ୍କର ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର, ଲକ୍ଷ୍ନୀ କାନ୍ତ ମିଶ୍ର, ବିରେନ୍ଦ୍ର ନାୟକ, ପ୍ରସନ୍ନ ପଟ୍ଟନାୟକ, ରାମବାବୁ ପଟ୍ଟନାୟକ, ସ୍ୱାଧିନ ପଟ୍ଟନାୟକ, ଉମା ଶଙ୍କର ତ୍ରିପାଠୀ, ହୃଷିକେଶ ତ୍ରିପାଠୀ, ପ୍ରଶାନ୍ତ ପଟ୍ଟନାୟକ, ଡ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶ୍ୟାମ ପ୍ରସାଦ ମାଝୀ, ହରି ନାରାୟଣ ବେହେରା, ଦାମଦୋର ତ୍ରିପାଠୀ, ସରୋଜ ବେହେରା, ଶ୍ରୀକାନ୍ତ ପଣ୍ଡା, ସର୍ମିଷ୍ଠା ରଥ, ମୀନାକ୍ଷୀ ପାଢି, ରାକ୍ଷୀ ଜୈନ, କିଶୋରୀ ପଟ୍ଟନାୟକ, ଗୋପାଳ ନାୟକ, ଶ୍ରୀନିବାସ ପାତ୍ର,ଗୋପାଳ ଶତପଥି, ଗୋପାଳ ପାଣିଗ୍ରାହୀ, ବରୁଣ ନାୟକ, ପ୍ରଫୁଲ୍ଲ ସିଂ, ସଞ୍ଚୟ ସୁନା, ସ୍ୱାଗତିକା ସାମନ୍ତରାୟ,ସନ୍ତୋଷ ନାୟକ, ସିମାଞ୍ଚଳ ପାତ୍ର, ଅରୁଣ ନାୟକ, ରାମ ନାୟକଙ୍କ ସମେତ ରାୟଗଡା, କୋଟପାଡ଼, ଜୟପୁର ଓକିଲ ସଂଘର ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାବୁଗାଁ ମିଶନଶକ୍ତି ମହାସଙ୍ଘ ତରଫରୁ ବିଡ଼ିଓ ଙ୍କୁ ଦାବୀପତ୍ର ପ୍ରଦାନ 

masiha

ଧର୍ମଗଡ଼ ସହରରେ ଅଭୂତପୂର୍ବ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ମୁଣ୍ଡରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଅଭାବ ,ଗୋଟିଏ କୋଠରୀରେ ପ୍ରଥମ ରୁ ତୃତୀୟ ,ଛାତ ଫାଟି ଆଁ ସାଙ୍ଗକୁ ବର୍ଷାରେ ଝରୁଛି ପାଣି

Leave a Comment

error: Content is protected !!