ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାର ଶିଆଳି ଖଲି ହାଇଦ୍ରାବାଦ ରେ ଚାହିଦା 

ନବରଙ୍ଗପୁର ଜିଲ୍ଲାର ଶିଆଳି ଖଲି ହାଇଦ୍ରାବାଦ ରେ ଚାହିଦା 

ନବରଙ୍ଗପୁର:(୨୯|୪)(ରବି ନାରାୟଣ ମହାନ୍ତି)) ନବରଙ୍ଗପୁର ଜିଲ୍ଲାର ଶିଆଳି ଖଲି ପତ୍ର ର ଚାହିଦା ହାଇଦ୍ରାବାଦ ରେ ବେଶ୍ ଆଦୃତ ହୋଇ ଉଠିଛି l ଗତ ବର୍ଷ ଜିଲ୍ଲାର ପାପଡାହାଣ୍ଡି ବ୍ଳକ ସେମଳା ଗ୍ରାମରୁ ଏକ ଲକ୍ଷ ଅଶି ହଜାର ଖଲି ପତ୍ର ଯାଇଥିଲା l ଏହାକୁ ଦୃଷ୍ଟି କୋଣରେ ରଖି ମହିଳା ମାନଙ୍କ ରୋଜଗାର ବୃଦ୍ଧି ନିମନ୍ତେ ପ୍ରଶାସନ ତରଫରୁ ସୋମବାର ଦିନ ସେମାନଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଛି l ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡାଃ ଶୁଭଙ୍କର ମହାପାତ୍ର ନିଜେ ଉକ୍ତ ମେସିନ ରେ ଶିଆଳି ଖଲିପତ୍ର ରେ ଖଲି ସିଲେଇ କରି ମହିଳା ମାନଙ୍କୁ ତାଲିମ ଦେଇଥିଲେ l ପୂର୍ବରୁ ୧୫୦ ମହିଳାଙ୍କ ପାଇଁ ୧୦୦ ସିଲେଇ ମେସିନ ପ୍ରଦାନ କରାଯାଇ ଥିଲା l ସୋମବାର ଦିନ ଆଉ ୫୦ ଟି ସିଲେଇ ମେସିନ ପାପଡାହାଣ୍ଡି ବ୍ଳକ ସେମଳା ଠାରେ ଥିବା ମାତୃଶକ୍ତି ପ୍ରଡ୍ୟୁସର ଏଣ୍ଟର ପ୍ରାଇଜେସକୁ ୫୦ ସିଲେଇ ମେସିନ ଯୋଗାଇ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l କିଭଳି ଉନ୍ନତମାନର ଖଲିପତ୍ର ତିଆରି କରି ରାଜ୍ୟ ବାହାରେ ଏହାର ଚାହିଦା ବଢିବ,ସେ ନେଇ ଜିଲ୍ଲାପାଳ ନିଜେ ସିଲେଇ କରି ତାଲିମ ଦେଇଥିଲେ l ମାତୃଶକ୍ତି ପ୍ରଡ୍ୟୁସର ଏଣ୍ଟର ପ୍ରାଇଜେସ ବାର୍ଷିକ ଏକ ଲକ୍ଷ ଅଶି ହଜାର ଶିଆଳି ଖଲି ପତ୍ର ପ୍ରସ୍ତୁତ କରି ହାଇଦ୍ରାବାଦ ଭେଙ୍କଟେଶ୍ୱର ଏଣ୍ଟର ପ୍ରାଇଜେସକୁ ଯୋଗାଇ ଆସୁଛନ୍ତି l ଚଳିତ ବର୍ଷ ଖଲିପତ୍ର ଯୋଗାଣ ଦ୍ଵିଗୁଣିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି l ଜଙ୍ଗଳରୁ ଖଲିପତ୍ର ସଂଗ୍ରହ କରିବା ସହ ସେଥିରୁ ଖଲି ପ୍ରସ୍ତୁତ କରି ମହିଳା ମାନେ ମାସିକ ୭ ରୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ସଭାପତି ଇପ୍ସିତା ନାୟକ ଓ ସମ୍ପାଦକ ଭବାନୀ ମାଝୀ କହିଛନ୍ତି l ଓରମାସ ବଜାର ବ୍ୟବସ୍ଥା ଯୋଗାଇ ଦେଇଛି l ମହିଳା ମାନେ ଓରମାସର ଜିଲ୍ଲା ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏ ଉମା ମହେଶ ଙ୍କୁ ସାଧୁବାଦ ଜଣାଇଥିଲେ l ଉଦଘାଟନୀ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଭାରପ୍ରାପ୍ତ ବିଡିଓ ମନୋଜ କୁମାର ପାଣିଗ୍ରାହୀ ପ୍ରମୂଖ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ତାଡମା ଆବାସିକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନତା ରାଲି

masiha

ବିଧାୟକଙ୍କ ଉପସ୍ଥିତିରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ 

ଏକ ନିଆରା ନୂଆଁଖାଇ ଭେଟ ଘାଟ

masiha

Leave a Comment

error: Content is protected !!